ନୂଆଦିଲ୍ଲୀ : ଫିଲ୍ମ ପୁଷ୍ପା-୨ର ଷ୍ଟାର ଅଲ୍ଲୁ ଅର୍ଜୁନ ବଡ଼ ମୁସ୍କିଲରେ ଫସି ଯାଇଛନ୍ତି। ତାଙ୍କୁ ହାଇଦ୍ରାବାଦ ପୋଲିସ୍‌ ସନ୍ଧ୍ୟା ଥିଏଟରରେ ଦଳଚକଟା କାରଣରୁ ମହିଳାଙ୍କ ଜୀବନ ଯିବା କେସ୍‌ରେ ଗିରଫ କରାଯାଇଛି। ଗିରଫ ପରେ ପୁଲିସ ତାଙ୍କୁ ହାଇଦ୍ରାବାଦର ଚିକ୍କଡରପୁଲ୍ଲି ପୋଲିସ୍‌ ଷ୍ଟେସନ ନେଇ ଯାଇଛି। ଏହି ମଧ୍ୟରେ କୁହାଯାଉଛି ଯେ ପୁଲିସ ଯେଉଁ ପରି ଅଲ୍ଲୁ-ଅର୍ଜୁନଙ୍କୁ ତାଙ୍କ ଘରୁ ଗିରଫ କଲା, ଏହା ଉପରେ ଅଭିନେତା ପ୍ରଶ୍ନ ଉଠାଇଛନ୍ତି। 

ସୂତ୍ରାନୁସାରେ, ଅଲ୍ଲୁ ଅର୍ଜୁନ ନିଜର ଗିରଫର ତରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିନେତା ଦାବି କରିଛନ୍ତି ଯେ, ପୁଲିସ ତାଙ୍କୁ ନିଜର ଜଳଖିଆ ବି ଖାଇବାକୁ ଦେଇ ନାହିଁ। ହେଲେ ଏକ ଭିଡିଓ ସାମ୍ନାକୁ ଆସିଛି ଯେ, ଯେଉଁଥିରେ ଅଭିନେତା ଲିଫ୍ଟରେ ଯାଉ ଥିବାର ଦେଖା ଯାଉଛି। ଅଲ୍ଲୁ ପ୍ଲେନ୍‌ ଟି-ସର୍ଟ ପିନ୍ଧି ଥିଲେ, ପରେ ସେ ହୁଡି ପିନ୍ଧି ବାହାରକୁ ଆସିଲେ, ଯାହା ଉପରେ ଲେଖା ଥିଲା –ଫ୍ଲାୱର ନହିଁ ଫାୟର ହୈ

ଅଭିନେତାଙ୍କୁ ଗିରଫ କରିବା ପରେ ପୁଲିସ୍‌ ତାଙ୍କୁ ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୁଲିସ ଷ୍ଟେସନ ନେଇ ଯାଇଥିଲେ। ମାମଲାକୁ ନେଇ ଅଭିନେତାଙ୍କୁ ଏଠାରେ ପଚରାପଚରି କରାଯିବା ପରେ ଜେଲ୍‌ ପଠାଯାଇଛି। ଅଭିନେତାଙ୍କ ଶ୍ୱଶୂର ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଏହି ମାମଲାରେ  ଅଭିଯୋଗ ଆଧାରରେ ଅଭିନେତା ଅଲ୍ଲୁ-ଅର୍ଜୁନ , ତାଙ୍କର ସୁରକ୍ଷା ଟିମ୍‌ ଓ ଥିଏଟର ପ୍ରବନ୍ଧନ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୦୫ ଓ ୧୧୮ (୧) ଅନୁସାରେ ଚିକ୍କଡପଲ୍ଲୀ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। 

ମାମଲାଟି ଥିଲା – 

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ୪ ଡିସେମ୍ୱର ସନ୍ଧ୍ୟା ଫିଲ୍ମ  ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ରଖା ଯାଇ ଥିଲା। କୁହାଯାଇ ଥିଲା କି, ଅଲ୍ଲୁ-ଅର୍ଜୁନ ଏଠାରେ ନିଜ ଫିଲ୍ମକୁ ଦେଖିବାକୁ ଆସିବେ। ଏଥିରେ ନିଜର ପ୍ରିୟ ଷ୍ଟାରଙ୍କୁ ଦେଖିବା ପାଇଁ  ଅନେକ ପ୍ରଶଂସକଙ୍କ ଭିଡ଼ ଥିଏଟର ବାହାରେ ପହଞ୍ଚି ଗଲେ। ଭିଡ଼କୁ କାବୁ କରିବା ପାଇଁ ପୋଲିସଙ୍କୁ ଲାଠି ଚାର୍ଜ ଯାଏ କରିବାକୁ ପଡ଼ିଲା। ଏହି ଭିଡ଼କୁ ଭେଟିବାକୁ ଅଲ୍ଲୁ ଅର୍ଜୁନ ଶେଷରେ ପହଞ୍ଚି ଥିଲେ। ଅଭିନେତାଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଗଲା। ହାଇଦ୍ରାବାଦରୁ ଏହି ଅବସରରେ ଅନେକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା , ଯେଉଁଥିରେ ଅନେକ ଲୋକ ଅଲ୍ଲୁଙ୍କର ଗାଡ଼ିର ଚାରିପଟେ ଜମା ହୋଇଥିବାର ଦେଖିବାକୁ ମିଳିଥିଲା।

ଏହି ଭିଡରେ ଜଣେ ପିଲା ବେହୋସ ହୋଇ ଯାଇ ଥିଲେ , ତ ସେପଟ ୩୫ ବର୍ଷିୟା ଜଣେ ମହିଳାଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ମହିଳା ଜଣଙ୍କ ନିଜ ପରିବାର ସହ ପୁଷ୍ପା-୨ ଦେଖିବାକୁ ପହଞ୍ଚି ଥିଲେ। ଦୁର୍ଘଟଣାର କିଛି ଦିନ ପରେ ଅଲ୍ଲୁ ଅର୍ଜୁନ ଭିଡ଼ିଓ ସେୟାର କରି ଥିଲେ।