ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କଲ୍ କଲା ବେଳେ ବଚ୍ଚନଙ୍କ ଭଏସ୍ ଶୁଣି ଶୁଣି ବିରକ୍ତ ହୋଇଗଲେଣି କି ? ଆଉ ଶୁଭିବନି ଏହି ଟ୍ୟୁନ୍...

Published By : Rasmita Pradhan | June 26, 2025 3:02 PM

ନୂଆଦିଲ୍ଲୀ, ୨୬/୬ : କଲ୍ କରିବା ବେଳେ ଅମିତାଭ ବଚ୍ଚନଙ୍କ ସାଇବର୍ କଲର ଟ୍ୟୁନ୍ ଶୁଣି ଶୁଣି ବରକ୍ତ ହୋଇଗଲେଣି କି ? ତାହେଲେ ଚିନ୍ତା କରନ୍ତୁନି। ଆପଣଙ୍କ ପାଇଁ ଖୁସି ଖବର। ଜୁନ୍ ୨୬ରୁ ଆଉ ଶୁଭିବନି ବଚ୍ଚନ ସାର୍‌ଙ୍କ ଭଏସ୍। ସରକାର ଏହି ସଚେତନତା ଅଭିଯାନ ସମାପ୍ତ କରିଛନ୍ତି। ଏବେ ଦିନରେ କେବଳ ୨ ଥର ସାଇବର ସମ୍ପର୍କିତ କଲର ଟ୍ୟୁନ୍ ବାଜିବ। ସବୁଠୁ ବଡ଼ କଥା ହେଲା ଆମ୍ବୁଲାନ୍ସ ସେବା ଭଳି ଏମରଜେନ୍ସି କଲ୍ କଲାବେଳେ ଏହି କଲର ଟ୍ୟୁନ୍ ବାଜିବନି। 

ଦେଶରେ ଏବେ ସାଇବର୍ ଅପରାଧ ପିକ୍‌ରେ ରହିଛି। ଲୋକମାନଙ୍କୁ ସଚେତନ କରିବା ଲାଗି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଏସ୍‌ରେ ଏକ ସାଇବର୍ ସୁରକ୍ଷା ସମ୍ପର୍କିତ କଲର ଟ୍ୟୁନ୍ ତିଆରି କରାଯାଇଥିଲା। ୪୦ ସେକେଣ୍ଡ୍‌ର ଏହି ମେସେଜ୍ ପ୍ରତି କଲ୍ ପୂର୍ବରୁ ବାଜୁଥିଲା। ଯାହାକୁ ଶୁଣି ଶୁଣି ଲୋକେ ବିରକ୍ତ ହୋଇଯାଉଥିଲେ। ଏହାକୁ ବନ୍ଦ କରିବା ପାଇଁ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ଆରମ୍ଭ କରିଥିଲେ। ଲୋକମାନଙ୍କ ଅଭିଯୋଗକୁ ଭିତ୍ତି କରି ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜରୁରୀକାଳୀନ ସ୍ଥିତିରେ କଲ୍ କରିବା ବେଳେ ହେଉଥିବା ଅସୁବିଧାକୁ ଉପଲବ୍ଧ କରି ସଂଚାର ମନ୍ତ୍ରାଳୟ ପକ୍ଷରୁ ଏହି ଟ୍ୟୁନ୍‌କୁ ବନ୍ଦ କରିଦିଆଯାଇଛି। ଏବେ କଲ୍ କଲାବେଳେ ଦିନକୁ କେବଳ ୨ ଥର ଏହି ଟ୍ୟୁନ୍ ଶୁଣିବାକୁ ମିଳିବ। ଜରୁରୀ ସେବା ଯେପରି ଆମ୍ବୁଲାନ୍ସ ଭଳି ସେବା ପାଇଁ କଲ୍ କରିବା ବେଳେ ଏହି ଟ୍ୟୁନ୍ ବାଜିବ ନାହିଁ। 

ଏହି ଟ୍ୟୁନ୍‌କୁ ନେଇ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଫୋନରେ କହିବ ବନ୍ଦ କର ଭାଇ। ଏହାର ଉତ୍ତରରେ ବିଗ୍ ବି ଲେଖିଥିଲେ ଯେ, ସରକାରଙ୍କୁ କୁହ ଭାଇ। ତେବେ ଅମିତାଭଙ୍କ ଏହି ରିପ୍ଲାଏ ପରେ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ସରକାର ଜୁନ୍ ୨୬ରୁ ଏହି ସଚେତନତା ଅଭିଯାନ ସମାପ୍ତ କରିଛନ୍ତି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.