ପୁରୀ, ୨୪।୮ : ନାବାଳିକାକୁ ଘରୁ ଉଠେଇ ନେଲେ ତିନି ଦୁର୍ବୁତ୍ତ। ପୁରୀ ସଦର ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ପରିବାର। ଘରେ ପଶି ନାବାଳିକା ଭାଇକୁ ମାଡ଼ ମାରି ଉଠେଇ ନେଇଥିବା ଅଭିଯୋଗ ହୋଇଛି ।  ନାବାଳିକା ଜଣକ ଗିରଳ ଅଞ୍ଚଳର। ସଦର ଥାନା ରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।