ଓ୍ବାଶିଂଟନ୍,୨୧।୪: ଆମେରିକାରେ ଜଣକ ପରେ ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହେଉଛି। ଏହା ପ୍ରଶାସନର ନିଦ ଉଡାଇ ଦେଇଛି। ଏପର୍ଯ୍ୟନ୍ତ ୧୧ ଜଣ ବୈଜ୍ଞାନିକ ନିଖୋଜ ହେବା ଓ ଅସ୍ବାଭାବିକ ସ୍ଥିତିରେ ମୃତ ବୋଲି ଜଣାପଡିଛି। ଯାହାକି ଜାତୀୟ ସୁରକ୍ଷା ଦୃଷ୍ଟିରୁ ଖୁବ୍ ବଡ ବିପଦ ବୋଲି କୁହାଯାଉଛି। ସଂଘୀୟ ତଦନ୍ତକାରୀ ଏଜେନ୍ସି ଏହାର ସମାଧାନ କରିବାରେ ଲାଗିଛି।
ଯେତେଯେତେ ଏହି ମାମଲା ବିଷୟରେ ଜଣାପଡିଛି, ସେତେବେଳେ ଏକ ଏକ ବିପଦଜନକ ପାର୍ଟନ ବୋଲି ଲାଗୁଛି। ଅଧିକାଂଶ ବୈଜ୍ଞାନିକ ଖୁବ୍ ସମ୍ବେଦନଶୀଳ କ୍ଷେତ୍ର ଯେପରି ନ୍ୟୁକ୍ଳିର ଓ ଏରୋସ୍ପେସ୍ ରିସର୍ଚ୍ଚ ସହିତ ଜଡିତ ଥିଲେ। ‘ଫକ୍ସ ନ୍ୟୁଜ’ ସହ ଆଲୋଚନା ବେଳେ ‘ୟୁଏସ୍ ହାଉସ କମିଟି ଅନ୍ ଓଭର ସାଇଟ୍ ଆଣ୍ଡ ଆକାଉଣ୍ଟବିଲିଟି’ ର ଚେୟାରମ୍ୟାନ୍ ଜେମ୍ସ କୋମର ଏହାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ‘ଏହାର ଏକ ଦୃଢ଼ ସମ୍ଭାବନା ଅଛି ଯେ କିଛି ଅତ୍ୟନ୍ତ ବିପଜ୍ଜନକ ଘଟୁଛି। ଏହା ଏକ ସଂଯୋଗ ହୋଇପାରିବନି। କଂଗ୍ରେସ ଏହି ପ୍ରସଙ୍ଗକୁ ଏହାର ସର୍ବୋଚ୍ଚ ପ୍ରାଥମିକତା ବୋଲି କହୁଛି। ଏହାକୁ ଜାତୀୟ ସୁରକ୍ଷା ପାଇଁ ଏକ ସମ୍ଭାବ୍ୟ ବିପଦ ଭାବରେ ଦେଖାଯାଉଛି।’ ଗତ ମାସରେ, ଔଷଧ ଗବେଷକ ଜେସନ ଥମାସଙ୍କ ମୃତଦେହ ମାସାଚୁସେଟ୍ସ ହ୍ରଦରେ ମିଳିଥିଲା। ଜେସନ୍ ଥମାସ କ୍ୟାନସରର ଚିକିତ୍ସା ଉପରେ କାମ କରୁଥିଲେ ଏବଂ ଗତ ତିନି ମାସ ଧରି ନିଖୋଜ ଥିଲେ। ୨୦୨୨ ଆରମ୍ଭରୁ, ଅନେକ ପ୍ରମୁଖ ବୈଜ୍ଞାନିକ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛନ୍ତି କିମ୍ବା ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି। ଏଥିରେ ଲସ୍ ଆଲାମୋସ୍ ନ୍ୟାସନାଲ୍ ଲାବୋରେଟୋରୀ, ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ ଏବଂ MIT ର ଗବେଷକମାନେ ମଧ୍ୟ ରହିଛନ୍ତି।
ଏହି ବୈଜ୍ଞାନିକ ଆଡଭାନ୍ସଡ୍ ପ୍ରୋପୋଲେସନ୍, ନ୍ୟୁକ୍ଳିଅର ସାଇନ୍ସ ଓ ୟୁଏପି ଭଳି ଉନ୍ନତ ଟେକ୍ନୋଳୋଜି ଉପରେ କାମ କରୁଥିଲେ। ହ୍ବାଇଟ୍ ହାଉସ ଅନୁସାରେ, ଏଫ୍ବିଆଇ ଓ ଅନ୍ୟ ସଂଘୀୟ ଏଜେନ୍ସି ଏହି ମାମଲାର ବ୍ୟାପକ ସମୀକ୍ଷା କରୁଥିଲେ। ଏହି ଘଟଣା ଭିତରେ ଲୁଚି ରହିଥିବା ସମ୍ଭାବିତ ବିପଦର ଆକଳନ କରାଯାଉଛି, ଯାହାଫଳରେ ସତ୍ୟତା ସାମନାକୁ ଆସି ହେବ। ଜେମ୍ସ କୋମର କହିଛନ୍ତି, ତାଙ୍କ କମିଟି ଶକ୍ତି ବିଭାଗ, ନାସା ଓ ପ୍ରତିରକ୍ଷା ବିଭାଗ ଭିତରେ ଭଲ ସମନ୍ବୟର ଦାବି କରିଛି। ଆମେ ସବୁ ଏଜେନ୍ସିକୁ ସୂଚନା ଦେବାକୁ କହିଥିଲୁ, ଯାହାଫଳରେ ଯାଞ୍ଚରେ କୌଣସି ଛାଡ ସବୁ ଖିଅକୁ ଯୋଡି ହେବ। ଏହି ମାମଲାର ଗମ୍ଭୀରତାକୁ ଦେଖି ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗତ ସପ୍ତାହରେ ସେ ଏହାକୁ ଖୁବ୍ ଗମ୍ଭୀର ମାମଲା ବୋଲି କହିଛନ୍ତି।, ତେବେ ସେ ଏହି ଆଶା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହା ମାତ୍ର କେବଳ ସଂଯୋଗ ବି ହୋଇପାରେ। ଆମକୁ ଆଗାମୀ ଦେଢ ସପ୍ତାହରେ ଏହାର ସତ୍ୟତା ଜଣାପଡିଯିବ।
ପ୍ରମୁଖ ମାମଲା ଏଭଳି ରହିଛି
୨୦୨୨: ଆଣ୍ଟି ଗ୍ରାଭିଟି ରିସର୍ଚ୍ଚର ଏମି କ୍ୟାଥରିନ୍ଙ୍କ ଏସ୍କିଡେଜ୍ର ଆଲବାମାରେ ମୃତ୍ୟୁ ହୋଇଥିଲା। ଏହାକୁ ଆତ୍ମହତ୍ୟା ବୋଲି କୁହାଯାଇଥାଏ, କିନ୍ତୁ ପ୍ରମାଣ ଅଭାବରୁ ପ୍ରଶ୍ନ ହୋଇ ରହିଛି।
୨୦୨୫: କାଲିଫର୍ନିଆରେ ପର୍ବତାରୋହଣ ସମୟରେ ପୂର୍ବତନ ନାସା ବୈଜ୍ଞାନିକ ମୋନିକା ରେଜା ନିଖୋଜ ହୋଇଗଲେ। ସେହି ବର୍ଷ, ବୋଷ୍ଟନରେ ନ୍ୟୁକ୍ଲିୟର ଫ୍ୟୁଜନ୍ ଗବେଷକ ନୁନୋ ଲୁରେଇରୋଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ସହପାଠୀ ଏଥିରେ ସମ୍ପୃକ୍ତ ଥିଲେ।
୨୦୨୬: ନ୍ୟୁ ମେକ୍ସିକୋରେ ଅବସରପ୍ରାପ୍ତ ବାୟୁସେନା ମେଜର ଜେନେରାଲ ନୀଲ ମ୍ୟାକକାସଲାଣ୍ଡ ନିଖୋଜ ହୋଇଯାଇଥିଲେ। ଫେବୃଆରୀ ୨୦୨୬ରେ ଜ୍ୟୋତିର୍ବିଜ୍ଞାନୀ କାର୍ଲ ଗ୍ରୀଲମେୟରଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ମାର୍ଚ୍ଚ ୨୦୨୬ରେ ଜେସନ ଥମାସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ସହିତ, ନାସାର ମାଇକେଲ ଡେଭିଡ ହିକ୍ସ ଏବଂ ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀର ଫ୍ରାଙ୍କ ମାଇୱାଲ୍ଡଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ଘନିଷ୍ଠ କରିଛି। ଯଦିଓ ଆମେରିକା ପ୍ରଶାସନ ଅନେକ ମାମଲାକୁ ଆତ୍ମହତ୍ୟା, ଦୁର୍ଘଟଣା କିମ୍ବା ବ୍ୟକ୍ତିଗତ ଅପରାଧ ଭାବରେ ଖାରଜ କରିଛି, ତଥାପି ଏହି ଘଟଣାଗୁଡ଼ିକର କ୍ରମାଗତ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ପରମାଣୁ ବିଜ୍ଞାନ ଓ ମହାକାଶ ଅନୁସନ୍ଧାନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ସହ ଜଡିତ ବିଶେଷଜ୍ଞଙ୍କ ମୃତ୍ୟୁ ଏବେ ,କ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ଯେ, କ’ଣ ଏସବୁ କୌଣସି ଷଡଯନ୍ତ୍ରର ଅଂଶ ?