ବଲିଉଡ ଏବଂ ସାଉଥ୍ ଫିଲ୍ମ ବିବାଦକୁ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର: କହିଲେ,’ଦେଶକୁ ବାଣ୍ଟିବା ବନ୍ଦ କରନ୍ତୁ,ସେ କାମ ଇଂରେଜ୍ କରୁଥିଲେ’

ମୁମ୍ବାଇ ୨୦/ ୦୫ : ବଲିଉଡ ଅଭିନେତା ଅକ୍ଷର କୁମାର ଏବେ ତାଙ୍କର ଆଗାମୀ ଚଳଚିତ୍ର ‘ପୃଥ୍ବୀରାଜ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମହାନ ଯୋଦ୍ଧା ପୃଥ୍ବୀରାଜଙ୍କ ଭୂମିକାରେ ନଜର ଆସିଛନ୍ତି ଖିଲାଡୀ କୁମାର । ଅନ୍ୟପଟେ ଲିଡ୍ ରୋଲରେ ନଜର ଆସିବେ ମାନୁଷୀ ଚିଲ୍ଲର । ଫିଲ୍ମକୁ ନେଇ ଅନୁଷ୍ଠିତ ପ୍ରମୋସନ ଉତ୍ସବରେ ଅନେକ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉଠାଇଛନ୍ତି ଅକ୍ଷୟ କୁମାର । ବଲିଉଡ ଏବଂ ସାଉଥ୍ ଚଳଚିତ୍ର ଶିଳ୍ପକୁ ନେଇ ମଧ୍ୟ ସେ ନିଜ ମନ୍ତବ୍ୟ ରଖିଛନ୍ତି ।
ଗତ କିଛିଦିନ ହେଲା ବଲିଉଡ ଏବଂ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ବାକ୍ ଯୁଦ୍ଧ ଲାଗିରହିଛି । ଦକ୍ଷିଣୀ ଅଭିନେତା କିଚ୍ଚା ସୁଦୀପ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବାପରେ ଆରମ୍ଭ ହୋଇଯାଇଥିଲା ସୋସିଆଲ୍ ମିଡିଆ ଓ୍ବାର୍ । ଅଭିନେତା ଅଜୟ ଦେବଗନ୍ ଟ୍ବିଟ୍ କରି ତାଙ୍କୁ କଡା ସମାଲୋଚନା କରିବା ସହିତ ଜବାବ୍ ରଖିଥିଲେ । ପରେ ହିନ୍ଦୀ ଏବଂ ସାଉଥ୍ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା ।
ଫିଲ୍ମ ପୃଥ୍ବୀରାଜର ପ୍ରମୋସନ ପାଇଁ ଆସିଥିବା ଅକ୍ଷୟ କୁମାର କହିଛନ୍ତି, ‘ଦେଶକୁ ବାଣ୍ଟିବା ବନ୍ଦ କରାଯାଉ । ସାଉଥ୍ ଇଣ୍ଡିଆ, ନର୍ଥ ଇଣ୍ଡିଆ କିମ୍ବା ବଲିଉଡ କୁହନ୍ତୁ ନାହିଁ । ସେମାନେ ଯଦି ବି କହୁଛନ୍ତି ତେବେ ଆପଣମାନେ କାହିଁକି କହୁଛନ୍ତି? ସେମାନେ କଣ କହୁଛନ୍ତି ସେଥିରେ ମୋର କୌଣସି ମତଲବ୍ ନାହିଁ । କାରଣ ମୁଁ ସବୁବେଳେ ଭାବେ ଯେ ଏହା ଭାରତୀୟ ଚଳଚିତ୍ର ଶିଳ୍ପ । ମୁଁ ସବୁବେଳେ ଚାହେଁ ଯେ ସେମାନେ ବି ଭଲ ବ୍ୟବସାୟ କରନ୍ତୁ ଆମେ ବି ଭଲ ବ୍ୟବସାୟ କରୁ। ଆଜି ଯାହା କିଛି ବି ଘଟୁଛି ତାହା ଦେଶ ସ୍ବାଧୀନ ବେଳେ ଘଟିଥିଲା । ଇଂରେଜ ମାନେ ବି ଏହା କରୁଥିଲେ । ସେମାନେ ଭାରତକୁ ଇଷ୍ଟ ଇଣ୍ଡିଆ, ସାଉଥ ଇଣ୍ଡିଆ, ନର୍ଥ ଇଣ୍ଡିଆରେ ବାଣ୍ଟିଥିଲେ । ନିଜତ ଦେଶ ପାଇଁ କିଏ କଣ କରିପାରିବେ ତାହା ଚିନ୍ତା କରିବା ଆବଶ୍ୟକ । ଆମେ ସମସ୍ତେ ଭାରତୀୟ । ତେଣୁ ଏକ୍ ହୋଇ କାମ କରିବା’।
ନିଜ ଚଳଚିତ୍ର ଓ ମାଇ ଗଡ୍ର ଉଦହାରଣ ଦେଇ ଅକ୍ଷୟ କୁମାର କହିଛନ୍ତି । ସେ ଫିଲ୍ମ ମୁଁ କରିଥିଲି, ସେମାନେ ମଧ୍ୟ କରିଥିଲେ । ରାଉଡି ରାଠୋର ସେମାନଙ୍କ ଚଳଚିତ୍ର ଥିଲା । କିନ୍ତୁ ତାହା ହିନ୍ଦୀରେ ମଧ୍ୟ ମୁଁ କରିଥିଲି । ଏଥିରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଅକ୍ଷୟ କୁମାର । ତେଣୁ ଦେଶ ମଧ୍ୟରେ ବିଭାଜନ ସୃଷ୍ଟି କରିବା ବନ୍ଦ କରି ମିଳିମିଶି ହିଁ ସମସ୍ତେ କାର୍ଯ୍ୟ କରିବା ଉଚିତ । ଏଠି ସମସ୍ତେ ଭାରତୀୟ ।