ଲମତାପୁଟ, ୯।୪ : ରାଣୀଡୁଡୁମା ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ଭବାନୀ ଶଙ୍କର ମହାନ୍ତି। ସେ କୋରାପୁଟ ପ୍ରତିଭା କଲେଜରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଜଗତସିଂପୁର ଜିଲ୍ଲାରେ।
ଦୁଇଟି ସ୍କୁଟିରେ ଚାରିଜଣ ସାଙ୍ଗ ବୁଲିବାକୁ ରାଣୀଡୁଡୁମା ଜଳପ୍ରପାତ ଯାଇଥିଲେ। ସମସ୍ତେ ଜଳପ୍ରପାତରେ ଗାଧୋଇଥିଲେ। କିନ୍ତୁ ଅସାବଧାନତା କାରଣରୁ ଭବାନୀ ଶଙ୍କର ମହାନ୍ତି ବୁଡି ଯାଇଥିଲେ। ତିନି ସାଙ୍ଗ ପାଣି ରୁ ଭବାନୀଙ୍କୁ କାଡ଼ିଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ଭବାନୀ ଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସାଙ୍ଗ କୁ ବଞ୍ଚାଇ ପାରି ନ ଥିଲେ। ମୃତ ଭବାନୀଙ୍କ ମୃତଦେହ ପୁଲିସ ଜବତ କରିବା ସହ ସହ ତିନି ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିଛି।