PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପାଣିପାଗ ବିଭାଗର ସୂଚନା: ସାରା ଦେଶରେ ହେବ ପ୍ରବଳ ବର୍ଷା,ଏହି ସବୁ ରାଜ୍ୟକୁ ରହିଛି ଅଧିକ ବିପଦ

ନୂଆଦିଲ୍ଲୀ,୨୫।୭​‌: ପ୍ରବଳ ଗରମର ସାମନା କରୁଥିବା ଉତ୍ତର ଭାରତର ଲୋକଙ୍କ ପାଇଁ ଖୁବ୍ ଶୀଘ୍ର ଆଶ୍ବସ୍ଥି ମିଳିବାକୁ ଯାଉଛି। କେବଳ ଏତିକି ନୁହେଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ସାରାଦେଶରେ ବର୍ଷା ହେବାର ଅନୁମାନ କରାଯାଉଛି। ଏହି ଖବର ସେହି ରାଜ୍ୟ ଗୁଡିକ ପାଇଁ ଖରାପ, ଯେଉଁଠାରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ପ୍ରଭାବିତ ହୋଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ କିଛି ଦିନ ରାଜସ୍ଥାନ ପାଇଁ ବିପଦ ପାଲଟିପାରେ। ୨୫ରୁ ନେଇ ଆସନ୍ତା ୨୮  ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା କରାଯାଉଛି। ସେଭଳି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି।ଏହାଛଡା ଦିଲ୍ଲୀ,ହରିୟାଣା ଓ ଚଣ୍ଡୀଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ,ପଞ୍ଜାବ, ଉତ୍ତରପ୍ରଦେଶର, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡିଶା, ମଧ୍ୟ ମହାରାଷ୍ଟ୍ର, କୋଙ୍କଣ, ଗୋଆରେ ପ୍ରବଳ ବର୍ଷା ହୋଇପାରେ। କେବଳି କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, ଛତିଶଗଡ, ଜମ୍ମୁ-କଶ୍ମୀର, ସିକିମ, ଝାଡଖଣ୍ଡ, ବିହାର, ଗୁଜରାଟ, ତାମିଲନାଡୁ, ପୁଡୁଚେରୀ,ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର