PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ହୃଦ୍‌ରୋଗ ଆଶଙ୍କା କମାଇଥାଏ ବାଦାମ

source:www.mnn.com

ବାଦାମ ଖାଇବା ଓ ରୋଗ ଆଶଙ୍କା ଉପରେ ନିକଟରେ ଏକ ଅଧ୍ୟୟନ ହୋଇଥିଲା । ସେହି ଅନୁସାରେ, ଦିନକୁ ଅତି କମ୍‌ରେ ୨୦ ଗ୍ରାମ୍‌ ବାଦାମ ଖାଇଲେ ହୃଦ୍‌ରୋଗ ଆଶଙ୍କା ହ୍ରାସପାଏ । ସେତିକି ନୁହେଁ, କର୍କଟ ଓ ଅପମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ହୁଏ । ଗବେଷକଙ୍କ ଅନୁସାରେ, ପ୍ରତିଦିନ ୨୦ ଗ୍ରାମ୍‌ ବା ହାରାହାରି ମୁଠାଏ ବାଦାମ ଖାଇବା ଦ୍ୱାରା କୋରୋନାରୀ ହୃଦ୍‌ ସମସ୍ୟା ୩୦ ପ୍ରତିଶତ ହ୍ରାସ କରାଯାଇପାରେ । ସେହିପରି ୧୫ ପ୍ରତିଶତ କର୍କଟ ଏବଂ ଅପମୃତ୍ୟୁ ଆଶଙ୍କା ୨୨ ପ୍ରତିଶତ ହ୍ରାସ ପାଇଥିଲା । ଶ୍ୱାସଜନିତ ମୃତ୍ୟୁ ଆଶଙ୍କା ମଧ୍ୟ ଅଧା ହ୍ରାସ ହୋଇଥିଲା । ସେହିପରି ମଧୁମେହ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଥିବା ଗବେଷଣାରୁ ଜଣାପଡ଼ିଲା । ଇମ୍ପିରିଆଲ୍‌ କଲେଜ ଲଣ୍ଡନ୍‌ ଓ ନରୱେର ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜରି ବୈଜ୍ଞାନକିମାନେ ବଶି୍ୱର ୨୯ଟି ପ୍ରକାଶିତ ଅଧ୍ୟୟନର ବିଶ୍ଳେଷଣ କରିଥିଲେ । ଏଥେିର ୧୨ ହଜାରରୁ ଅଧିକ କୋରୋନାରୀ ହୃଦ୍‌ରୋଗୀ, ୯ ହଜାର ଷ୍ଟ୍ରୋକ୍‌ ପୀଡ଼ିତ, ୧୮ ହଜାର ହୃଦ୍‌ ଓ କର୍କଟ ରୋଗୀ ଏବଂ ୮୫ ହଜାର ଅପମୃତ୍ୟୁ ସମେତ ୮୧୯,୦୦୦ ପ୍ରତିଯୋଗୀ ସାମିଲ ହୋଇଥିଲେ । ସେମାନଙ୍କ ଜୀବନଶୈଳୀ, ବାସସ୍ଥାନ, ରୋଗ, ଲିଙ୍ଗ ମତଭେଦ ଥିଲେ ମଧ୍ୟ ବାଦାମ ଖାଇବା ଦ୍ୱାରା ଅଧିକାଂଶ ରୋଗ ଆଶଙ୍କା ହ୍ରାସ ପାଇଥିବା ଜଣାପଡ଼ିଲା । ସବୁ ପ୍ରକାର ବାଦାମକୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ଉଚ୍ଚ ଚର୍ବିଯୁକ୍ତ ହେଲେ ମଧ୍ୟ ବାଦାମରେ ଫାଇବର୍‌ ଓ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଛି । ଏହାର ମେଦ ହ୍ରାସକାରୀ ଗୁଣର ପ୍ରମାଣ ମଧ୍ୟ ମିଳିଛି । ବିଏମ୍‌ସି ମେଡିସିନ୍‌ ପତ୍ରିକାରେ ଅଧ୍ୟୟନ ପ୍ରକାଶ ପାଇଛି ।