PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମାନସିକ ଅବସାଦଗ୍ରସ୍ତ ‌‌‌ଥିଲା କି ଜମ୍ମୁ ଡିଜି ହେମନ୍ତ ଲୋହିୟାଙ୍କ ହତ୍ୟାକାରୀ? ଡାଏରୀରୁ ମିଳିଲା ସଙ୍କେତ…

Image Courtesy: NDTV

ଜମ୍ମୁ,୦୪/୧୦: ଜମ୍ମୁର ପୁଲିସ୍‌ ମହାନିର୍ଦ୍ଦେଶକ ହେମନ୍ତ ଲୋହିୟାଙ୍କ ହତ୍ୟାକାରୀ ୟାସିର୍‌ ମାନସିକ ଦୁଶ୍ଚିନ୍ତାରେ ରହିଥିବା କୁହାଯାଉଛି। ପୋଲିସ ଏହି କ‌ଥାର ପ୍ରମାଣ ବାହାର କରିଛି। ୟାସିର ତାର ଡାଏରୀରେ ଲେଖିଥିବା କିଛି ନୋଟକୁ ପୋଲିସ ସାର୍ବଜନୀନ କରିଛି। ଯେଉଁଥିରେ ଏହା ସ୍ପଷ୍ଟ ଯେ ୟାସିର ତାଙ୍କ ଜୀବନରେ ମାନସିକ ଚିନ୍ତାରେ ଥିଲା ଏବଂ ସେ ପାଗଳଙ୍କ ପରି ଏଣୁତେଣୁ କିଛି ଲେଖୁଥିଲା।

ହେମନ୍ତ ଲୋହିଆଙ୍କ ହତ୍ୟାକାରୀର ଫଟୋ ମଧ୍ୟ ପୋଲିସ ପ୍ରକାଶ କରିଛି। ପୋଲିସ ଲୋକଙ୍କୁ ନିବେଦନ କରିଛି ଯେ ଯଦି ଏହି ବ୍ୟକ୍ତିଙ୍କୁ କୌଣସି ସ୍ଥାନରେ ଦେଖନ୍ତି, ତେବେ ପୋଲିସକୁ ଏ ବିଷୟରେ ଜଣାନ୍ତୁ। ଏହି ମାମଲାର ପ୍ରାରମ୍ଭିକ ଅନୁସନ୍ଧାନରେ ଡିଜିଙ୍କ ଘରେ କାମ କରୁଥିବା ରାମବାନ୍‌ର ବାସିନ୍ଦା ୟାସିରକୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ବିଚାରକୁ ନେଇଛି। ସେ ଗତ ୬ ମାସ ଧରି ଡିଜିଙ୍କ ଘରେ କାମ କରି ଆସୁଥିଲା।

ପ୍ରାରମ୍ଭିକ ତଦନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପର କୌଣସି ସନ୍ଧାନ ନଥିଲେ ମଧ୍ୟ ପୋଲିସ କିନ୍ତୁ ଏହି ଆଶଙ୍କାକୁ ଏଡ଼ାଇ ଦେଇନାହିଁ। ହତ୍ୟାକାଣ୍ଡରେ ଯେଉଁ ହତିଆର ବ୍ୟବହାର ହୋଇଥିଲା ​​ତାକୁ ଜବତ କରିଛି ପୋଲିସ। ପୋଲିସ ଏପରି କିଛି ପ୍ରମାଣ ମଧ୍ୟ ପାଇଛି ଯାହା ଦର୍ଶାଉଛି ଯେ ୟାସିର ମାନସିକ ଅବସାଦରେ ଥିଲେ।

ହେମନ୍ଦ ଲୋହିଆଙ୍କ ମୃତ୍ୟୁକୁ ନେଇ ପୋଲିସ କହିଛି ଯେ ଡିଜିଙ୍କ ମୃତ୍ୟୁ ଘଟଣାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ରାମବାନ୍‌ର ଘରୋଇ ସହାୟକ ୟାସିର ଅହମ୍ମଦ ମୁଖ୍ୟ ଅଭିଯୁକ୍ତ। ଘଟଣାସ୍ଥଳରୁ ସଂଗୃହିତ କିଛି ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଅଭିଯୁକ୍ତ ମଧ୍ୟ ଅପରାଧ କରିବା ପରେ ପଳାଇଥିବାର ନଜର ଆସିଛନ୍ତି।  ସେ ଏହି ଘରେ ପ୍ରାୟ ୬ ମାସ କାମ କରୁଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ତାର ଆଚରଣରେ ଅତ୍ୟଧିକ ଆକ୍ରମଣାତ୍ମକ ଥିଲା ଏବଂ ସୂତ୍ର ଅନୁଯାୟୀ ସେ ମଧ୍ୟ ଅନେକ ସମୟ ଉଦାସ ରହୁଥିଲା। ବର୍ତ୍ତମାନ ସୁଦ୍ଧା, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ୍‌ କିନ୍ତୁ କୌଣସି ସନ୍ଦେହକୁ ନଏଡ଼ାଇ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି। ୟାସିରର ମାନସିକ ସ୍ଥିତିକୁ ଦର୍ଶାଉଥିବା କିଛି ପ୍ରମାଣ ବ୍ୟତୀତ ଅପରାଧରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରିଛି ପୁଲିସ୍‌। 

ସମ୍ବନ୍ଧିତ ଖବର