PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଗ୍ ବିଙ୍କ ବଡ ଖୁଲାସା: ରିପିଟ୍ କରି ଡ୍ରେସ୍ ପିନ୍ଧନ୍ତି, ନିଜ ପୋଷାକ ନିଜେ ଧୁଅନ୍ତି

ନୂଆଦିଲ୍ଲୀ ୦୭/୧୦: ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ସମୟରେ ବଲିଉଡରେ ରାଜ୍  କରୁଥିଲେ। ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ କେବଳ ତାଙ୍କ ଯାଦୁ ଚାଲୁଥିଲା। ସେ ବଲିଉଡର ସୁପରଷ୍ଟାର, ଯିଏ ଏବେ ବି ତାଙ୍କ ଅଭିନୟ ମାଧ୍ୟରେ ଲୋକଙ୍କ ହୃଦୟ ଜିତୁଛନ୍ତି। ସମସ୍ତେ ଜାଣନ୍ତି ତାଙ୍କ ପାଖରେ ଧନର ଅଭାବ ନାହିଁ ଏବଂ ସେ ଲଗ୍‌ଜରୀ ଲାଇଫଷ୍ଟାଇଲ୍ ଜିଅନ୍ତି। କିନ୍ତୁ ଏହି ବିଳାସପୂର୍ଣ୍ଣ ଜୀବନଶୈଳୀ ପଛରେ, ବିଗ୍ ବି ଜଣେ ଅତି ସରଳ ମଣିଷ, ଯିଏ ନିଜ ପୋଷାକ ନିଜେ ଧୁଅନ୍ତି। ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

Amitabh Bachchan narrates incident of a fan who swore never to watch his  film Muqaddar ka Sikandar | PINKVILLA

ଅମିତାଭ ଆଜିକାଲି ‘କୌନ ବନେଗା କରୋଡପତୀ’ର ୧୪ ତମ ସିଜିନ୍ ହୋଷ୍ଟ କରୁଛନ୍ତି। କେବିସି ୧୪ ର ମଞ୍ଚରେ, ବିଗ୍ ବି ପ୍ରତିଯୋଗୀମାନଙ୍କ ସହିତ କେବଳ ଗେମ୍ ଖେଳନ୍ତି ନାହିଁ, ବରଂ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ ଜିନିଷ ମଧ୍ୟ ସେମାନଙ୍କ ସହ ସେୟାର କରନ୍ତି। କେବିସିର ଗତ ଏପିସୋଡରେ, ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ପ୍ରତିଯୋଗୀ ପିଙ୍କି ଜୱାରାନୀ ହଟ୍‌ ସିଟ୍‌ରେ ବସିବାର ସୁଯୋଗ ପାଇଥିଲେ। ସେ ହଟ୍‌ ସିଟ୍‌ରେ ବସିବା ମାତ୍ରେ ଭାବପ୍ରବଣ ହୋଇ ଯାଇଥିଲେ ଏବଂ କହିଥିଲେ ଏହି ଦିନକୁ ସେ ଉତ୍ସାହର ସହିତ ଅପେକ୍ଷା କରିଥିଲେ।

Amitabh Bachchan's Duplicate Is Looking More Amitabh Than Amitabh! Stunned  Netizens Say "Inko Le Lo Movies Mein, Paisa Bach Jaayega"

ଖେଳ ସମୟରେ, ପିଙ୍କି କହିଥିଲେ ଫେମସ୍ ସେଲିବ୍ରିଟିମାନେ ସେମାନଙ୍କର ପୋଷାକ ଧୁଅନ୍ତି ନାହିଁ କି ରିପିଟ୍ କରନ୍ତି ନାହିଁ। ଏହି ସମୟରେ ପିଙ୍କିଙ୍କ କଥାକୁ ଖାରଜ କରି ଅମିତାଭ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ସେ କହିଥିଲେ, ସେ ସବୁବେଳେ ନିଜର ପୋଷାକ ଧୁଅନ୍ତି। କେହି ଭାବି ନଥିବେ ଯେ ଅମିତାଭ ବଚ୍ଚନ ନିଜର ପୋଷାକ ଧୋଉଥିବେ। କେବଳ ଏତିକି ନୁହେଁ, ବିଗ୍ ବି ଏହା ମଧ୍ୟ କହିଥିଲେ, ସୁଟିଂ ସମୟରେ ସେ କେବଳ ଫ୍ୟାନ୍ସି ଡ୍ରେସ୍ ପିନ୍ଧନ୍ତି। ଅନ୍ୟ ସମୟରେ ସେ କାଜୁଆଲ ଡ୍ରେସ୍ ପିନ୍ଧନ୍ତି ଏବଂ ସେଗୁଡିକୁ ରିପିଟ୍ ମଧ୍ୟ କରନ୍ତି।