ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅକ୍ଷୟ କୁମାର ଫିଲ୍ମରେ ଗାଳି କରିଥିବା କଲେ ସ୍ୱୀକାର , କହିଲେ –ହଁ ,ମୁଁ 'ଏଫ୍' ଶବ୍ଦ ବ୍ୟବହାର କରିଛି

Published By : Prameya | April 3, 2025 6:08 PM

ମୁମ୍ୱାଇ : ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘କେସରୀ ଚ୍ୟାପଟର-୨’ ର ଟ୍ରେଲର ରିଲିଜ୍‌ ହୋଇ ଯାଇଛି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଛନ୍ତି ଅନନ୍ୟା ପାଣ୍ଡେ ଓ ଆର୍‌ ମାଧବନ ଅଛନ୍ତି। ଏହି କୋର୍ଟରୁମ୍ ଡ୍ରାମା ଫିଲ୍ମ ଜାଲିଆନୱାଲା ବାଗ୍‌ ହତ୍ୟାକାଣ୍ଡ ଉପରେ ଆଧାରିତ। ସାମନା ଆସିଥିବା ଟ୍ରେଲରରେ ଅକ୍ଷୟ ‘ଏଫ୍‌ ୱାର୍ଡ’ ( Fuck) କହିବା ଶୁଣିବାକୁ ମିଳୁଛି। ଏଥିରେ ଟ୍ରେଲର ଲଞ୍ଚରେ ଅକ୍ଷୟଙ୍କୁ ପଚରା ଯାଇଛି ଯେ, ସେ ଫିଲ୍ମରେ ଏହି ଶବ୍ଦ କାହିଁକି ବ୍ୟବହାର କରିଛନ୍ତି। 

ଅକ୍ଷୟ କହିଛନ୍ତି, ହଁ , ମୁଁ ଏହି ଶବ୍ଦର ବ୍ୟବହାର କରିଛି। ମୋତେ ଆପଣଙ୍କର ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆପଣ ଏହା ଉପରେ ଧ୍ୟାନ ଦେଇଛନ୍ତି ଯେ, ମୁଁ  ‘ଏଫ୍‌ ୱାର୍ଡ ’ ୟୁଜ୍‌ କରିଛି, କିନ୍ତୁ ଆପଣ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି, ସେ ‘ ଆମ ହିନ୍ଦୁସ୍ତାନୀଙ୍କୁ ଗୋଲାମ କହି ଥିଲେ’ । କହିଲେ ଏହା ଆପଣଙ୍କ ପାଇଁ  ‘ଏଫ୍‌ ୱାର୍ଡ’ ଠାରୁ ବଡ଼ ଗାଳି ନଥିଲା ? ଏହା ଠାରୁ ବଡ଼ ଗାଳି ଆଉ କିଛି ହୋଇ ପାରିବ ନାହିଁ। ଏମିତି ସମୟରେ, ଯଦି ତାଙ୍କୁ ଗାଳି ବି ମାରି ଦିଆ ଯାଏ ତ ତାହା ବି ଛୋଟ କଥା ହେବ।

ଅକ୍ଷୟ କୁମାର ଟ୍ରେଲର ଲଞ୍ଚରେ ଏହା ମଧ୍ୟ କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କ ପାଇଁ ସ୍ୱତନ୍ତ୍ର କାହିଁକି। ଅକ୍ଷୟ କହିଛନ୍ତି, ଏହି ଫିଲ୍ମ ପର୍ସନାଲ ଓ ଖାସ୍‌ ଫିଲ୍ମ। ମୋ ପିତାଙ୍କ ଜନ୍ମ ଜାଲିଆନୱାଲା ବାଗ୍‌ର ଠିକ୍‌ ସାମ୍ନାରେ ହୋଇ ଥିଲା। ସେଠାରେ ଏକ ଆଲୁ କଟରା ଗଳି ଅଛି। ମୋ ଜେଜେବାପା ନିଜ ଆଖପାଖରେ ଏହି ସବୁ ହେବାର ଦେଖିଥିଲେ। ଆମେ ଏହି ଫିଲ୍ମକୁ ବିରକ୍ତିରେ ତିଆରି କରିଛୁ। ମୁଁ ନିଜ ପିତାଙ୍କ ଠାରୁ କାହାଣୀ ଶୁଣିଛି , ସେ ମୋର ଜେଜେ ବାପାଙ୍କ ଠାରୁ ଶୁଣିଛନ୍ତି। ନିର୍ଦ୍ଦେଶକ କରଣ ମଧ୍ୟ ମୋତେ ଯାହା କିଛି ବି ହୋଇଛି ଏ ବିଷୟରେ ବହୁତ କିଛି କହିଛନ୍ତି। 

କହି ରଖୁଛୁ କି, ଏହି ଫିଲ୍ମ ୧୮ ଅପ୍ରେଲ ଦିନ ରିଲିଜ ହେବାର ସୂଚନା ରହିଛି।   

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.