ନୂଆଦିଲ୍ଲୀ,୪।୯:  ଆମେରିକାରେ ୨୫୦ ବର୍ଷର ଇତିହାସରେ ପ୍ରଥମ। ଏବେ ହ୍ରାସ ପାଇବାକୁ ଯାଉଛି ଜନସଂଖ୍ୟା। ଏହା ଏଥିପାଇଁ, କାରଣ ପ୍ରବାସୀଙ୍କ ଆସିବାର ପରିମାଣ ହ୍ରାସ ପାଇଛି। କେବଳ ସେତିକି ନୁହେଁ ଦେଶରେ ପ୍ରବାସୀଙ୍କ ସଂଖ୍ୟ ୫,୨୫,୦୦୦ କମ୍ ହୋଇଯାଇଛି। ଗୋଟିଏ ପଟେ ଏହି ହ୍ରାସ ଆଗକୁ ଯଦି ରହିବ ତେବେ ଆମେରିକାରେ ଜନ୍ମ ହେଉଥିବା ପିଲାଙ୍କର ସଂଖ୍ୟା ୫ ଲକ୍ଷ ୧୯ ହଜାର ରହିବାର ଅନୁମାନ ରହିଛି। ଏଭଳି ଭାବରେ ଆମେରିକାର ଜନସଂଖ୍ୟାରେ ମୋଟ ୬୦୦୦ ଳୋକଙ୍କ ଅଭାବ ଚଳିତ ବର୍ଷ ରେକର୍ଡ କରାଯାଇଛି। ଆମେରିକା ଇଣ୍ଟର ପ୍ରାଇଜେସ୍ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଅନୁସାରେ,ଆମେରିକାରେ ସିଭିଲ ଓ୍ବାର ବେଳେ ୭ ଲକ୍ଷ ଲୋକ ନିହତ ହୋଇଥିଲେ। ତଥାପି ମଧ୍ୟ ଜନସଂଖ୍ୟା ହ୍ରାସ ପାଇନଥିଲା। କରୋନା କାଳରେ ମଧ୍ୟ ଆମେରିକାର ଜନସଂଖ୍ୟା ନେଗେଟିଭରେ ଯାଇନଥିଲା। 

ଏଥିପାଇଁ ଏହା ଐତିହାସିକ ହେବ ଯେ, ଆମେରିକାର ଜନସଂଖ୍ୟାରେ ଚଳିତ ବର୍ଷ ହ୍ରାସ ଦେଖିବାକୁ ମିଳିଛି। ଜନସଂଖ୍ୟାରେ ଅଭାବର କାରଣ ହେଉଛି ଆମେରିକାର ହ୍ରାସ ପାଉଥିବା ଜନ୍ମହାର। ବିଗତ ପ୍ରାୟ ୩୦ ବର୍ଷ ହେବ ଆମେରିକାର ହାରାହାରି ଜନ୍ମହାର ୧.୬ ହୋଇଛି। ସେଭଳି ରିପ୍ଲେସମେଣ୍ଟ ଲେବଲ ପାଇଁ ମଧ୍ୟ ୨.୧ ଜରୁରୀ ମନେ କରାଯାଇଛି। ଏଭଳି ଭାବରେ ଆମେରିକାରେ ପରିବାର ଲଗାତାର ଛୋଟ ହେବାରେ ଲାଗିଛି। ସନ୍ତାନ ଜନ୍ମ କରିବାର ରୁଚି ମଧ୍ୟ କମ୍ ହେଉଛି। ଇନଷ୍ଟିଚ୍ୟୁଟ୍ ଫର ଫ୍ୟାମିଲି ଷ୍ଟଡିଜ୍ ଅନୁସାରେ ଆମେରିକାରେ ପ୍ରତି ସପ୍ତାହ ସେକ୍ସ କରୁଥିବା ମହିଳା ଏବଂ ପୁରୁଷଙ୍କ ସଂଖ୍ୟା ୩୭ ପ୍ରତିଶତ ହୋଇଯାଇଛି। ସେଭଳି ୧୯୯୦ ରେ ଏହା ହାରାହାରି ୫୫% ଥିଲା।

ଉଲ୍ଲେଖନୀୟ ଯେ, ଆମେରିକାରେ ପୂବର୍ରୁ ହିଁ ପ୍ରବାସୀଙ୍କ ସଂଖ୍ୟାରେ ଦୃତ ଗତିରେ ହ୍ରାସ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଆସୁଥିବା ଲୋକଙ୍କ ସଂଖ୍ୟା କମ୍  ହୋଇଥିବା ବେଳେ ବାହାରୁଥିବା ଲୋକଙ୍କ ସଂଖ୍ୟା ବଢିଯାଇଛି। ଚଳିତ ବର୍ଷ ଆରମ୍ଭରୁ ୬ ମାସରେ ୧୪ ଲକ୍ଷ ପ୍ରବାସୀ ଆମେରିକା ଛାଡି ଦେଇଛନ୍ତି। ଆମେରିକା ଗୃହ ବିଭାଗ କହିଛି, ଟ୍ରମ୍ପ କ୍ଷମତାକୁ ଆସିବାପରେ ୧୬ ଲକ୍ଷ ମାଇଗ୍ରାଣ୍ଟ ଆମେରିକା ଛାଡି ସାରିଲେଣି। ଏହା ଏଥିପାଇଁ ,କାରଣ ଟ୍ରମ୍ପ ପ୍ରଶାସନର ନୀତି ପ୍ରବାସୀଙ୍କୁ ଆମେରିକା ଆସିବାକୁ ହତୋତ୍ସାହିତ କରୁଛି।  କେବଳ ସେତିକି ନୁହେଁ ବେଆଇନ ଭାବରେ ଆମେରିକା ଆସୁଥିବା ନାମ ଉପରେ ପ୍ରଶାସନ ୩,୫୯,୦୦୦ ଲୋକଙ୍କୁ ଗିରଫ କରିଛି। ଏଥିରେ ୩ ଲକ୍ଷ ୩୨ ହଜାର ଲୋକଙ୍କୁ ଡିପୋର୍ଟ କରାଯାଇଛି।  ​​​​​​​