PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଜି ଆସିବେ ଶାହ

ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ନବୀନଙ୍କ ପ୍ରତି ନରମ ହେବେ ନା ଗରମ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଅମିତ୍‌ ଶାହ ନବୀନ ଓ ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରିବେ କି? ମୋଦି-ନବୀନ ପାର୍ଟନର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏ ଅଭିଯୋଗର ଶାହ କି ଜବାବ ରଖିବେ? ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଥିଲା ବେଳେ ଏମିତି ପ୍ରଶ୍ନ ରାଜନୈତିକ ମହଲରେ ଉଙ୍କି ମାରୁଛି ।
ମାତ୍ର ୩ ସପ୍ତାହ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଖୋର୍ଦ୍ଧାରେ ବିଶାଳ ଜନ ସମାବେଶ ପରେ ଉତ୍ତର ଓଡ଼ିଶାର ବାରିପଦା ଓ ତା’ ପରେ ବଲାଙ୍ଗୀର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଏ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବିଜେଡି ଓ ନବୀନଙ୍କ ପ୍ରତି ବେଶ୍‌ ନରମ ମନୋଭାବ ପୋଷଣ କରିଥିଲେ । ବାରିପଦା ଓ ବଲାଙ୍ଗୀର ସଭାରେ ମୋଦି ରାହୁଲଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ବେଳେ ନବୀନଙ୍କ ପ୍ରତି ବେଶ କୋହଳ ମନୋଭାବ ପୋଷଣ କରିଥିଲେ । ଯାହା ରାଜ୍ୟ ବିଜେପିକୁ ଶଙ୍କାରେ ପକାଇଥିଲା । ଏବେ ଶାହ ସାଲେପୁରରେ ନରମ ମନୋଭାବ ଦେଖାଇବେ ନା ଆକ୍ରମଣ କରିବେ ତାହା ଏବେ ପ୍ରଶ୍ନବାଚୀ ।
ଓଡ଼ିଶା ଶାସନ ଗାଦିରେ ବସିବାକୁ ବିଜେପି ପ୍ରାୟ ଦୁଇ ବର୍ଷ ହେବ ଜୋରଦାର ଉଦ୍ୟମ ଜାରି ରଖିଛି । ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ସହ କେନ୍ଦ୍ର ମନ୍ତ୍ରୀମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍‌ କରିବା ସହ କେନ୍ଦ୍ର ବିଜେପି ସରକାର ନବୀନଙ୍କୁ ମଧ୍ୟ ଘେରୁଥିଲା । ମାତ୍ର ୫ ରାଜ୍ୟର ଫଳାଫଳ ଆସିବା ସହ ଭୋଟ ପାଖେଇ ଆସୁଥିବାରୁ ବେଶ୍‌ ସଂଯମମୁଦ୍ରାରେ ମୋଦି ଏବେ ନବୀନଙ୍କ ଆଡକୁ ଆଉ ଶାଣିତ ତୀର ମାରୁନାହାନ୍ତି ବୋଲି ରାଜନୈତିକ ମହଲ ଆକଳନ କରୁଛି । ଶାହଙ୍କ ସଭା ରାଜ୍ୟ ରାଜନୀତିକୁ ଢ଼େର ବାର୍ତ୍ତା ଦେବାର ଥିବାରୁ ସବୁ ମହଲ ଉତ୍ସୁକତାର ସହ ଅପେକ୍ଷା କରିଛି ।
ଶ୍ରୀ ଶାହ ମଙ୍ଗଳବାର ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍‌ଟର ଯୋଗେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ । ସେଠାରୁ ପୁଣି ହେଲିକପ୍‌ଟର ଯୋଗେ ସାଲେପୁର କୁଳିଆରେ ପହଞ୍ଚିି ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କର ସମାବେଶରେ ଯୋଗ ଦେଇ ଭୋଟ ମନ୍ତ୍ର ପଢ଼ାଇବେ । ଶାହ ସାଲେପୁର ସମାବେଶରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେଠାରୁ ସେ କୋଲକାତା ଗସ୍ତ କରିବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।
ଶ୍ରୀ ସିଂହ କହିଛନ୍ତିି ଯେ, ରାଜ୍ୟ ବିଜେପି ମିଶନ ୧୨୦ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି, ଯାହାକି କେବେ ଓଡିଶାକୁ କୌଣସି କେନ୍ଦ୍ର ସରକାର କେବେ ଦେଇନଥିଲେ ।
ରାଜ୍ୟର ଦୁର୍ନୀତି ଓ ଭଷ୍ଟ୍ର ସରକାରର ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଶାସକ ବିଜେଡିର ମୂଳତ୍ପାଟନ କରିବାକୁ ମନ ବଳାଇ ସାରିଲେଣି । ଆଗାମୀ ଦିନରେ ଓଡିଶା ବାସୀ ଏହି ଭ୍ରଷ୍ଟ ସରକାରକୁ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର