ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମାଆଙ୍କର ମୃତ୍ୟୁ , ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ

ମୁମ୍ୱାଇ – ରାଖୀ ସାୱନ୍ତଙ୍କ ମାଆ ଜୟା ସାୱନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ସେ ମୁମ୍ୱାଇର ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରାଖୀଙ୍କର ମାଆଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିଲା । ରାଖୀଙ୍କର ସ୍ୱାମୀ ଆଦିଲ ଖାନ ଜୟା ସାୱନ୍ତଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।
ଜୟା ସାୱନ୍ତଙ୍କ ସ୍ଥିତି ଗୁରୁତର ହୋଇ ଥିଲା । ଗତ କିଛି ଦିନରୁ ରାଖୀ ସୋସିଆଲ ମିଡ଼ିଆରେ ମାଆଙ୍କର ସ୍ୱାସ୍ଥ୍ୟ ନେଇ ଲଗାତାର ଅପଡେଟ୍ ସେୟାର କରୁଥିଲେ । ସାମ୍ୱାଦିକଙ୍କ ସହ କଥା ହୋଇଥିବା ବେଳେ ଅନେକ ଥର ସେ ଜୋରରେ କାନ୍ଦି ପକାଇ ଥିଲେ।
ସେପଟେ ରାଖୀଙ୍କର ପ୍ରଶଂସକ ଲଗାତାର ତାଙ୍କ ମାଆଙ୍କର ସ୍ୱାସ୍ଥ୍ୟ ଭଲ ହେବା ନେଇ ପ୍ରାର୍ଥନା କରୁଥିଲେ । ସେ ହସ୍ପିଟାଲରୁ ନିଜ ମାଆଙ୍କର ଭିଡ଼ିଓ ସେୟାର କରି ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ କି ସମସ୍ତେ ପ୍ରାର୍ଥନା କରନ୍ତୁ କି ତାଙ୍କ ମାଆ ଖୁବ୍ ଶୀଘ୍ର ଭଲ ହୋଇ ଯାଆନ୍ତୁ। ରାଖୀଙ୍କ ପାଇଁ ଏହା ନିଶ୍ଚୟ ଖୁବ୍ ଦୁଃଖଦ ସ୍ଥିତି । ଇଟାଇନ୍ସ ସହ କଥା ହୋଇ ରାଖୀ କହିଛନ୍ତି , ତାଙ୍କର ମାଆଙ୍କର ମୃତ୍ୟୁ ହୋଇ ଯାଇଛି।
ଉଲ୍ଲେଖନୀୟ ଯେ , ଅଭିନେତ୍ରୀ ରାଖି ସାୱନ୍ତଙ୍କ ମାଆ ଗତ ୩ ବର୍ଷ ହେଲା କ୍ୟାନସରରେ ପୀଡ଼ିତ ଥିଲେ । ସେ ଏଥିରେ ଦୀର୍ଘ ଦିନର ଲଢ଼େଇ ଲଢ଼ିଥିଲେ । ଏହି ଭିତରେ ତାଙ୍କ ସ୍ଥିତିରେ ବି ସୁଧାର ଆସିଥିଲା ।