ପ୍ରମୂଖ ଖବର
  • ଝାରସୁଗୁଡ଼ା: ଟ୍ରେଡିଂ ଆପ୍‌ରେ ସର୍ବସ୍ଵ ହରାଇ ଜୀବନ ହାରିଲେ ଯୁବକ, ରେଳ ଧାରଣରୁ ମୃତଦେହ ଉଦ୍ଧାର
  • ||
  • ଡେରାଡୁନ ଭୟାନକ ଦୁର୍ଘଟଣା, ଗଛରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ
  • ||
  • ଆଫ୍ରିକା ମହାଦ୍ୱୀପର ଆଇଭରୀ କୋଷ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୧ ମୃତ
  • ||
  • ରାଜଧାନୀରେ ଥମୁନି ଅସାମାଜିକଙ୍କ ଆତଙ୍କରାଜ, ବଡ଼ଗଡ଼ ଛକରେ ବ୍ୟବସାୟୀଙ୍କୁ ଗୋଡ଼ାଇ ହାଣିଲେ
  • ||
  • ରାଜଧାନୀରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ଏକାଧିକ ଆହତ
  • ||
  • ଓୟୁଏଟିରେ ବ୍ୟାପିଲା ଜଣ୍ଡିସ୍‌, ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ
  • ||
  • ମଙ୍ଗଳବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍‌ ଲୋକାର୍ପଣ ଉତ୍ସବରେ ଯୋଗଦେବେ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢ଼ିଲା, ସିଂହଦ୍ଵାର ସମ୍ମୁଖରେ ପ୍ରବେଶ କରିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା
  • ||
  • ମହା କାର୍ତ୍ତିକ ମାସର ଦ୍ଵିତୀୟ ପଞ୍ଚୁକ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
  • ||
  • ନରେଶ ଗୋଏଲଙ୍କୁ ଆଶ୍ବସ୍ତି, କ୍ୟାନସ ଚିକିତ୍ସା ପାଇଁ ଜାମିନ୍ ଆବେଦନକୁ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
  • ||
  • ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ, ନିଦ୍ରାରୁ ଉଠିଲେ ଶ୍ରୀହରି: ଲକ୍ଷ୍ମୀନାରାୟଣ ବେଶ​‌ ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଗୁରୁବାର ଯାଏଁ ଶୁଖିଲା ରହିବ ପାଗ, ଶୁକ୍ରବାରଠୁ ବଢ଼ିବ ଶୀତ: ୨ରୁ ୪ ଡିଗ୍ରୀ ଖସିପାରେ ରାତି ତାପମାତ୍ରା
  • ||

ଅକ୍ଷୟ କୁମାରଙ୍କ ମହାନତା : ଅଯୋଧ୍ୟାର ମାଙ୍କଡ଼ଙ୍କ ଯତ୍ନ ନେବାକୁ ଦାନ କଲେ କୋଟିଏ ଟଙ୍କା

ମୁମ୍ୱାଇ: ଅକ୍ଷୟ କୁମାରଙ୍କ ବିଷୟରେ ଏହା ସମସ୍ତେ ଜାଣନ୍ତି କି, ସେ ଜଣେ ଭଲ ଅଭିନେତା ହେବା ସହ ହୃଦୟବାନ ମଣିଷ ମଧ୍ୟ। ସେ ସର୍ବଦା ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ଏବେ ଅଭିନେତା ପୁଣି ଥରେ କିଛି ଏମିତି ଏକ ମହାନ କାମ କରିଛନ୍ତି, ଯାହା ବିଷୟରେ ଜାଣିଶୁଣି ଆପଣ ମଧ୍ୟ ତାଙ୍କର ପ୍ରଶଂସା କରିବେ। ଅକ୍ଷୟ ସ୍ଥିର କରିଛନ୍ତି କି, ଅଯୋଧ୍ୟାରେ ପ୍ରତିଦିନ ମାଙ୍କଡ଼ଙ୍କୁ ଖାଦ୍ୟ ଖୁଆଇବେ। ସେ ୧କୋଟି ଦେବାର ସଙ୍କଳ୍ପ ସହ ଏହା ସ୍ଥିର କରିଛନ୍ତି ଯେ ସେ କେବଳ ମଣିଷଙ୍କୁ ନୁହେଁ ,ଏହାସହ ପଶୁଙ୍କୁ ମଧ୍ୟ ସାହାଯ୍ୟ କରିବେ। ଏହା ସେହି ଭଗବାନ ରାମଙ୍କ ଆଶୀର୍ବାଦ ନେବା ପାଇଁ କରୁଛନ୍ତି। ଖାଲି ଏତିକି ନୁହେଁ , ଏହି ସଚ୍ଚୋଟ ଦାନକୁ ନିଜ ପିତା-ମାତା ଓ ଶ୍ୱଶୂର ରାଜେଶ ଖାନ୍ନାଙ୍କ ନାଁରେ କରିଛନ୍ତି।  

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ଅକ୍ଷୟ ଏହା ପ୍ରଥମ ଜଗତଗୁରୁ ସ୍ୱାମୀ ରାଘବାଚାର୍ଯ୍ୟ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ( ଯାହାକି ଅଞ୍ଜନେୟା ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ) କରୁଛନ୍ତି। ଯେବେ ଟ୍ରଷ୍ଟର ଲୋକେ ଅକ୍ଷୟଙ୍କ ପାଖକୁ ନିଜର ଆପ୍ରୋଚ ନେଇ ଆସିଲେ ତ ଅକ୍ଷୟ ଦାନ ଦେବାକୁ ନିଷ୍ପତ୍ତି ନେଲେ। ସେ କେବଳ ଏହି ମହାନ କାମ ପାଇଁ ହଁ କହି ନଥିଲେ , ଏହାସହ ଡୋନେସନ ଦେଇ ପଶୁଙ୍କ ରକ୍ଷା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

ପ୍ରିୟା ଗୁପ୍ତା , ଟ୍ରଷ୍ଟର ଫାଉଣ୍ଡର ଅକ୍ଷୟଙ୍କର ଖୁବ୍ ପ୍ରଶଂସା କରି କହିଥିଲେ କି, ଅଭିନେତା ନିଜର ପରିବାର ଓ ସଂପର୍କୀୟଙ୍କୁ ସାହାଯ୍ୟ କରିବା ସହ କମ୍ୟୁନିଟିକୁ ନେଇ ମଧ୍ୟ ଆଗେଇ ଆସିଥାନ୍ତି। ସେ କହିଛନ୍ତି ଯେ, ଅକ୍ଷୟ ତୁରନ୍ତ ହିଁ ଟଙ୍କା ଦାନ କରି ଦେଇ ଥିଲେ। ସେ ଏହା ନିଜର ପିତାମାତାଙ୍କ ହରି ଓମ୍‌ ଓ ଅରୁଣ ଭାଟିଆ , ଶ୍ୱଶୂର ରାଜେଶ ଖାନ୍ନାଙ୍କ ନାଁରେ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି , ଅକ୍ଷୟ କେବଳ ଏଥିପାଇଁ ଡୋନେସନ କରି ନାହାନ୍ତି , ଏହାସହ ସେ ଅଯୋଧ୍ୟାର ନାଗରିକଙ୍କର ମଧ୍ୟ କେୟାର କରିଥାନ୍ତି। 

ଅକ୍ଷୟଙ୍କର ପ୍ରଫେସନାଲ ଲାଇଫ୍‌ କଥା କହିବା ତ , ସେ ଏବେ ଫିଲ୍ମ ୱେଲକମ୍‌ ଟୁ ଜଙ୍ଗଲ , ହେରାଫେରି ୩ , ହାଉସଫୁଲ ୫ଜଲି ଏଲଏଲବି ୩ ରେ ନଜର ଆସୁଛନ୍ତି। ଏହି ଦୀପାବଳିରେ ସେ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ସିଙ୍ଘମ୍ ଅଗେନ ରେ ନଜର ଆସିବେ। ଫିଲ୍ମରେ ଅଜୟ ଦେବଗନ ଲିଡ୍‌ ରୋଲରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.