ଆନ୍ଧ୍ରପ୍ରଦେଶ, ୧।୧୧: TTD ବୋର୍ଡର ନୂତନ ଅଧ୍ୟକ୍ଷଙ୍କ ବଡ଼ ବୟାନ୍ । ତିରୁମାଲାରେ ସମସ୍ତ କର୍ମଚାରୀ ହିନ୍ଦୁ ହେବା ଉଚିତ୍ । ଏନେଇ ନାଇଡୁଙ୍କ ସହ ଆଲୋଚନା କରିବେ TTD ବୋର୍ଡର ଅଧ୍ୟକ୍ଷ ବି ଆର ନାଇଡୁ । ତେବେ ତିରୁମାଲାରେ କାର୍ଯ୍ୟରତ ଥିବା ଅନ୍ୟ ଧର୍ମର କର୍ମଚାରୀଙ୍କ ବିଷୟରେ କ’ଣ ନିଷ୍ପତ୍ତି ନିଆଯିବ ? ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ କେଉଁ ବିଭାଗକୁ ପଠାଯିବ ? ତିରୁମାଲାରେ ଆଉ ରହିବେନି କି ଅନ୍ୟ ଧର୍ମର କର୍ମଚାରୀ ? 

ଭଗବାନ ଭେଙ୍କଟେଶ୍ୱର ନିବାସ ତିରୁମାଲାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାର ହିନ୍ଦୁ ହେବା ଜରୁରୀ । ଏଭଳି ସୂଚନା ଦେଇଛନ୍ତି ତିରୁମାଲା ତିରୁପତି ଦେବସ୍ଥାନମ(TTD) ବୋର୍ଡର ନୂତନ ଅଧ୍ୟକ୍ଷ ବି.ଆର ନାଇଡୁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥାବାର୍ତ୍ତା କରିବେ କି ତିରୁମାଲାରେ କାର୍ଯ୍ୟରତ ଥିବା ଅନ୍ୟ ଧର୍ମର କର୍ମଚାରୀଙ୍କ ବିଷୟରେ କ’ଣ ନିଷ୍ପତ୍ତି ନିଆଯିବ ? ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବି ଆର ନାଇଡୁ କହିଥିଲେ ଯେ, ତିରୁମାଲାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ହିନ୍ଦୁ ହେବା ଜରୁରୀ । ଏହା ମୋର ପ୍ରଥମ ପ୍ରୟାସ । ଏଥିରେ ଅନେକ ପ୍ରସଙ୍ଗ ରହିଛି ଯାହା ଉପରେ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ । ଏନେଇ ସେ ଶ୍ରୀ ନାଇଡୁଙ୍କ ସହ ଆଲୋଚନା କରିବେ । 

ଶ୍ରୀ ନାଇଡୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବଡ଼ ଭକ୍ତ । TTD ବୋର୍ଡର ଅଧ୍ୟକ୍ଷ ଭାବେ ଚୟନ କରାଯିବା ତାଙ୍କ ସୌଭାଗ୍ୟ ବୋଲି ସେ କହିଛନ୍ତି । ତାଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଥିବାରୁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅପରପକ୍ଷେ ସେ ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, YSR କଂଗ୍ରେସ ସରକାର ଅଧୀନରେ ତିରୁମାଲାରେ ଅନେକ ଅନିୟମିତା ଦେଖାଦେଇଥିଲା । ତେବେ ପୂର୍ବରୁ ତିରୁମାଲା ମନ୍ଦିରରେ ଲଡ଼ୁ ପ୍ରସାଦ ବିବାଦକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏଥିପାଇଁ ଜଗନ ମୋହନ ରେଡ୍ଡୀ ସରକାର ଦାୟୀ ବୋଲି ବି.ଆର ନାଇଡୁ କହିଥିଲେ ।