ମୁମ୍ବାଇ ୦୯/୦୨: ପ୍ରତି ରବିବାର, ଅମିତାଭ ବଚ୍ଚନ ତାଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭେଟ କରନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। କେତେବେଳେ ଆଖପାଖରେ ଥିବା ଲୋକମାନେ କ୍ୟାମେରାରେ କଏଦ ହୁଅନ୍ତି, ଆଉ କେତେବେଳେ ପ୍ରଶଂସକଙ୍କ କାର୍ଯ୍ୟକଳାପ ଆଲୋଚନାର ବିଷୟ ହୋଇଯାଏ।ଏଥର ମଧ୍ୟ ସମାନ କିଛି ଘଟିଥିଲା, ହେଲେ କାରଣ ଟିକେ ଭିନ୍ନ ଥିଲା। କାରଣ ଥିଲା ଅମିତାଭ ବଚ୍ଚନଙ୍କ ହାତରେ ଥିବା ଏକ ପୋଷ୍ଟର। ସେହି ପୋଷ୍ଟରରେ ଯାହା ଲେଖାଯାଇଥିଲା ତାହା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏକ ପାପାରାଜି ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବିଗ୍ ବି ଏକ ପୋଷ୍ଟର ଧରିଥିବାର ଦେଖାଯାଇଛି। ପୋଷ୍ଟରରେ ଲେଖାଯାଇଛି, "ମୋତେ ସମର୍ଥନ କର! ମୋ ଶ୍ୱଶୁର ଘର ଲୋକ ମୋ ସ୍ତ୍ରୀଙ୍କୁ ଫେରାଇ ଦେଉନାହାଁନ୍ତି। ୧୯୯୨ ଏକ ପ୍ରେମ ବିବାହ।“ ଏହି ପୋଷ୍ଟର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଏବଂ ଚିନ୍ତାରେ ପଡିଛନ୍ତି ଏହାର ଏହାର ଅର୍ଥ କ’ଣ।

 

ପ୍ରକୃତରେ ଏହାର କାରଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପୋଷ୍ଟରଟି ଅମିତାଭ ବଚ୍ଚନଙ୍କ ସହ ଜଡିତ ନଥିଲା, ବରଂ ଏହା ଫେବୃଆରୀ ୧୩ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବା ଆଗାମୀ ଫିଲ୍ମର ଏକ ପ୍ରମୋସନାଲ୍ ପୋଷ୍ଟର ଥିଲା।ବିଗ୍ ବି ପୋଷ୍ଟରଟିକୁ କିଛି ସମୟ ଧରି ରଖିଥିଲେ ଏବଂ ତାପରେ ଫେରାଇ ଦେଇଥିଲେ। କିନ୍ତୁ ସେତେବେଳକୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା।

ଆହୁରି ପଢ଼ନ୍ତୁ...ବିବାହ କରିବେ କ୍ରିତିକା, କ୍ରିକେଟ ଉପସ୍ଥାପକ ଗୌରବଙ୍କ ସହ ପଡିବ ହାତଗଣ୍ଠି

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି ସମୟରେ, କିଛି ୟୁଜର୍ସ ମଜାଦାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି, ଏବଂ କିଛି ଲୋକ ଜୟା ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।କେତେକ ଲେଖିଛନ୍ତି ଯେ "ଯଦି ଆପଣଙ୍କର ଏପରି ସ୍ତ୍ରୀ ଅଛନ୍ତି, ତେବେ ତାଙ୍କୁ ତାଙ୍କ ଶ୍ୱଶୁର ଘରେ ରଖିବା ଭଲ," ଅନ୍ୟ କେତେକ କହିଛନ୍ତି ଯେ "ତାଙ୍କ ଠାରୁ ଦୂରରେ ରହିବା ଭଲ।"