PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ନାସା ସେୟାର କରିଛି ରାତିରେ ମହାକାଶରୁ ପୃଥିବୀର ଚିତ୍ର; ଏମିତି ଦେଖାଯାଉଛି ଭାରତ

Image Courtesy: NASA/instagram

ନୂଆଦିଲ୍ଲୀ,୨୪/୦୩: ଆମେରିକାର ସ୍ପେସ୍ ଏଜେନ୍ସି ନାସା ମହାକାଶରୁ ଉଠାଯାଇଥିବା ପୃଥିବୀରେ ରାତିର ଏକ ଚିତ୍ର ସେୟାର କରିଛି। ପ୍ରଥମ ଦେଖାରେ ଏହି ଚିତ୍ରଟି ଅବିଶ୍ୱସନୀୟ ଦେଖାଯାଏ। ଏଥିରେ ପୃଥିବୀର ସୌନ୍ଦର୍ଯ୍ୟ ଦେଖି ଆପଣ ବି ସ୍ବ‌ବ୍ଧ ହୋଇଯିବେ। ନାସା ଦ୍ବାରା ସେୟାର କରାଯାଇଥିବା ଏହି ଚିତ୍ରରେ ପୃଥିବୀରେ ମାନବ ବସତିର ଢ଼ାଞ୍ଚା ସ୍ପଷ୍ଟ ଦେଖାଯାଉଛି। ଏହି ଚିତ୍ରଗୁଡ଼ିକ ମଧ୍ୟ ଅନୁସନ୍ଧାନର ଏକ ଉତ୍ସ ଅଟେ।

 ନାସାର ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ପ୍ରାୟ ସାତ ବର୍ଷ ପୁରୁଣା ଫଟୋରେ ପୃଥିବୀର ଚିତ୍ର ରାତିରେ କିପରି ଆଲୋକିତ ହୋଇଥିଲା, ତାହା ଦେଖିବାକୁ ମିଳିଛି। ଏଥିରେ ଦେଖିବାକୁ ମିଳିଛି ଯେ, ପୃଥିବୀର ବାହ୍ୟ ଅଂଶ ହାଲୁକା ନୀଳ ଆଲୋକରେ ଦୃଶ୍ୟମାନ ହୋଇଛି। ଏହା ସହିତ ୟୁରୋପ ଏବଂ ଉତ୍ତର ଆଫ୍ରିକାର ସହରଗୁଡ଼ିକର ଆଲୋକ ମଧ୍ୟ ଏହି ଚିତ୍ରରେ ଉଜ୍ଜ୍ୱଳ ଦେଖାଯାଉଛି। କେବଳ ଏତିକି ନୁହେଁ, ଭାରତ ମଧ୍ୟ ଏଥିରେ ଏକ ଜ୍ୟୋତିଷ୍କ ତାରକା ଭାବେ ଦେଖାଯାଏ।

ନାସା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଚିତ୍ରରେ ରାତିରେ ପୃଥିବୀର ଆଲୋକ ଦୃଶ୍ୟମାନ ହେଉଛି। ଏହା ଏକ ମିଶ୍ରିତ ଆଲୋକରୁ ଉତ୍ପନ୍ନ ଯାହା ପ୍ରତି ମାସରେ ସର୍ବୋତ୍ତମ ମେଘୁଆ ବା ବାଦଲ ମୁକ୍ତ ରାତିକୁ ଚୟନ କରିଥାଏ। ଏହା ସହିତ ନାସାର ଜଣେ ପୂର୍ବତନ ବୈଜ୍ଞାନିକ କହିଥିଲେ ଯେ, ଏହି ତଥ୍ୟ ବ୍ୟବହାର କରି ବିଦ୍ୟୁତ୍ ବିତରଣ, ଝଡ, ଭୂକମ୍ପ ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିବର୍ତ୍ତନ ଉପରେ ନଜର ରଖିପାରିବେ। ନାସା ଏହି ଫଟୋକୁ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଊଛି।

ସମ୍ବନ୍ଧିତ ଖବର