ଦଶପଲ୍ଲା, ୮।୩: ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡ଼ୁଛି ଖୋର୍ଦ୍ଧା । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ । ପ୍ରତିଦିନ ଘଟୁଛି ଦୁର୍ଘଟଣା ଏବଂ ଚାଲି ଯାଉଛି ନିରୀହ ଜୀବନ । ସୂଚନାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାର୍ଶ୍ୱରୁ ଏକ ଆମ୍ବୁଲାନ୍ସ ବୌଦ୍ଧ-ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ରାସ୍ତା କଡ଼ରେ ଥିବା ବାବୁଲା ଗନ୍ତାୟତର ଘର ମଧ୍ୟକୁ ପଶି ଯାଇଥିଲା । ଫଳରେ ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ପୋଷା କୁକୁର ଟିର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଏକ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଏହା ବି ପଢ଼ନ୍ତୁ... ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା, ଓଏମସି ପକ୍ଷରୁ ସର୍ଭାଇକାଲ କ୍ୟାନସର ସଚେତନତା ଓ ଟିକାକରଣ

ତେବେ ଦଶପଲ୍ଲା ବ୍ଲକର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ମଧ୍ୟରେ ଜାତୀୟ ରାଜପଥଟି ସମ୍ପୂର୍ଣ୍ଣ ସିଧା ଥିବାବେଳେ ଏହି ରାସ୍ତାରେ କୌଣସି ସ୍ପିଡ଼ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେଣୁ ଏହି ରାସ୍ତାରେ ସ୍ପିଡ଼ ବ୍ରେକର ନିର୍ମାଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହେଉଛି ।