ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପ୍ରିୟଙ୍କାଙ୍କ ରୋଡ୍ ସୋ' ପରେ ଶାହଙ୍କ ଚାଲେଞ୍ଜ, ୟୁପିରେ ୭୪ ସିଟ୍ ଜିତିବ ବିଜେପି

ଅହମଦାବାଦ ୧୨/୨: ଲୋକସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ଅହମଦାବାଦରେ ବିଜେପି ଅଧ୍ଯକ୍ଷ ଅମିତ ଶାହ ‘ମେରା ପରିବାର ଭାଜପା ପରିବାର’ କ୍ୟାମ୍ପେନ୍ ଲଞ୍ଚ କରିଛନ୍ତି । ଏହି କ୍ୟାମ୍ପେନରେ ଇଙ୍ଗିତ କରି ଶାହ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିଛନ୍ତି ।

ଶାହ କହିଛନ୍ତି ଯେ ‘ୟୁପିର କର୍ମୀଙ୍କୁ ମୁଁ ଜାଣିଛି । ୟୁପିରେ ପୂର୍ବ ଥର ୭୨ ସିଟ୍ ଆସିଥିଲା । ଏଥର ସେଠାର କର୍ମୀ ୭୪ ସିଟ୍ କରିଦେବେ କିନ୍ତୁ ୭୦ ହେବାକୁ ଦେବେନି ।‘ ମହାମେଣ୍ଟକୁ ନେଇ ହେଉଥିବା ରାଜନୀତି ଓ  ବିଜେପି କର୍ମୀଙ୍କ ମଧ୍ୟରେ ହେଉଥିବା ଆଲୋଚନାକୁ ନେଇ କହିଛନ୍ତି ଯେ ‘ମହାମେଣ୍ଟକୁ ଡରିବା ପାଇଁ ଆବଶ୍ୟକ ନାହିଁ । ମହାମେଣ୍ଟ ପୂର୍ବରୁ କୁହନ୍ତୁ ଯେ ତାଙ୍କ ନେତା କିଏ ?’

ଅମିତ୍ ଶାହ କର୍ମୀଙ୍କୁ ସମ୍ବୋନ୍ଧନ କରି କହିଛନ୍ତି ଯେ ୩ ମାର୍ଚ୍ଚ ଭିତରେ ବିଜେପି ୪ କ୍ୟାମ୍ପେନିଂ କାର୍ଯ୍ଯକ୍ରମ ଲଞ୍ଚ କରିବ । ଏଥିରେ ଆଜି ପ୍ରଥମ ‘ମେରା ପରିବାର ଭାଜପା ପରିବାର’ ଲଞ୍ଚ ହୋଇଯାଇଛି । ଦ୍ୱିତୀୟ ସମ୍ପର୍କ ଅଭିଯାନ ହେବ, ତୃତୀୟ କମଲ ଜ୍ୟୋତି ଏବଂ ୪ର୍ଥ ମୋଟର ସାଇକେଲ ରାଲି ଜରିଆରେ ଦେଶର ସବୁ ବିଧାନସଭା କ୍ଷେତ୍ରକୁ ଯିବ । ଏହି କ୍ୟାମ୍ପେନିଂ ସମୟରେ ଦେଶର ୨୨ କୋଟି ଭୋଟରଙ୍କ ସହିତ ବିଜେପି ସମ୍ପର୍କ ସ୍ଥାପନ କରିବ ।

ତେବେ ଏହା ସହିତ ମହାମେଣ୍ଟକୁ ନେଇ ଶାହ କର୍ମୀଙ୍କୁ ଏକ ମଜାକଥା ଶୁଣାଇଛନ୍ତି  ଏବଂ କହିଛନ୍ତି ଯେ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି ଯେ ଏମାନଙ୍କ ନେତା କିଏ ହେବ ?  ଏହା ଉପରେ ଲୋକେ କହୁଛନ୍ତି ଯେ ସୋମବାର ମମତା, ମଙ୍ଗଳବାର ମାୟା, ବୁଧବାର ଦେବଗୌଡା ଓ ରବିବାର ଛୁଟି । ଅମିତ ଶାହ ମମତାକୁ ନେଇ ଏକଥା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ହାରିବନି । ଯେତେ ଅଧିକ ନିର୍ଯାତନା ପାର୍ଟିର କର୍ମୀଙ୍କ ଉପରେ କରାଯିବ ପାର୍ଟି ସେତେ ମଜଭୁତ ହେବ ।

Copyright © 2022 - Summa Real Media Private Limited. All Rights Reserved.