ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗାଜର ଖାଇ ଆମେରିକାରେ ଜଣଙ୍କର ମୃତ୍ୟୁ, ନ ଖାଇବାକୁ ସିଡିସି ପକ୍ଷରୁ ଚେତାବନୀ

Published By : Anindita Ratha | November 19, 2024 1:51 PM

ନୂଆଦିଲ୍ଲୀ,୧୯/୧୧:ଖରାପ ଖାଦ୍ୟ ଶରୀର ପାଇଁ  ହାନିକାରକ ହୋଇଥାଏ। ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଆମେରିକାରୁ ସାମ୍ନାକୁ ଆସିଛି  ଏଭଳି ଏକ ଘଟଣା । ଗାଜର ଖାଇ  ଆମେରିକାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାହାପରେ ଗାଜରକୁ ଆମେରିକାର ସମସ୍ତ ଷ୍ଟୋରରୁ ଫେରାଇବାକୁ କୁହାଯାଇଛି। ତେବେ ଆମେରିକାର ଇ-କୋଲି ବ୍ୟାକ୍ଟେରିଆ ପ୍ରକୋପ ଯୋଗୁଁ ଏହି ନିଷ୍ପତ୍ତି ହୋଇଛି। 

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ରବିବାର ଦିନ ଗ୍ରିମୱେ ଫାର୍ମ ଦ୍ୱାରା ପ୍ରମୁଖ ଦୋକାନ ବଜାରରେ ବିକ୍ରି ହୋଇଥିବା ଗାଜରକୁ ନେଇ ଚେତାବନୀ ଦେଇଛି। ସିଡିସି ଏହାର ବିବୃତ୍ତିରେ କହିଛି ଯେ, ଏପର୍ଯ୍ୟନ୍ତ ଆମେରିକାର ୧୮ ଟି ରାଜ୍ୟରେ ଗାଜର ସମ୍ବନ୍ଧୀୟ ଇ କୋଲି ସଂକ୍ରମଣର ୩୯ ଟି ମାମଲା ରୁଜୁ ହୋଇଛି। ସେବେଠାରୁ ସିଡିସି ଲୋକଙ୍କୁ ଗାଜର ନ ଖାଇବାକୁ ଚେତାବନୀ ଦେଇଛି। ସିଡିସି କହିଛି ଯେ ପ୍ରଭାବିତ ଗାଜର ଆମେରିକାର ଷ୍ଟୋରରେ ଆଉ ଉପଲବ୍ଧ ନାହିଁ।  କିନ୍ତୁ ଲୋକଙ୍କ ଘରେ ଥାଇପାରେ। ଯାହାକୁ ପ୍ରଥମେ ଫିଙ୍ଗିବା ଆବଶ୍ୟକ |ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁଯାୟୀ,ଗ୍ରିମୱେ ଫାର୍ମଗୁଡିକ ମଧ୍ୟ ଆମେରିକାରେ ଗାଜରର ପ୍ରକୋପ ହେତୁ କାନାଡା ଏବଂ ପୁଏର୍ତୋ ରିକୋର ଷ୍ଟୋରରୁ ଗାଜରକୁ ସ୍ବେଚ୍ଛାକୃତ ଭାବେ ଫେରାଇବାକୁ କହିଛନ୍ତି। କାଲିଫର୍ନିଆରେ ଅବସ୍ଥିତ ଗ୍ରିମୱେ ଫାର୍ମ ଶନିବାରଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ କମ୍ପାନୀ କହିଛି ଯେ, କମ୍ପାନୀ ଏହାର ଚାଷ ଏବଂ ଅମଳ ପଦ୍ଧତିର ସମୀକ୍ଷା କରୁଛି ।

ଇ-କୋଲି ଜୀବାଣୁ ସଂକ୍ରମଣ କ’ଣ?

ସିଡିସି ଅନୁଯାୟୀ, ଏସ୍ଚେରିଚିଆ କୋଲି  ଜୀବାଣୁ ଦ୍ବାରା ହେଉଥିବା ସଂକ୍ରମଣ। ଏହାର ଅଧିକାଂଶ ରୂପ ମଣିଷ ଏବଂ ପଶୁମାନଙ୍କ ଅନ୍ତନଳୀରେ ବାସ କରେ ଏବଂ ଯାହା କ୍ଷତିକାରକ ନୁହେଁ । କିନ୍ତୁ ଏପରି କିଛି ଇ କୋଲି ବ୍ୟାକ୍ଟେରିଆ ଅଛି ଯାହା ଖାଇବା ପରେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏହା ପାକସ୍ଥଳୀ ରୋଗର ଆଶଙ୍କା ବଢାଇପାରେ । ଏହି ଜୀବାଣୁଙ୍କର ମୁଖ୍ୟ ଲକ୍ଷଣ ମଧ୍ୟରେ ଡିହାଇଡ୍ରେସନ୍ ବାନ୍ତି, ପେଟ ଯନ୍ତ୍ରଣା ଏବଂ ଜ୍ୱର ଇତ୍ୟାଦି।















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.