୧୬ରୁ ସୋଆରେ ସର୍ବଭାରତୀୟ କୁଳପତି ସମ୍ମିଳନୀ, ମୁଖ୍ୟ ପ୍ରସଙ୍ଗ “ଅଟୋନୋମି ଫର୍ ଏକ୍ସିଲେନ୍ସ’ ଯୋଗଦେବେ ଦେଶର ୨୦୦ କୁଳପତି

ଭୁବନେଶ୍ୱର,୧୧ା୨(ବ୍ୟୁରୋ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟି (ଏଆଇୟୁ) ୯୩ତମ ବାର୍ଷିକ ସମ୍ମିଳନୀ ତଥା ସର୍ବଭାରତୀୟ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନର ପ୍ରାୟ ୨୦୦ କୁଳପତି ଓ ନିର୍ଦ୍ଦେଶକ ଯୋଗଦେଇ ଦେଶରେ ଉଚ୍ଚଶିକ୍ଷାର ଭବିଷ୍ୟତ ସମ୍ପର୍କରେ ତର୍ଜମା ଏବଂ ବିଶ୍ଳେଷଣ କରିବେ । ସୋଆରେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ କୁଟନୀତିଜ୍ଞ, ଓଭରସିଜ୍ ଏକାଡେମିକ୍ ଅର୍ଗାନାଇଜେସନ୍ ମେମ୍ବର୍ସ ମୁଖ୍ୟ, ବିଶ୍ୱ ବ୍ୟାଙ୍କ ନୋମିନି ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଶିକ୍ଷାବିତ୍ ମଧ୍ୟ ଯୋଗଦେବେ ।
ବାର୍ଷିକ ସମ୍ମିଳନୀରେ ଦେଶର ଶିକ୍ଷାବିତ୍ମାନେ ଏକାଠି ହୋଇ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିବେ । ସୋଆ କନ୍ଭେନ୍ସନ୍ ସେଣ୍ଟରରେ ହେବାକୁ ଥିବା ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି “ଅଟୋନୋମି ଫର୍ ଏକ୍ସିଲେନ୍ସ’ । ଏହି ପ୍ରସଙ୍ଗକୁ ନେଇ ସମ୍ମିଳନୀରେ ଏକ ଜାତୀୟ ସେମିନାର୍ ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଉନ୍ନତି ପାଇଁ ବିଭିନ୍ନ ସବ୍ଥିମ୍କୁ ନେଇ ମଧ୍ୟ ଆଲୋଚନା ହେବ । ସବ୍ଥିମ୍ଗୁଡ଼ିକ ହେଲା କ୍ରୀଡ଼ା ଉପରେ ଗୁରୁତ୍ୱଆରୋପ ଏବଂ କ୍ରୀଡ଼ା ସଂସ୍କୃତିର ପ୍ରସାର ଓ ଚତୁର୍ଥ ଶିଳ୍ପ ବିପ୍ଳବ । ସେହିପରି ଅନ୍ୟ ସବ୍ଥିମ୍ଗୁଡ଼ିକ ହେଲା ସାମାଜିକ ଉନ୍ନତି ଏବଂ ସ୍ଥାୟିତ୍ୱ, ର୍ୟାଙ୍କିଂ, ରେଟିଂ ଆଣ୍ଡ ରିସର୍ଚ୍ଚ, ଇଣ୍ଟର ନ୍ୟାସ୍ନାଲାଇଜେସନ୍ ଆଜ ଏ ଷ୍ଟାର୍ଟେଜି ଫର୍ ଏକ୍ସିଲେନ୍ସ ଏବଂ ଫାକଲ୍ଟି ସିଲେକ୍ସନ୍ ଓ ଡେଭଲପ୍ମେଣ୍ଟ । ଏଥିରେ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ, ଡିମ୍ଡ ଟୁ ବି ୟୁନିଭର୍ସିଟି, ବେସରକାରୀ ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସାମିଲ ହେବେ ।