ମୁମ୍ୱାଇ : ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘କେସରୀ ଚ୍ୟାପଟର-୨’ ର ଟ୍ରେଲର ରିଲିଜ୍‌ ହୋଇ ଯାଇଛି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଛନ୍ତି ଅନନ୍ୟା ପାଣ୍ଡେ ଓ ଆର୍‌ ମାଧବନ ଅଛନ୍ତି। ଏହି କୋର୍ଟରୁମ୍ ଡ୍ରାମା ଫିଲ୍ମ ଜାଲିଆନୱାଲା ବାଗ୍‌ ହତ୍ୟାକାଣ୍ଡ ଉପରେ ଆଧାରିତ। ସାମନା ଆସିଥିବା ଟ୍ରେଲରରେ ଅକ୍ଷୟ ‘ଏଫ୍‌ ୱାର୍ଡ’ ( Fuck) କହିବା ଶୁଣିବାକୁ ମିଳୁଛି। ଏଥିରେ ଟ୍ରେଲର ଲଞ୍ଚରେ ଅକ୍ଷୟଙ୍କୁ ପଚରା ଯାଇଛି ଯେ, ସେ ଫିଲ୍ମରେ ଏହି ଶବ୍ଦ କାହିଁକି ବ୍ୟବହାର କରିଛନ୍ତି। 

ଅକ୍ଷୟ କହିଛନ୍ତି, ହଁ , ମୁଁ ଏହି ଶବ୍ଦର ବ୍ୟବହାର କରିଛି। ମୋତେ ଆପଣଙ୍କର ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆପଣ ଏହା ଉପରେ ଧ୍ୟାନ ଦେଇଛନ୍ତି ଯେ, ମୁଁ  ‘ଏଫ୍‌ ୱାର୍ଡ ’ ୟୁଜ୍‌ କରିଛି, କିନ୍ତୁ ଆପଣ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି, ସେ ‘ ଆମ ହିନ୍ଦୁସ୍ତାନୀଙ୍କୁ ଗୋଲାମ କହି ଥିଲେ’ । କହିଲେ ଏହା ଆପଣଙ୍କ ପାଇଁ  ‘ଏଫ୍‌ ୱାର୍ଡ’ ଠାରୁ ବଡ଼ ଗାଳି ନଥିଲା ? ଏହା ଠାରୁ ବଡ଼ ଗାଳି ଆଉ କିଛି ହୋଇ ପାରିବ ନାହିଁ। ଏମିତି ସମୟରେ, ଯଦି ତାଙ୍କୁ ଗାଳି ବି ମାରି ଦିଆ ଯାଏ ତ ତାହା ବି ଛୋଟ କଥା ହେବ।

ଅକ୍ଷୟ କୁମାର ଟ୍ରେଲର ଲଞ୍ଚରେ ଏହା ମଧ୍ୟ କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କ ପାଇଁ ସ୍ୱତନ୍ତ୍ର କାହିଁକି। ଅକ୍ଷୟ କହିଛନ୍ତି, ଏହି ଫିଲ୍ମ ପର୍ସନାଲ ଓ ଖାସ୍‌ ଫିଲ୍ମ। ମୋ ପିତାଙ୍କ ଜନ୍ମ ଜାଲିଆନୱାଲା ବାଗ୍‌ର ଠିକ୍‌ ସାମ୍ନାରେ ହୋଇ ଥିଲା। ସେଠାରେ ଏକ ଆଲୁ କଟରା ଗଳି ଅଛି। ମୋ ଜେଜେବାପା ନିଜ ଆଖପାଖରେ ଏହି ସବୁ ହେବାର ଦେଖିଥିଲେ। ଆମେ ଏହି ଫିଲ୍ମକୁ ବିରକ୍ତିରେ ତିଆରି କରିଛୁ। ମୁଁ ନିଜ ପିତାଙ୍କ ଠାରୁ କାହାଣୀ ଶୁଣିଛି , ସେ ମୋର ଜେଜେ ବାପାଙ୍କ ଠାରୁ ଶୁଣିଛନ୍ତି। ନିର୍ଦ୍ଦେଶକ କରଣ ମଧ୍ୟ ମୋତେ ଯାହା କିଛି ବି ହୋଇଛି ଏ ବିଷୟରେ ବହୁତ କିଛି କହିଛନ୍ତି। 

କହି ରଖୁଛୁ କି, ଏହି ଫିଲ୍ମ ୧୮ ଅପ୍ରେଲ ଦିନ ରିଲିଜ ହେବାର ସୂଚନା ରହିଛି।