କେନ୍ଦୁଝର ସଦର,୨/୩(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା  ପଞ୍ଚାୟତ ରାଇକଳା ଯୁବଜ୍ୟୋତି କ୍ଲବ ଆନୁକୂଲ୍ୟରେ ସପ୍ତମ ସଂକ୍ରରଣ ଅଲ ଇଣ୍ଡିଆ ରାଇଜିଙ୍ଗ ଷ୍ଟାର  କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଜାପିତ ହୋଇଯାଇଛି। ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମାରୁତି ଏକାଦଶ ଯୋଡା ଏଵଂ ଏମଏମସିସି ସମ୍ବଲପୁର ମଧ୍ୟରେ  ଫାଇନାଲ  ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। 

ମାରୁତି ଏକାଦଶ ଯୋଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଅଭରରେ ୯ ୱିକେଟ୍ ହରାଇ ୧୨୦ ରନ ବିଜୟ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ସମଲପୁର ୧୨୧ ରନକୁ ପିଛା କରି ୧୩.୧ ଅଭରରେ ସମସ୍ତ ୱିକେଟ୍ ହରାଇ ୭୩ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଯୋଡା ୪୭ ରନରେ ବିଜୟ ହୋଇ ଚଳିତ ବର୍ଷ ଚମ୍ପିୟାନ ହୋଇଛି।ଚମ୍ପିୟାନ ଦଳ ପକ୍ଷରୁ  ସଚିନ ମୁଖୀ ୧୯ ବଲରେ ୪୧ ରନ କରି ଅପରାଜିତ ଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅରୁଣ ମାଣ୍ଡୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଇକଳା ଗ୍ରାମରେ ଏକ ମିନି ଷ୍ଟାଡିୟମ ହେବ ତାହା ୨୦ କୋଟି ଟଙ୍କାର ହେବ ବୋଲି ଘୋଷଣା କରିବା  ସଙ୍ଗେ ସଙ୍ଗେ ଗ୍ରାମକୁ ମଧ୍ୟ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପଡ଼ିବ ଲୋକେ ମାନସିକ ସ୍ତରରେ ମଦ ଛାଡ଼ିଡ଼ିବାର ଆବଶ୍ୟକତା ରହିଛି। ମୁଖ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ରାଇକଳାରେ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ । ପ୍ରତି ବ୍ଲକରେ ୧୫ କୋଟି ଟଙ୍କାର ଖେଳ ପଡିଆ ନିର୍ମାଣ ହେବ ଲୋକଙ୍କ ସରକାର କଥା ଦେଇ କଥା ରଖନ୍ତି । ପୁର୍ବ ନବୀନ ସରକାର ଯାହା ୨୪ ବର୍ଷରେ କରି ନାହାନ୍ତି ଆମ ମୋହନ ସରକାର ଆଠ ମାସରେ କରି ଦେଖାଇଛନ୍ତି। ଚାଷୀଙ୍କୁ କଥା ଦେଇଥିଲୁ ଧାନରେ ଆଠ ଶହ ଟଙ୍କା ବୋନସ ଦେଲୁ ପୁର୍ବ ସରକାର ଶହେ ଟଙ୍କା ଚାଷୀଙ୍କୁ ଦେଈ ପାରିଲେ ନାହିଁ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ। 

ସମ୍ମାନିତ ଅତିଥି ଭାବେ ମୂଖ୍ୟ ମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି,ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ସମାଜ ସେବୀ ଦୀନବନ୍ଧୁ ବାରିକ, ମୁଖ୍ୟ ମନ୍ତ୍ରୀଙ୍କ ମାତା ନାଶ ମାଝୀ  ପ୍ରମୁଖ ଯୋଗ ଦେଇ ଚାମ୍ପିଅନ ମାରୁତି ଏକାଦଶ ଯୋଡା ଟିମକୁ ନଗଦ ୧ ଲକ୍ଷ ୧୧ ହଜାର ୧୧ଟଙ୍କା ସହିତ ଟ୍ରଫି ଏବଂ ରନର୍ଶଫ  ସମଲପୁର ଟିମକୁ ୭୧ ହଜାର ୧ଶହ ୧୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଛନ୍ତି ଅତିଥି ଗଣ। ଖେଳରେ ଅମ୍ପେରୀୟର ଭାବେ ବିଶ୍ବମ୍ବର ମହାକୁଡ଼ ସହଯୋଗୀ ସୁଶାନ୍ତ କୁମାର ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ବୁଲବୁଲ ଆପଟ ଏବଂ ପ୍ରେମ କୁମାର ମହାନ୍ତ ଓଡିଆ ହିନ୍ଦୀ ଇଂରାଜୀ ଭାଷାରେ  ଧାରାବିବରଣୀ ପ୍ରଦାନ କରିଛନ୍ତି। କମିଟି ସଭାପତି ଅଲେଖ ଚନ୍ଦ୍ର ବାରିକଙ୍କ ସମେତ କମିଟିର ସୁବ୍ରଜିତ ମହାନ୍ତ, ଅଜିତ କୁମାର ବାରିକ, ଆଶିଷ କୁମାର ବେହେରା, ଦୀପକେନ୍ଦୁ ପଲେଇ, ଗିରିଜା ବାରିକ,ଜତିନ ମହାନ୍ତ, ନନ୍ଦ ବାରିକ, ମିଥୁନ ପ୍ରଧାନ, ବାଦଲ ବାରିକ, ଆକାଶ ବାରିକ, କାହ୍ମା ପ୍ରଧାନ , ସଚିନ ମହାନ୍ତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଖେଳକୁ ସୁଚାରୁ ରୂପେ ଖେଳକୁ ସମ୍ପାଦନା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରୋଖି ଅଧିକାରୀ ଶ୍ରୀ କୁଶଲକର ନୀତିନ ଡ଼ାଗୁଡୁ ସମେତ ବହୁ ଉଚ୍ଚ ପଦସ୍ଥ ପଦାଧିକାରୀ ଯୋଗେ ଦେଈଥିଲେ।

ଖେଳ ଅବସରରେ ସେଚ୍ଛା କର୍ମୀ ତଥା ରକ୍ତ ବୀରଙ୍କ ଠାରୁ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତ ପ୍ରତିଟି ରୋଗୀଙ୍କ ଜୀବନର ବଞ୍ଚିବାର ସହାୟକ ହେବ । ରକ୍ତ ବୀରଙ୍କୁ ମୁଖ୍ୟ ମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଛନ୍ତି।