ମୁମ୍ୱାଇ : ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କେବଳ ସାଉଥ୍‌ ସିନେମାରେ ନୁହେଁ, ହିନ୍ଦୀ ସିନେମାରେ ମଧ୍ୟ ଏକ ଲୋକପ୍ରିୟ ନାଁ ପାଲଟି ଯାଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପା-୨ : ଦ ରୁଲ୍‌ କୁ ଦର୍ଶକ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହା ୦୫ ଡିସେମ୍ୱରରେ ଫିଲ୍ମ ହଲ୍‌ରେ ରିଲିଜ ହେବ। ଏହି ମଧ୍ୟରେ ଫିଲ୍ମର ଅଭିନେତା ଅଲ୍ଲୁ ଅର୍ଜୁନ ନିଜର ଫିଲ୍ମ ସହ ଜଡ଼ିତ ଏକ କଥା ଦର୍ଶକଙ୍କ ସହ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ସେ ଚାହୁଁ ଥିଲେ ଯେ, ପୁଷ୍ପା-୨ : ଦ ରୁଲ୍‌ର ସୁଟ୍ ଖୁବ୍‌ ଶୀଘ୍ର ଶେଷ ହୋଇ ଯାଉ, ଯାହାକି ତାଙ୍କ ଝିଅ ତାଙ୍କ ପାଖକୁ ଆସି ପାରିବ। 

ଫିଲ୍ମର ପ୍ରମୋସନର ଏକ ଇଭେଣ୍ଟରେ ଅଲ୍ଲୁ ଅର୍ଜୁନ କହିଛନ୍ତି କି, ସେ ଆଶା କରୁଛନ୍ତି, ଯେତିକି ଭଲ ପାଇବା ପୁଷ୍ପାକୁ ମିଳିଛି, ସେତିକି ଭଲ ପାଇବା ପୁଷ୍ପା-୨: ଦ ରୁଲକୁ ମିଳୁ। ସେ ଏହି ସମୟରେ କହିଛନ୍ତି କି, ସେ ଚାହୁଁ ଥିଲେ କି ପୁଷ୍ପା-୨ର ସୁଟିଂ ଖୁବ୍‌ ଶୀଘ୍ର ଶେଷ ହୋଇ ଯାଉ, ଯାହା ଫଳରେ ସେ କ୍ଲିନ୍‌ ଶେଭ୍‌ ହୋଇ ପାରିବେ। ସେ କହିଛନ୍ତି କି ଫିଲ୍ମ ପାଇଁ ତାଙ୍କୁ ଦାଢି ବଢାଇବାକୁ ପଡ଼ି ଥିଲା ଏବଂ ଏହି କାରଣରୁ ସେ ତାଙ୍କର ଝିଅ ତାଙ୍କ ପାଖକୁ ଆସୁ ନଥିଲେ। 


ଅଲ୍ଲୁ କହିଛନ୍ତି, ମୁଁ ଫିଲ୍ମର ସୁଟିଂ ଶେଷ ହେବାକୁ ଅପେକ୍ଷା କରୁଥିଲି , ଯାହାକି କ୍ଲିନ୍‌ ସେଭ୍‌ କରି ପାରିବି, କାରଣ ମୋ ଝିଅ ମୋ ପାଖକୁ ଆସୁ ନଥିଲେ ଏବଂ ମୁଁ ତାକୁ କିସ୍‌ କରି ପାରୁନଥିଲି , କାରଣ ମୋର ଦାଢି ଥିଲା।ମୁଁ ଗତ ତିନିରୁ ଚାରି ବର୍ଷ ଭିତରେ ଠିକ୍‌ରେ କିସ୍‌ କରିପାରି ନାହିଁ। ସୂଚନା ଆଧାରରେ , ପୁଷ୍ପା-୨ : ଦ ରୁଲ୍‌ରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ନଜର ଆସିବେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି।