ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କୁସ୍ତିଯୋଦ୍ଧାଙ୍କ ପାଦ ଛୁଇଁଲେ ଆମିର, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଫଟୋ

Published By : Krishna Priya | March 12, 2025 3:12 PM

ମୁମ୍ବାଇ ୧୨/୦୩: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଅନେକ ସମାଜକଲ୍ୟାଣ ମୂଳକ କାମ କରୁଥିବାବେଳେ ନିଜର ନମ୍ର ସ୍ୱଭାବ ଲାଗି ମଧ୍ୟ ପରିଚିତ । ନିକଟରେ ତାଙ୍କର ଏହି ମହାନ୍‌ ଗୁଣର ଆଉ ଏକ ଝଲକ ଦେଖିବାକୁ ମିଳିଥିଲା । ସେ କୁସ୍ତିଯୋଦ୍ଧା କୃପାଶଙ୍କର ପଟେଲ୍‌ଙ୍କ ପାଦ ଛୁଇଁଥିଲେ । ଅର୍ଜ୍ଜୁନ ପୁରସ୍କାର ବିଜେତା ପଟେଲଙ୍କୁ ଆମିର ନିଜ କୁସ୍ତି ଗୁରୁ ବୋଲି ମାନନ୍ତି । ‘ଦଙ୍ଗଲ’ ଚଳଚ୍ଚିତ୍ରର ସୁଟିଂ ସମୟରେ ତାଙ୍କଠାରୁ କୁସ୍ତି ଶିଖିଥିଲେ ଆମିର । 

ଏପରିସ୍ଥଳେ ସୋମବାର ସେ କୃପାଶଙ୍କରଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ମୁମ୍ବାଇସ୍ଥିତ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ସେଠାରେ କୃପାଶଙ୍କରଙ୍କୁ ଦେଖିବା ମାତ୍ରେ ଆମିର ତାଙ୍କର ପାଦ ଛୁଇଁଥିଲେ । ସେ ଯେତେ ଅଟକାଇଥିଲେ ମଧ୍ୟ ଆମିର ମାନିନଥିଲେ । ଏହାପରେ ତାଙ୍କୁ ଆଲିଙ୍ଗନ କରି କହିଥିଲେ ଯେ, ଆପଣଙ୍କୁ ଦେଖିଲେ ପ୍ରେରଣା ମିଳିଥାଏ । କୁସ୍ତିକ୍ଷେତ୍ରରେ ଆପଣଙ୍କର ଯୋଗଦାନକୁ ଦେଶ ସବୁବେଳେ ମନେ ରଖିବ । ଉଭୟଙ୍କର ଏହି ସାକ୍ଷାତର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.