PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟ୍ରୋଲର୍ସଙ୍କ ଟାର୍ଗେଟ୍‌ରେ ଅକ୍ଷୟ କୁମାର, ଭାରତ ମାନଚିତ୍ର ଉପରେ ପାଦ ରଖିବା ଅଭିନେତାଙ୍କୁ ପଡିଲା ଭାରି

zeenews

ନୂଆଦିଲ୍ଲୀ ୦୭/୦୨: ଅଭିନେତା ଅକ୍ଷୟ କୁମାର ପୁଣି ଥରେ ଟ୍ରୋଲର୍ସଙ୍କ ଟାର୍ଗେଟ୍‌ରେ ଆସିଛନ୍ତି। ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଏକ ଗ୍ଲୋବରେ ବୁଲୁଥିବାର ନଜର ଆସିଛନ୍ତି। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଅଭିନେତା ଏକ ଏୟାରଲାଇନକୁ ପ୍ରମୋଟ୍ କରିଛନ୍ତି। ଯାହାର ଭିଡିଓ ସେ ସେୟାର କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ଆପଣଙ୍କ ସିଟ୍ ବେଲ୍ଟକୁ ବାନ୍ଧି ନିଅନ୍ତୁ, ଆମେ ମାର୍ଚ୍ଚରେ ଆସୁଛୁ। ଏହି ଭିଡିଓରେ ଅକ୍ଷୟ ଉତ୍ତର ଆମେରିକା ଯାତ୍ରା ବିଷୟରେ କହିଛନ୍ତି। ଅଭିନେତାଙ୍କ ଏହି ଯାତ୍ରା ମାର୍ଚ୍ଚ ୩ ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଚାଲିବ। ଅକ୍ଷୟଙ୍କ ବ୍ୟତୀତ ମୌନି ରୟ, ଦିଶା ପଟାନୀ, ସୋନମ ବାଜୱା ଏବଂ ନୋରା ଫତେହି ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି। ସମସ୍ତେ ପୃଥିବୀ ଉପରେ ଦୌଡୁଛନ୍ତି କିନ୍ତୁ ଅକ୍ଷୟଙ୍କୁ ନେଇ ବିବାଦ ଦେଖାଯାଇଛି।

ଅକ୍ଷୟଙ୍କ ଏହି ଭିଡିଓକୁ ଯଦି ଆପଣ ଭଲଭାବେ ଦେଖନ୍ତି, ତେବେ ଗ୍ଲୋବ୍‌ରେ ବିଶ୍ୱର ମାନଚିତ୍ର ଦେଖାଯାଇଛି। ବୁଲୁଥିବା ଗ୍ଲୋବ୍ ଉପରେ ଅକ୍ଷୟଙ୍କ ପାଦ ଭାରତ ମାନଚିତ୍ର ଉପରେ ରହିଛି। ୟୁଜର୍ସ ଏହାକୁ ଦେଶ ପାଇଁ ଅପମାନ ବୋଲି କହିଛନ୍ତି। ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି, ଭାଇ ଆମ ଭାରତକୁ ଟିକେ ସମ୍ମାନ ଦିଅନ୍ତୁ। ଅନ୍ୟ ଜଣେ ଲେଖିଛନ୍ତି, ଇଣ୍ଡିଆକୁ ବି ଛାଡିଲେନି କାନାଡିୟ କୁମାର। ଏବେ ଦେଖିବାକୁ ବାକି ରହିଲା ଅକ୍ଷୟ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି କି ନାହିଁ।

ସମ୍ବନ୍ଧିତ ଖବର