ପୁଣି ପରଦାରେ ଦେଖିବାକୁ ମିଳିବ ମାନୁଷୀ-ଅକ୍ଷୟଙ୍କ ଯୋଡି, ଏହି ଫିଲ୍ମରେ ନଜର ଆସିବେ

ମୁମ୍ବାଇ ୨୮/୧୧: ମାନୁଷୀ ଚିଲ୍ଲର୍ ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଥିଲେ। ଫିଲ୍ମରେ ଅକ୍ଷୟ ଏବଂ ମାନୁଷୀଙ୍କ ଯୋଡିକୁ ଖୁବ୍ ପସନ୍ଦ କରାଯାଇଥିଲା। ଏବେ କୁହାଯାଉଛି, ଖୁବଶୀଘ୍ର ମାନୁଷୀ ଅକ୍ଷୟଙ୍କ ସହ ଆଉ ଏକ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ଅବୁ ଅବ୍ବାସ ଜାଫରଙ୍କ ‘ବଡେ ମିୟାଁ ଛୋଟେ ମିୟାଁ’ ପାଇଁ ମାନୁଷୀ ଚିଲ୍ଲରଙ୍କୁ ନିଆ ଯାଇଛି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ।
ରିପୋର୍ଟରେ କୁହାଯାଇଛି, ‘ବଡେ ମିୟାଁ ଛୋଟେ ମିୟାଁ’ରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହ ମାନୁଷୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ଫିଲ୍ମରେ ୩ଟି ମୁଖ୍ୟ ଭୂମିକା ରହିବ ଏବଂ ନିର୍ମାତା ମାନୁଷୀଙ୍କୁ ସାଇନ୍ କରିଛନ୍ତି।
ରିପୋର୍ଟରେ ଆହୁରି କୁହାଯାଇଛି, ମାନୁଷୀ ମଧ୍ୟ ଏହି ଆକ୍ସନ୍ ଫିଲ୍ମରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। କେବଳ ଏତିକି ନୁହେଁ, ଜାନୁଆରୀ ୨୦୨୩ ରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି। ଭାରତ ବ୍ୟତୀତ ଏହି ଫିଲ୍ମ ୟୁରୋପ ଏବଂ ୟୁଏଇରେ ମଧ୍ୟ ସୁଟିଂ କରାଯିବ।