ଚନ୍ଦନେଶ୍ଵର, ୯/୬( ଆ.ପ୍ର) : ପ୍ରସିଦ୍ଧ ଚନ୍ଦନେଶ୍ଵର ମନ୍ଦିରର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଗାଡି ପାର୍କିଂ ଫିରୁ ଅଧିକ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରବୀନ୍ଦ୍ର ନାଥ ଜେନା ଅଭିଯୋଗ ଆଣିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି । ତୁରନ୍ତ ନିଲାମ ରଦ୍ଦ କରିବାକୁ ସେ ଦାବୀ କରିଛନ୍ତି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଚନ୍ଦନେଶ୍ଵର ମନ୍ଦିରର କେତେକ ଆୟ ଉତ୍ସ ସର୍ବ ସାଧାରଣରେ ନିଲାମ ହୋଇଥିଲା । ତେବେ ଗାଡ଼ି ପାର୍କିଂ ଓ ଦୈନିକ ବଜାର ନିଲାମ କରାଯାଇଥିଲା।ସରକାରଙ୍କ ଧାର୍ଯ୍ୟ ଛୋଟ ୪ ଚକିଆ ଯାନରୁ ୧୦ଟଙ୍କା,ବଡ ୪ଚକିଆ ୨୦ଟଙ୍କା ଓ ୬ଚକିଆ ଯାନରୁ ୫୦ଟଙ୍କା ପାର୍କିଂ ଆଦାୟ କରିବାର ନିୟମ ରହିଛି । ମାତ୍ର ନିଲାମ ଧାରୀ ମାନେ ମନଇଚ୍ଛା ୫୦,୧୦୦ ଓ ୨୦୦ଟଙ୍କା ଗାଡି ମାନଙ୍କରୁ ପାର୍କିଂ ଆଦାୟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ସରକାରଙ୍କ ନୀତି ନିୟମକୁ ଉଲ୍ଲଙ୍ଘନ କରି ଏଭଳି ବେଆଇନ ଭାବେ ପାର୍କିଂ ଆଦାୟକୁ ସେ ସହ୍ୟ ନକରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ ଉଠାଇ ଛନ୍ତି । ଏଥିରେ ରବୀନ୍ଦ୍ର ନାଥ ପାତ୍ର, ଗୌରହରି ଜେନା, ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଏନେଇ ଦାବୀପତ୍ର ପ୍ରଦାନ ପରେ ତୁରନ୍ତ ପାର୍କିଂ ଆଦାୟର ନିୟମ ଓ ମୂଲ୍ୟ ଲେଖି ବୋର୍ଡ ଲଗାଇବାକୁ ତହସିଲଦାର ସୂର୍ଯ୍ୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।