ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ରେ ଆଲିୟାଙ୍କ ‘ଡିଫିକଲ୍ଟ ଡଟର୍ସ’, ତାଲିକାରେ ସାମିଲ ୪୪ ଦେଶର ୩୦ ଫିଲ୍ମ

Published By : Krishna Priya | July 23, 2025 8:46 AM

ମୁମ୍ବାଇ ୨୩/୦୭: ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଚଳିତ ବର୍ଷର ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ ପାଇଁ ସୋନି ରାଜଦାନଙ୍କ ନିର୍ଦ୍ଦେଶିତ ଏବଂ ଆଲିୟା ଓ ଶାହୀନ ଭଟ୍ଟଙ୍କ ପ୍ରଯୋଜିତ ଫିଲ୍ମ ‘ଡିଫିକଲ୍ଟ ଡଟର୍ସ’କୁ ଚୟନ କରାଯାଇଛି । ପାୟଲ କପାଡ଼ିଆ, କନି କୁସରୁତି ଓ ଜୋ ବେବିଙ୍କ ‘ଦ ଲାଷ୍ଟ୍‌ ଅଫ୍‌ ଦେମ୍‌ ପ୍ଲାଗ୍‌ସ’କୁ ମଧ୍ୟ ଏଥିରେ ଚୟନ କରାଯାଇଛି । କୁଞ୍ଜିଲା ମସ୍‌ସିଲାମନି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଭାରତର ଅନ୍ୟତମ ପ୍ରୋଜେକ୍ଟ ମଧ୍ୟରେ ସୌରଭ ରାୟଙ୍କ ନିର୍ଦ୍ଦେଶିତ ‘ଲଙ୍କା (ଦ ଫାୟାର)’ ଓ ‘ପ୍ରଦୀପ କୁରବାହଙ୍କର ‘ମୁନ୍‌’ର ମଧ୍ୟ ଏଣ୍ଟ୍ରି ହୋଇଛି । ଫିଲ୍ମର କାମ ଚାଲିଥିବାରୁ ଅଧିକ ସୂଚନା ଦେବାକୁ ସୋନି ରାଜଦାନ ମନା କରିଛନ୍ତି । 

ତେବେ ଚଳିତ ବର୍ଷ ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ରେ ଚୟନ ପାଇଁ ୪୪ ଦେଶର ୪୫୫ ଫିଲ୍ମ ଆବେଦନ କରିଥିଲେ । ତନ୍ମଧ୍ୟରୁ ୩୦ ଫିଲ୍ମକୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି । ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ ଉଦୀୟମାନ ପ୍ରତିଭାଙ୍କୁ ଖୋଜି ବୈଶ୍ୱିକ ନିବେଶକ, ପ୍ରଯୋଜକ ଓ ବିତରକଙ୍କ ସହ ସେମାନଙ୍କୁ ଯୋଡ଼େ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.