PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଆମାଜନ୍‌, ୱାଲ୍‌ମାର୍ଟକୁ ଝଟ୍‌କା: ନୂଆ ଇ-କମର୍ସ ନୀତି ଯୋଗୁ ବଜାର ମୂଲ୍ୟ ୩,୬୩,୧୪୭ କୋଟି ହ୍ରାସ

source:http://www.ohmyindia.com

ନୂଆଦିଲ୍ଲୀ,୨ା୨(ଏଜେନ୍ସି): ଶୁକ୍ରବାରଠାରୁ ଭାରତରେ କାର୍ଯ୍ୟକାରୀ ହୋଇଛି ନୂଆ ଇ-କମର୍ସ ନୀତି । ଲାଗୁ ହେବାର ମାତ୍ର କିଛି ଘଣ୍ଟା ପରେ ଏହାର ଝଟ୍‌କା ଅନୁଭବ କରିଛନ୍ତି ଭାରତରେ ସକ୍ରିୟ ଦୁଇ ଆଗଧାଡିର ଇ-କମର୍ସ କମ୍ପାନି ଆମାଜନ୍‌ ଏବଂ ୱାଲ୍‌ମାର୍ଟ । ଭାରତୀୟ ଇ-ରିଟେଲ ବ୍ୟବସାୟରେ ଯୁକ୍ତରାଷ୍ଟ୍ରଭିତ୍ତିକ କମ୍ପାନି ଆମାଜନ୍‌ ଏବଂ ୱାଲ୍‌ମାର୍ଟର ୭୫ରୁ ୮୦% ଅଂଶ ଥିବାବେଳେ ନୂଆ ଇ-କମର୍ସ ନୀତି କାର୍ଯ୍ୟକାରୀ ହେବା ପରେ ଉଭୟ କମ୍ପାନିର ଶେୟାର ମୂଲ୍ୟରେ ବଡ ଧରଣର ହ୍ରାସ ଘଟିଛି । ଶୁକ୍ରବାର କାରବାର ବନ୍ଦ ହେବା ବେଳକୁ ଆମାଜନ୍‌ ଏବଂ ୱାଲ୍‌ମାର୍ଟର ବଜାର ମୂଲ୍ୟରେ ପାଖାପାଖି ୩,୬୩,୧୪୭ କୋଟି ଟଙ୍କାର ହ୍ରାସ ଘଟିଥିବା ଜଣାଯାଇଛି ।
ନାସ୍‌ଦାକ୍‌ରେ ପଞ୍ଜୀକୃତ ଆମାଜନ୍‌ର ଶେୟାର ମୂଲ୍ୟରେ ୫.୩୮% ହ୍ରାସ ଘଟିଛି । ଫଳରେ ଏହା ୧୬୨୬.୨୩ ଡଲାର (ପାଖାପାଖି ୧,୧୫,୮୫୨ ଟଙ୍କା)କୁ ଖସିଆସିଛି । କମ୍ପାନିର ବଜାର ମୂଲ୍ୟରେ ୪୫.୨୨ ବିଲିୟନ୍‌ ଡଲାର (ପାଖାପାଖି ୩,୨୨,୧୪୭.୨୮ କୋଟି ଟଙ୍କା) ହ୍ରାସ ଘଟିଛି । ଅନ୍ୟପକ୍ଷରେ, ୱାଲ୍‌ମାର୍ଟର ଶେୟାର୍‌ ମୂଲ୍ୟ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ୨.୦୬% ହ୍ରାସ ଘଟି ୯୩.୮୬ ଡଲାର (ପାଖାପାଖି ୬,୭୦୦ ଟଙ୍କା)କୁ ଖସିଆସିଛି । କମ୍ପାନିର ବଜାର ମୂଲ୍ୟରେ ପାଖାପାଖି ୫.୭ ବିଲିୟନ୍‌ ଡଲାର (ପାଖାପାଖି ୪୧,୦୦୦ କୋଟି ଟଙ୍କା) ହ୍ରାସ ଘଟିଛି ।
ଶୁକ୍ରବାର କାରବାର ଶେଷ ହେବା ବେଳକୁ ଆମାଜନ୍‌ର ବଜାର ମୂଲ୍ୟ ୭୯୫.୧୮ ବିଲିୟନ୍‌ ଡଲାର (ପାଖାପାଖି ୫୭ ଲକ୍ଷ କୋଟି ଟଙ୍କା) ଥିବାବେଳେ ୱାଲ୍‌ମାର୍ଟର ବଜାର ମୂଲ୍ୟ ୨୭୨.୬୯ ବିଲିୟନ୍‌ ଡଲାର (ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା) ଥିଲା ।
ନୂଆ ନୀତି କାର୍ଯ୍ୟକାରୀ ହେବା ପୂର୍ବରୁ ହିଁ ଆମାଜନ୍‌ର ଅନ୍ତରାଷ୍ଟ୍ରୀୟ କାରବାରରେ ହ୍ରାସ ଘଟିଥିଲା । ଏଥିରେ ଭାରତୀୟ କାରବାର ମଧ୍ୟ ସମ୍ପୃକ୍ତ ଅଛି । ୨୦୧୮ ଡିସେମ୍ବରରେ ଶେଷ ହୋଇଥିବା ତ୍ରୟମାସରେ ଆମାଜନ୍‌ର ଅନ୍ତରାଷ୍ଟ୍ରୀୟ ନେଟ୍‌ ବିକ୍ରିରେ ୧୫% ଅଭିବୃଦ୍ଧି ଦେଖାଦେଇଛି, ଯାହାକି ୨୦୧୭ ସମାନ ସମୟରେ ୨୯% ଥିଲା । ଚଳିତ ମାସ ୱାଲ୍‌ମାର୍ଟ ଏହାର ତ୍ରୟମାସିକ ଫଳାଫଳ ଘୋଷଣା କରିବ । ଭାରତ ସରକାରଙ୍କ ନୂଆ ନୀତିରେ ଉଭୟ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର