ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସୋମାଲିଆର ଏକ ରେଷ୍ଟୁରାଣ୍ଟରେ ଆତଙ୍କବାଦୀ ଆକ୍ରମଣ, ୩ ସୈନିକଙ୍କ ସମେତ ୯ ମୃତ, ୨୦ ଆହତ…

ନୂଆଦିଲ୍ଲୀ : ସୋମାଲିଆର ରାଜଧାନୀ ମୋଗାଡିଶୁରେ ଶୁକ୍ରବାର ରାତିରେ ଏକ ସମୁଦ୍ରକୂଳ ରେଷ୍ଟୁରାଣ୍ଟରେ ଅଲ-ଶବାବ ଇସଲାମବାଦୀ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ତିନିଜଣ ସୁରକ୍ଷାକର୍ମୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ସୋମାଲିଆ ପୋଲିସ କହିଛି ଯେ ରାଜଧାନୀ ମୋଗାଡିଶୁ ଉପକୂଳରେ ଅବସ୍ଥିତ ଏକ ହୋଟେଲକୁ ଶୁକ୍ରବାର ରାତିରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ସୈନିକ ଏବଂ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।  

ସୋମାଲିଆର ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ସହ ପ୍ରାୟ ୧୨ ଘଣ୍ଟା ଧରି ମୁହାଁମୁହିଁ ହେବା ପରେ ଶନିବାର ସକାଳେ ଘେରାବନ୍ଦୀ କରିଥିଲେ । ପୋଲିସର ସୂଚନାନୁସାରେ, ଅଧିକାରୀଙ୍କ ସମେତ ପ୍ରାୟ ୮୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ଏକ ବିବୃତ୍ତିରେ କହିଛି ଯେ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୭.୫୫ ରେ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଏବଂ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି ।

ପୂର୍ବ ଆଫ୍ରିକାର ଅଲ-କାଏଦା ସହ ଜଡିତ ସଂଗଠନ ଅଲ-ଶବାବ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି କହିଛି । ସୋମାଲିଆର ଏହି ଉଗ୍ରବାଦୀ ସଂଗଠନ ମୋଗାଡିଶୁରେ ହୋଟେଲ ଏବଂ ଅନ୍ୟାନ୍ୟ ହାଏ-ପ୍ରୋଫାଇଲ୍ ସ୍ଥାନ ଉପରେ ଆକ୍ରମଣ ପାଇଁ କୁଖ୍ୟାତ ।

Copyright © 2022 - Summa Real Media Private Limited. All Rights Reserved.