ମୁମ୍ୱାଇ : ସାଉଥ୍ ଇଣ୍ଡଷ୍ଟ୍ରୀରୁ ନେଇ ବଲିଉଡ୍ ଯାଏ ନିଜର ଆକ୍ଟିଂର ଦମ୍ରେ ଦର୍ଶକଙ୍କ ହୃଦୟରେ ରାଜୁତି କରୁଥିବା ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ନିଜର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ପ୍ରକାଶ ତାଙ୍କ ଫିଲ୍ମ ଅପେକ୍ଷା ଅଧିକା ତାଙ୍କର ବିସ୍ଫୋରକ ଟିପ୍ପଣୀକୁ ନେଇ ଜଣାଶୁଣା। ଅନେକ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ପୋଷ୍ଟ ମାଧ୍ୟମରେ କିମ୍ୱା ପୁଣି ଇଣ୍ଟରଭ୍ୟୁଜ୍ରେ ଇଣ୍ଡଷ୍ଟ୍ରୀରୁ ନେଇ ପିଲିଟିକ୍ସର ନୀତି ବିରୋଧରେ କହିବାରେ ଟିକିଏ ବି ଅବହେଳା କରନ୍ତି ନାହିଁ।ସେ ସେହି ଷ୍ଟାରଙ୍କ ମଧ୍ୟରେ , ଯିଏ ରାଜନୀତିକ ପ୍ରସଙ୍ଗକୁ ନେଇ ନିଜର ମତ ଦେଇଥାନ୍ତି। ହେଲେ ପ୍ରକାଶ ରାଜଙ୍କୁ ଅନେକ ଥର ନିଜର ବୟାନ ଯୋଗୁଁ ଟ୍ରୋଲିଂର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଏହିକ୍ରମରେ ପ୍ରକାଶ ରାଜ ନିଜର ନୂଆ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ପ୍ରକୃତ କଥା ହେଲା , କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ଏବଂ ବିପୁଲ ଅମୃତ ଅମୃତଲାଲ ଶାହଙ୍କ ପ୍ରଯୋଜିତ ‘ଦି କେରଲା ଷ୍ଟୋରୀ-୨’ର ଟ୍ରେଲର ରିଲିଜ୍ ହେବା ପର ଠାରୁ ହିଁ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ସବୁ ଆସୁଛି। ଏଥିରେ ଦେଖିବାକୁ ମିଳିବ ଯେ, ନାୟକଙ୍କୁ ଏକ ମୁସଲିମ ପରିବାର ବଳପୂର୍ବକ ଗୋମାଂସ ଖାଇବାକୁ ଦେଉଛନ୍ତି।ଉକ୍ତ ଫିଲ୍ମଟି ଫେବ୍ରୁଆରୀ ୨୭ ତାରିଖରେ ସିନେମା ହଲରେ ରିଲିଜ ହେବ। ଏହି ସ୍ଥିତିରେ ରବିବାର ଅଭିନେତା ପ୍ରକାଶ ରାଜ ତାଙ୍କ ଏକ୍ସ ଆକାଉଣ୍ଟରେ ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ମନ୍ତବ୍ୟ ଦେଇ ଥିଲେ । ପ୍ରକାଶ ତାଙ୍କ ଏକ୍ସ ଆକାଉଣ୍ଟରେ ଘୁଷୁରୀ ମାଂସ, ଗୋମାଂସ ଏବଂ ମାଛ ଡିସେସ୍ ଫଟୋ ସେୟାର କରିଥିଲେ।

ଉକ୍ତ ଫଟୋଗୁଡ଼ିକ ସହିତ ପ୍ରକାଶ ଲେଖିଛନ୍ତି, ‘ପ୍ରକୃତ ଦି କେରଲ ଷ୍ଟୋରୀ ହେଉଛି କିପରି ଘୁଷୁରୀ ମାଂସ, ଗୋମାଂସ ଏବଂ ମାଛ ଭେଜିଟେରିଆନ ସଧ୍ୟା ସହ ରହନ୍ତି ଏବଂ ସେମାନେ ସମସ୍ତେ ମିଳିମିଶି ରହନ୍ତି। ପ୍ଲିଜ୍ ଏହାର ମଜା ନିଅ , ସମସ୍ତଙ୍କୁ ହ୍ୟାପି ସଣ୍ଡେ । 

ଏହା ପୂର୍ବରୁ ଫିଲ୍ମ ମେକର ଅନୁରାଗ କଶ୍ୟପ ଫିଲ୍ମ ବିଷୟରେ କଡ଼ା ଟିପ୍ପଣୀ କରିଥିଲେ, କହିଥିଲେ – ଦ କେରଲା ଷ୍ଟୋରୀ ଏକ ଖରାପ ଫିଲ୍ମ । ଏହି ଏକ ଖରାପ ପ୍ରୋପାଗେଣ୍ଡା। ସଂପୂର୍ଣ୍ଣ ରୂପେ ଖରାପ। ଏମିତି କିଏ ବିଫ୍ (ଗୋ ମାଂସ ଖୁଆଇ ଥାଏ ? ଏମିତି କେହି ଖେଚୁଡ଼ି ମଧ୍ୟ ଖୁଆଏ ନାହିଁ । ବେକାର ସିନେମା।