PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆମାଜନରେ ପୁଣି ଛଟେଇ , ୯ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ କମ୍ପାନୀ

ନୂଆଦିଲ୍ଲୀ – ଆମେରିକାର ଇ-କମର୍ସ କମ୍ପାନୀ ଆମାଜନ ପୁଣି ଥରେ ଛଟେଇର ଘୋଷଣା କରିଛି। ସିଇଓ ଆଣ୍ଡି ଜେସି କହିଛନ୍ତି କି କମ୍ପାନୀର ଯୋଜନା ଆଗାମୀ କିଛି ସପ୍ତାହରେ ଆଉ ୯୦୦୦ ଚାକିରିରେ ପୂର୍ଣ୍ଣଚ୍ଛେଦ ପକାଇବ । ଏହା ପୂର୍ବରୁ ଆମାଜନ ୧୮୦୦୦ କର୍ମଚାରୀଙ୍କ ହ୍ରାସ କରିବା କଥା କହିଥିଲା।

କହିବା ଅର୍ଥ କି କମ୍ପାନୀ କିଛି ମାସରେ ୨୫ ହଜାରରୁ ଅଧିକ ଲୋକଙ୍କୁ ଚାକିରିରୁ ବାହାର କରି ଦେଇଛି।  ପ୍ରଥମ ରାଉଣ୍ଡରେ ୧୮୦୦୦ ଲୋକଙ୍କୁ କମ୍ପାନୀରୁ ବାହାରର ରାସ୍ତା ଦେଖାଯାଇଛି ଏବଂ ଏବେ ୯୦୦୦ କର୍ମଚାରୀଙ୍କ ଛଟେଇ କରାଯାଉଛି। ଏହା ଆମାଜନର ଇତିହାସର ୨ୟ ସବୁଠୁ ବଡ଼ ଛଟେଇ ।

କମ୍ପାନୀର ସିଇଓ ଜେସି ଏକ ବ୍ଲଗ୍‌ ପୋଷ୍ଟରେ ଲେଖିଛନ୍ତି – ଆମାଜନ ଗତ କିଛି ବର୍ଷରେ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଯୋଡ଼ିଛି , ହେଲେ ଅନିଶ୍ଚିତ ଅର୍ଥବ୍ୟବସ୍ଥା କାରଣରୁ ସ୍ଥିତି ବଦଳି ଯାଇଛି । ଏହି ସ୍ଥିତି ଆମାଜନକୁ ମୂଲ୍ୟ ଓ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରିବା ପାଇଁ ବାଧ୍ୟ କରିଛି।  ଏହି ଥରର ହ୍ରାସ କ୍ଲାଉଡ ସର୍ଭିସେସ୍‌ , ଆଡଭାର୍ଟାଇଜମେଣ୍ଟ ଓ ଟ୍ୱିଚ୍‌ ୟୁନିଟ୍ସରେ କେନ୍ଦ୍ରିତ ହେବ । ସେ ଆହୁରି ଲେଖିଛନ୍ତି –ଅନିଶ୍ଚିତ ସ୍ଥିତି କାରଣରୁ ଆମେ ନିଜର ମୂଲ୍ୟ ଓ କର୍ମଚାରୀଙ୍କ ସଂଖ୍ୟାକୁ ବ୍ୟବସ୍ଥିତ କରୁଛୁ।

ଆପଣଙ୍କୁ କହି ରଖୁଛୁ କି ଗତ ସପ୍ତାହରେ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ୍ସ ମଧ୍ୟ ନୂଆ ଛଟେଇର ଘୋଷଣା  କରିଥିଲା । କମ୍ପାନୀ କହିଥିଲା କି ଚଳିତ ବର୍ଷ  ୧୦,୦୦୦ ଚାକିରିରେ ହ୍ରାସ କରିବ । ଏହା ପୂର୍ବରୁ ୧୧,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି ।