PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସାମ୍ନାକୁ ଆସିଲା ଫିଲ୍ମ ‘କେଶରୀ’ର ଦମଦାର ଟିଜର, ଦେଖନ୍ତୁ ଭିଡିଓ

source:www.youtube.com

ମୁମ୍ବାଇ ୧୨/୨: ଅକ୍ଷୟ କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ କେଶରୀର ଟିଜର ରିଲିଜ ହୋଇସାରିଛି । ଗତ କିଛି ଦିନଧରି ସୋସିଆଲ ମିଡିଆରେ ଫିଲ୍ମର ଟିଜର ଆସିବ ବୋଲି ଘୋଷଣା ହେଉଥିଲା । ଦର୍ଶକ ଏଥିପାଇଁ ବହୁତ ଉତ୍ସାହିତ ଥିଲେ । ଏବେ ଫିଲ୍ମର ଟିଜର ସାମ୍ନାକୁ ଆସିଯାଇଛି । ଟିଜରରେ ଦେଖିବାକୁ ମିଳୁଛି ଯେ ଶିଖ୍ ସୈନିକ ଓ ଆଫଗାନୀଙ୍କ ମଧ୍ୟରେ ଯୁଦ୍ଧ ହେଉଛି । ଏହି ସମୟରେ ହଜାର ହଜାର ସୈନିକଙ୍କ ଉପରୁ ନଜର ହଟି କ୍ୟାମେରା ସିଧା ସଳଖ ଜଣେ ଶିଖ୍ ସୈନିକଙ୍କ ଖଣ୍ଡା ଉପରେ ଫୋକସ୍ କରାଯାଉଛି ।

କେଶରୀର ଟିଜର ରିଲିଜ ପୂର୍ବରୁ ଏହାର ପୋଷ୍ଟର ରିଲିଜ କରାଯାଇଥିଲା । ଏଥିରେ ଅକ୍ଷୟକୁମାର ଭିନ୍ନ ରୂପରେ ନଜର ଆସିଥିଲେ । ଏହି ଫିଲ୍ମ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଛି । ଫିଲ୍ମକୁ ପ୍ରଡ୍ଯୁସ୍ କରୁଛନ୍ତି କରଣ ଜୋହର ।

ତେବେ ଆପଣଙ୍କୁ କହିରଖୁଛୁ ଫିଲ୍ମର କାହାଣୀ ସାରାଗଢୀର ଯୁଦ୍ଧ ଉପରେ ଆଧାରିତ । ସତ୍ଯ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟ କୁମାର ଦମଦାର ଲୁକ୍ ଓ ଦମଦାର୍ ଭୂମିକାରେ ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ବ୍ୟତୀତ ଫିଲ୍ମରେ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିବେ । ଏହା ପ୍ରଥମ ଥର ପାଇଁ ହେବ ଯେତେବେଳେ ଅକ୍ଷୟ ଓ ପରିଣୀତିଙ୍କ ଯୋଡି ଦେଖିବାକୁ ମିଳିବ । କହିରଖୁଛୁ ୨୧ ମାର୍ଚ୍ଚରେ ଏହି ଫିଲ୍ମ ରିଲିଜ ହେବ ।

ସମ୍ବନ୍ଧିତ ଖବର