ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଓଡ଼ିଶାରେ ଥରୁଟିଏ ଶାସନ ମାଗିଲେ ଶାହା, ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ପାଣ୍ଠିର ଦେଲେ ହିସାବ

ଭୁବନେଶ୍ବର:୨୯/୧: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତ କୋଇଲି ବ୍ଲକ କୁଳିଆ ପଡ଼ିଆରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥଇଲେ। ଓଡିଶା ଗସ୍ତରେ ଆସି କେନ୍ଦ୍ର ୫ବର୍ଷରେ ଓଡିଶାକୁ ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସାଧାରଣ ଲୋକଙ୍କ ପାଖରେ କେନ୍ଦ୍ରୀୟ ଅନୁଦାନ ପାଣ୍ଠି ପହଞ୍ଚିପାରୁନାହିଁ ବୋଲି ଶ୍ରୀ ଶାହ ଅଭିଯୋଗ କରିଛନ୍ତି। କେନ୍ଦ୍ର ଦେଉଥିବା ଅନୁଦାନ ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । କାରଣ ରାଜ୍ୟର ବିକାଶ ଚାହୁଁନାହାନ୍ତି ରାଜ୍ୟ ସରକାର । ନୂଆ ଓଡିଶାର ରଚନା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ସହିଦଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ମୋଦି ହିଁ ସକ୍ଷମ। ଦିଲ୍ଲୀ ଓ ଭୁବନେଶ୍ବରରେ ବିଜେପିର ସରକାର ହେବ । ଓଡିଶାର ବିକାଶ ପାଇଁ ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ଦରକାର। ଶ୍ରୀଜିଉଙ୍କ ରତ୍ନଭଣ୍ଡାରକୁ ସୁରକ୍ଷା ଦେଇପାରୁନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ଶାହା କହିଛନ୍ତି ।

{"id":1574}

 ବିଜେପି ଆଦିବାସୀ, ଦଳିତଙ୍କ ସ୍ବାର୍ଥରକ୍ଷା ପାଇଁ ସବୁବେଳେ ଯତ୍ନଶୀଳ । ବର୍ତ୍ତମାନ ଲୋକଙ୍କ ଘରେ ଘରେ ପହଞ୍ଚିଛି ରୋଷେଇ ଗ୍ୟାସ୍ । ମାଆ, ଭଉଣୀଙ୍କ ପାଇଁ ହୋଇଛି ଶୌଚାଳୟ ସୁବିଧା । ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ରହିଛି । ତେବେ ଦାରିଦ୍ର୍ୟ ଲୋକଙ୍କ ପିଛା ଛାଡୁନି, ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଶାହା । ମଜବୁତ ସରକାର କେବଳ ମୋଦିଙ୍କ ନେତୃତ୍ବରେ ହିଁ ସମ୍ଭବ ବୋଲି ସେ କହିଛନ୍ତି । ଓଡିଶାର ବିକାଶ କରିବାକୁ ବିଜେଡି ଓ କଂଗ୍ରେସ ଅକ୍ଷମ । ୨୦୧୯ର ଭୋଟ୍ ଫଳାଫଳ ଏବେଠୁ ସ୍ପଷ୍ଟ ହୋଇଯାଇଛି। ମୋଦିଙ୍କୁ ସମର୍ଥନ ଦେଲେ ଦେଶ ଓ ରାଜ୍ୟର ବିକାଶ ବୋଲି ଶାହା କହିଛନ୍ତି । ୟୁପିଏ ସରକାର ଓ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି ଶାହ ।

{"id":1575,"width":606,"height":334}

କାର୍ଯ୍ୟକ୍ରମରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତାଙ୍କ ସହିତ ଆଲୋଚନା କରିଛନ୍ତି। ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ସମ୍ମିଳନୀରେ ଏକାଠି ହୋଇଥିଲେ ।

{"id":1576,"width":598,"height":330}

କୁଳିଆ ସଭା ପୂର୍ବରୁ ଶ୍ରୀ ଶାହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୋୖରବ ମଧୂସୁଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁର ଠାରେ ପହଂଚି ମଧୁବାବୁଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିଥିଲେ।  ମଧୁବାବୁଙ୍କ ଜନ୍ମପୀଠକୁ ଆସି ଗୌରବାନ୍ବିତ ହେବା ସହ ଓଡିଆ ଭାଷା ଓ ଉତ୍କଳ ପ୍ରଦେଶ ଗଠନ ନେଇ ମଧୁବାବୁଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ଶାହ କହିଥିଲେ। ଏହା ସହିତ ମଧୁବାବୁଙ୍କ ପୈତୃକ ଘରକୁ ବୁଲି ଦେଖିଥିଲେ। ଶାହଙ୍କ କୁଳିଆ ଗସ୍ତ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଥିଲା।

{"id":1577,"width":601,"height":332}

Copyright © 2022 - Summa Real Media Private Limited. All Rights Reserved.