ନୂଆଦିଲ୍ଲୀ,୨୭/୩ : ଭାରତୀୟ ଫୁଟବଲ୍ ଖେଳାଳୀଙ୍କୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି । ୨୬ମାର୍ଚ୍ଚ ୨୦୨୬ରେ କୋଚ୍ଚିର ଜବାହାରଲାଲ ନେହେରୁ ଅନ୍ତର୍ଜାତାୟ ଷ୍ଟାଡିୟମରେ ଏଭଳି ଏକ ଘଟଣା ସମ୍ନାକୁ ଆସିଥିବା ଦେଖାଯାଇଛି । ଯାହା ଏବେ ଦେଶର ଖେଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଖାଲିଦ ଜମିଲ ଏବଂ କେତେକ ଖେଳାଳୀଙ୍କୁ ଷ୍ଟାଡିମୟରେ ପଶିବାକୁ ଅଟକାଯାଇଥିଲା ।

ଏହି ଘଟଣା ଏହି ସମୟରେ ହୋଇଛି ଯେତବେଳେ ଟିମକୁ ଏଏଫସି ଏଶିୟନ କପ୍ କ୍ବାଲିଫାୟର ମ୍ୟାଚ୍ ପୂର୍ବରୁ ପ୍ରେସ କନଫରେନ୍ସ କରିବାରେ ଥିଲା । ଭାରତକୁ ୩୧ମାର୍ଚ୍ଚରେ ହଂଗକଂଗ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାରେ ଅଛି, କିନ୍ତୁ ଏହା ପୂର୍ବରୁ ହିଁ ଏହି ବିବାଦ ପୂରା ମାହୋଲକୁ ବିଗାଡ଼ି ଦେଇଛି ।

ମୁଖ୍ୟ କୋଚଙ୍କ ସହ ଖେଳାଳୀ ଆଶିକ କୁରୁନିୟାନ, ସହଲ ଅବ୍ଦୁଲ ସମଦ ଏବଂ ବିଜୟ ବର୍ଗିସ ବି ଉପସ୍ଥିତ ଥିଲେ । ସମସ୍ତଙ୍କୁ ଷ୍ଟାଡିୟମର ଗେଟରେ ହିଁ ଅଟକାଇ ଦେଇଥିଲେ । ସୁରକ୍ଷା କର୍ମୀ ସ୍ପଷ୍ଟ କହିଥିଲେ କି ଯେତେ ପର୍ଯ୍ୟନ୍ତ ଜରୁରୀ ଦେୟ ହୋଇନାହିଁ ସେତବେଳ ପର୍ଯ୍ୟନ୍ତ ଏଣ୍ଟ୍ରି ମିଳିବ ନାହିଁ । କୁହାଯାଉଛି କି କେରଳ ଫୁଟବଲ୍ ଆସୋସିଏଶନ ଦ୍ବାରା ଷ୍ଟାଡିୟମ ଭଡ଼ା ଲାଗି ୨୦ରୁ ୨୫ଲକ୍ଷ ଟଙ୍କା ସିକ୍ୟୁରିଟି ଜମା କରାଯାଇ ନ ଥିଲା । ଏହି କାରଣରୁ ଏହି ସ୍ଥିତି ଉପୁଜିଛି । ଫଳରେ ପୂରା ଟିମକୁ ବିନା କୌଣସି ପ୍ରେସ କନଫ୍ରେନ୍ସ ନ କରି ଫେରିବାକୁ ପଡ଼ିଲା ।