ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ; ଆରମ୍ଭ ହେଲା ଭୁବନେଶ୍ୱର-ଝାରସୁଗୁଡା ବିମାନ ଚଳାଚଳ

ଝାରସୁଗୁଡା ୫।୬: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଭୁବନେଶ୍ୱରରୁ ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି | ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେହିପରି ୫୪ ଜଣ ଯାତ୍ରୀ ଝାରସୁଗୁଡାରୁ ଭୁବନେଶ୍ୱର ଯାଇଥିଲେ। ଉଡାଣ ଯୋଜନାରେ ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି |
ସୂଚନା ଅନୁଯାୟୀ, ଆଲିଆନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ୱର-ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ। ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ|