ରାଗିଗଲେ ବିଗ୍ ବି: କହିଲେ ପ୍ରଡ୍ଯୁସରକୁ ଧରି ବାଡେଇବା ଉଚିତ୍, ଦେଖନ୍ତୁ ଭିଡିଓ

source:http://www.lokmat.com
ମୁମ୍ବାଇ ୨୭/୨: ବିଗ୍ ବିଙ୍କ ରାଗ କିଏ ବା ନଜାଣେ । ଯେତେବେଳେ ବିଗ୍ ବି ରାଗନ୍ତି ସେତେବେଳେ ଭୟରେ ସମସ୍ତଙ୍କ ହୋଶ୍ ଉଡିଯାଏ । ଠିକ୍ ଏମିତି କିଛି ପରିସ୍ଥିତିରେ ପଡିଛନ୍ତି ଶାହାରୁଖ ଖାନ୍ । ଯେତେବେଳେ ଅମିତାଭ ବଚ୍ଚନ ଫିଲ୍ମ ‘ବଦଲା’ ର ପ୍ରଡ୍ଯୁସର ଉପରେ ରାଗିଗଲେ । ଏପରିକି ସେ କହିଦେଲେ ଯେ ଫିଲ୍ମର ପ୍ରଡ୍ଯୁସରକୁ ଧରି ମାରିବା ଉଚିତ୍ । ଏହା ଶୁଣି ବଲିଉଡର ବାଦଶାହ ଶାହାରୁଖ ଖାନ୍ ଟିକିଏ ଡରି ଗଲେ । କିନ୍ତୁ ପ୍ରକୃତରେ ଘଟଣାଟି ଏମିତି ନୁହେଁ । ଏହା ସୁଟିଂର ଏକ ଅଂଶ ଥିଲା ।
ଶାହାରୁଖ ଖାନଙ୍କ ପ୍ରଡକ୍ସନ ହାଉସର ଆଗାମୀ ଫିଲ୍ମ ବଦଲାର ଏହା ଏକ ଅଂଶ ଥିଲା । ଫିଲ୍ମର ଏକ ଟିଜର ରିଲିଜ ହୋଇଛି ଯେଉଁଥିରେ ଉଭୟଙ୍କୁ ଦେଖିବାକୁ ମିଳିଛି ଯେଉଁଥିରେ ଉଭୟଙ୍କୁ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ଫିଲ୍ମ ପ୍ରମୋଶନର ଏକ ଭାଗ ।
କହିରଖୁଛୁ ଫିଲ୍ମ ବଦଲା ୮ ମାର୍ଚ୍ଚରେ ରିଲିଜ ହେବ । ଏଥିରେ ଅମିତାଭଙ୍କ ସହିତ ତାପସୀ ପନ୍ନୁ ମଧ୍ଯ ନଜର ଆସିବେ ।