ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ରାସ୍ତା ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ , ଅଧା ବାଟରେ ପ୍ରସବ କଲେ ମହିଳା

Published By : Gurupada Nath | June 25, 2025 6:22 PM

ଫିରିଙ୍ଗିଆ, ୨୫/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥମିବାରେ ନା ଧରୁନି ଜନନୀ ଯନ୍ତ୍ରଣା । କେଉଁଠି ଗର୍ଭବତୀଙ୍କୁ ବୁହା ହେଉଛି ତ କେଉଁଠି ଖଟିଆରେ ବୋହି ଆମ୍ବୁଲାନ୍ସକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ରାସ୍ତା ନ ଥିବାରୁ ଫିରିଙ୍ଗିଆ ବ୍ଲକର ଅଧିକାଂଶ ଉପାନ୍ତ ଅଞ୍ଚଳ ହେଉ କି ଗ୍ରାମାଞ୍ଚଳମାନଙ୍କରେ ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିବାବେଳେ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ, ଅସହାୟ ସମେତ ଜନସାଧାରଣ l 

ଏଭଳି ପୁଣି ଏକ ଜନନୀ ଯନ୍ତ୍ରଣା ସହ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁରେ । ସ୍କୁଲ ସାହି ଏହି ଗାଁରେ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ବି ନ ଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି l ଆଜି ଏହି ପାଣ୍ଡୁପଦର ଗାଁର ତପୋବନ ମଲିକଙ୍କ ସ୍ତ୍ରୀ ତପସ୍ୱିନୀ କହଁର(୨୬) ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଫିରିଙ୍ଗିଆ ମେଡିକାଲକୁ ଯିବା ପାଇଁ ୧0୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନ ଥିବାରୁ ଏବଂ କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁ ପଦର ଗାଁକୁ ଯାଇପାରିନଥିବାବେଳେ ପ୍ରାୟ ୪ କିଲୋମିଟର ଦୂରରେ ଅଟକି ଯାଇଥିଲା । ତେବେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ସହ ରାସ୍ତା ନ ଥିବାରୁ ପରିବାର ଏବଂ ଗାଁ ଲୋକେ ଏକ ଅଟୋକୁ ଡାକି ଅଟୋରେ ବସାଇ କାଦୁଅ ରାସ୍ତାରେ ଠେଲି ଠେଲି ୪କିଲୋମିଟର ଦୂର ନେବା ବାଟରେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ l

ନିଜେ ଆଶା ଦିଦି ପୁଷ୍ପା ମଲିକ ପିଲାକୁ ଧରି କିଛି ବାଟ ଚାଲି ଚାଲି ଆସିଥିଲେ ଆଉ ଡେଲିଭରି ମା’କୁ ଅଟୋରେ ବିଲ ମଝିରେ ଠେଲି ଠେଲି ଆଣିଥିଲେ ବହୁ କଷ୍ଟରେ । ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ଓ ଅସହାୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରସୁତି ମହିଳାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ତେବେ ଫିରିଙ୍ଗିଆ ବ୍ଲକରେ ଏଭଳି ଜନନୀ ଯନ୍ତ୍ରଣା ଲାଗି ରହିଥିବାବେଳେ ପାଣ୍ଡୁ ପଦର ଅଞ୍ଚଳବାସୀ ଦୀର୍ଘ ବର୍ଷ ହେବ ରାସ୍ତା ପାଇଁ ଦାବି କରିଥିଲେ ମଧ୍ୟ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିନଥିବାରୁ ଏଭଳି ଅବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି l ଅନ୍ୟପଟେ ଡାକ୍ତର ସୁମନ୍ତ କୁମାର ମାଝୀଙ୍କୁ ପଚାରିବାରୁ ମା ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.