PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ୟୁକେରୁ ଗିଫ୍ଟ ପଠାଇବାର ବିଶ୍ୱାସ ଜନ୍ମାଇ ଠକେଇ , ମହିଳାଙ୍କ ଠାରୁ ୧.୧୨ କୋଟି ଠକିନେଲେ ଦୁର୍ବୃତ୍ତ

ମୁମ୍ୱାଇ : ମହାରାଷ୍ଟ୍ରରେ ଠକେଇର ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ରିଟାୟର୍ଡ କୋର୍ଟ ସୁପରିଟେଣ୍ଡେଣ୍ଟ ହୋଇଛନ୍ତି ଏହି ଠକେଇ ଶିକାର । ବ୍ରିଟେନରୁ ଗିଫ୍ଟ ପଠାଇବାର ଲୋଭ ଦେଖାଇ ୧.୧୨ କୋଟି ଟଙ୍କା ତାଙ୍କ ଠାରୁ ଠକି ନିଆଯାଇଛି। ମହିଳା ଜଣଙ୍କ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଅଲିବାଗରେ ରହୁଛନ୍ତି। ଟଙ୍କା ଆକାଉଣ୍ଟରୁ ଖାଲି ହୋଇ ଯିବା ପରେ ମହିଳା ଠକେଇ ହେବା କଥା ଜାଣି ପାରିଥିଲେ। ଏହାପରେ ସେ ପୁଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ।

ପୁଲିସ୍‌ର ଜଣେ ଅଧିକାରୀ ଶନିବାର କହିଛନ୍ତି କି, ମହିଳାଙ୍କୁ ଚଳିତ ବର୍ଷ ଜୁନ୍‌ରେ ୟୁନାଇଟେଡ କିଙ୍ଗଡମ୍‌ରେ ମ୍ୟାନଟେଷ୍ଟରର ନିବାସୀ ହେବାର କହୁଥିବା ଜଣେ ବ୍ୟକ୍ତିଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଯାହାକୁ ସେ ଗ୍ରହଣ କରି ନେଇ ଥିଲେ । ଯେମିତି ସେ ତାଙ୍କୁ ଏହି ବ୍ୟକ୍ତିଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିଥିଲେ , ଏହାପରେ ତାଙ୍କର କିଛି ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଫୋନ୍‌ କରିବା ଆରମ୍ଭ  କରି ଦେଇଥିଲେ ।

ପୁଲିସ୍‌ଙ୍କୁ ମିଳିଥିବା ସୂଚନା ଅନୁସାରେ, ଫୋନ୍‌ରେ ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇ ଥିଲେ କି, ସେମାନେ ବ୍ରିଟେନରୁ ତାଙ୍କ ପାଇଁ ସୁନା ଓ ନଗଦ ଟଙ୍କା ଗିଫ୍ଟ କରିବାକୁ କହିଥିଲେ , ଯେଉଁଥି ପାଇ ସୀମା ଶୁଳ୍କ ଦେବାର ଅଛି । ସେମାନେ ସୀମା ଶୁଳ୍କ ପାଇଁ ମହିଳାଙ୍କ ଠାରୁ ୧.୧୨ କୋଟି ଟଙ୍କା ମାଗିଥିଲେ। ମହିଳାଙ୍କୁ ସେହି ସମୟରେ ଠକେଇ କୌଣସି ଅନୁଭବ ହୋଇ ନଥିଲା।

ଠକେଇ ବିଷୟରେ ମହିଳା ସେତେବେଳେ ଜାଣିଲେ , ଯେବେ ମହିଳାଙ୍କୁ ଅଭିଯୁକ୍ତମାନେ ଫୋନ୍‌ କରିବା ବନ୍ଦ କରିଦେଲେ ଏବଂ ସବୁ ମୋବାଇଲ ନମ୍ୱର ବି ବନ୍ଦ ହୋଇଗଲା। ଫୋନ୍‌ ନମ୍ୱର ବନ୍ଦ ଥିବା ଜାଣିବା ପରେ ମହିଳାଙ୍କୁ ଠକେଇର ଅନୁଭବ ହେଲା କି, ତାଙ୍କୁ ସେ ଠକାମୀର ଶିକାର ହୋଇଛନ୍ତି। ଏହାପେର ସେ ପୁଲିସ ସହ ସଂପର୍କ କରିଥିଲେ। ପୁଲିସ୍‌ ଏହି ମାମଲାରେ ଠକେଇ , ବିଶ୍ୱାସଘାତ ଓ ଷଡ଼ଯନ୍ତ୍ରର ମାମଲା ରୁଜୁ କରିଛି।

ଅଲିବାଗ ପୁଲିସ ଷ୍ଟେସନର ଅଧିକାରୀ କହିଛନ୍ତି କି, ମାମଲାରେ ଜାଲିଆତି, ଅପରାଧିକ ବିଶ୍ୱାସଘାତକତା ଓ ଷଡ଼ଯନ୍ତ୍ରର କେସ୍‌ ରୁଜୁ କରାଯାଇଛି। ବର୍ତ୍ତମାନ ପୁଲିସ୍‌ ଏବେ ଏହି ନମ୍ୱର ଗୁଡ଼କ ବିଷୟରେ ତଥ୍ୟ ସଂଗ୍ରହ କରୁଛି , ଯାହା ମାଧ୍ୟମରେ ରିଟାୟର୍ଡ କୋର୍ଟ ସୁପରିଟେଣ୍ଟେଣ୍ଟଙ୍କ ସହ ସଂପର୍କ କରାଯାଇ ଥିଲା।  

ସମ୍ବନ୍ଧିତ ଖବର