ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦୁବାଇ ଯାଉଛି ବାରିପଦା, ଢେଙ୍କାନାଳ ଆମ୍ୱ; ଓଡ଼ିଶାରେ ୨.୧ଲକ୍ଷ ହେକ୍ଟରରେ ହେଉଛି ଚାଷ

ଭୁବନେଶ୍ୱର, ୨୨।୫: ଏବେ ଆମ୍ବ ଋତୁ ଚାଲିଛି । ବଜାରରେ ଭଳିକି ଭଳି ସୁଆଦିଆ ଆମ୍ବ ମିଳୁଛି । ସେଥିରୁ ଓଡ଼ିଶା ବଜାରରେ ଅଧିକ ପରିମାଣରେ ମିଳୁଛି ଆମ୍ରପଲ୍ଲୀ । ଯାହା ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ୧୦ହଜାର ହେକ୍ଟର, କଳାହାଣ୍ଡିରେ ୧୨ ହଜାର, କେନ୍ଦୁଝରରେ ୧୨ ହଜାର, ଖୋର୍ଦ୍ଧା ଜିଲ୍ଲାରେ ୫ ହଜାର ହେକ୍ଟର, ମୟୂରଭଞ୍ଜରେ ୧୫ ହଜାରରୁ ଅଧିକ ହେକ୍ଟରରେ ଏହି କିସମର ଆମ୍ବ ଚାଷ କରାଯାଉଛି । ଅନ୍ୟ ଜିଲ୍ଲାମାନଙ୍କରେ ସେହି ତୁଳନାରେ ଆମ୍ବ ଚାଷ ହେଉଛି । ବଲାଙ୍ଗୀର, ବାରିପଦା, ଢେଙ୍କାନାଳର ଆମ୍ବ ଦୁବାଇକୁ ପଠାଯାଉଛି । ଏହି ସବୁ ଅଞ୍ଚଳରେ ଚାଷ ହେଉଥିବା ଆମ୍ବ ଭିତରୁ ଆମ୍ରପଲ୍ଲୀର ଚାହିଦା ବହୁତ ଅଧିକ ରହୁଛି । ତା’ସହିତ ଆମ୍ରପଲୀ ବି ଅଧିକ ଚାଷ କରାଯାଉଛି । ପ୍ରତିବର୍ଷ ଭଲ ଅମଳ ହେଉଛି । ସାଧାରଣତଃ ଓଡ଼ିଶାରେ ଗୋଟିଏ ବର୍ଷ ଭଲ ଆମ୍ବ ହେଲେ ପରବର୍ଷ କମ୍‌ ଉତ୍ପାଦନ ହୋଇଥାଏ । ଏହି ଧାରାରୁ ଆମ୍ରପଲ୍ଲୀ ଭିନ୍ନ । 

ସେଥିପାଇଁ ଚାଷୀମାନେ ଆମ୍ରପଲ୍ଲୀ ଚାଷ କରିବାକୁ ଆଗଭର ହେଉଛନ୍ତି । ଓଡ଼ିଶାରେ ବଜାର ଚାହିଦାର ୫୦ ପ୍ରତିଶତରୁ ଅଧିକ ଆମ୍ରପଲୀ ଉତ୍ପାଦନ ହେଉଛି । ଓଡ଼ିଶାରେ ୩ ଲକ୍ଷ ୫୦ହଜାର ହେକ୍ଟରରେ କିଛି ଫଳ ଚାଷ କରାଯାଉଛି । ଏସବୁ ମଧ୍ୟରେ ଆମ୍ବ ଓଡ଼ିଶାରେ ୨.୧ଲକ୍ଷ ହେକ୍ଟରରେ କରାଯାଉଛି । ଏକ ହେକ୍ଟରରୁ ୪.୫ ଟନ୍‌ ଆମ୍ବ ଉତ୍ପାଦନ ହେଉଥିବା ଭାରତୀୟ କୃଷି ଅନୁସନ୍ଧାନ ଅଧୀନରେ ଆସୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଆଗକୁ ଆମ୍ବ ଉତ୍ପାଦନ ଆହୁରି ଅଧିକ କରିବାକୁ ବହୁ ଯୋଜନା କରାଯାଉଛି । ଶ୍ରୀ ଆଚାର୍ଯ୍ୟ କୁହନ୍ତି, ଓଡ଼ିଶାରେ ଅନ୍ୟ ଆମ୍ବ ବହୁ ପରିମାଣରେ ଚାଷ କରିବାକୁ ଚିନ୍ତା କରାଯାଉଛି । ମାର୍ଚ୍ଚରୁ ଜୁଲାଇ ଅଗଷ୍ଟ ଯାଏ ଆମ୍ବ ମିଳିବା ଭଳି କିସମର ଆମ୍ବ ଚାଷ କରନ୍ତୁ ବୋଲି ପରାମର୍ଶ ଦିଆଯାଉଛି । ଫଳରେ ଆମ୍ବର ଅଭାବ ରହିବ ନାହିଁ କିମ୍ବା ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଚାଷୀ ବି ଉପକୃତ ହୋଇପାରିବେ । ସେହିପରି ବାଇଗଣ ପଲେଇ, ଦଶେରୀ, ତୋଟାପଲେଇ ମଧ୍ୟ ଚାଷ କରାଯାଉଛି । (ଅର୍କ, ନୀଳାଚଳ, କେଶରୀ) ଗୁଲାବ୍‌ଖସ୍‌ ମାର୍ଚ୍ଚ ଶେଷ ବେଳକୁ ବଜାରକୁ ଆସିଯାଇଥାଏ । 

ଚଳିତବର୍ଷ ଆମ୍ବର ନୂଆ ଭେରାଇଟି ଅର୍କ ନୀଳାଚଳ । ସେଣ୍ଟ୍ରାଲ ହର୍ଟିକଲଚର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ଆଇଆଇଏସ୍‌ଆର) ପକ୍ଷରୁ ବେଙ୍ଗାଲୁରୁ ଏହି କିସମ ଆଣି ଓଡ଼ିଶାର ଚାଷୀଙ୍କୁ ପ୍ରଦାନ କରାଯାଇଛି । ୫ବର୍ଷରେ ଫଳ ହେବ । ସିନ୍ଧୁ ଭେରାଇଟି ଆମ୍ବର ଟାକୁଆ ପୂରା ପତଳା । ୪ରୁ ୫ବର୍ଷ ଭିତରେ ଏହି ଗଛକୁ ଅଧିକ ପରିମାଣରେ ଚାଷୀ ଲଗାଇଛନ୍ତି । ମନରେଗା ପ୍ରୋଜେକ୍ଟରେ ହର୍ଟିକଲଚର ବିଭାଗ ତରଫରୁ ଚାଷୀଙ୍କ ଆମ୍ବ ଗଛ ପ୍ରଦାନ କରାଯାଇଛି । ପୂର୍ବ ଓଡ଼ିଶାର କୋରାପୁଟ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବହୁ ପରିମାଣରେ ଆମ୍ବ ଉତ୍ପାଦନ ହେଉଛି । କିନ୍ତୁ, ଏହି ସବୁ ଜିଲ୍ଲା ଗୁଡ଼ିକୁ ଛାଡ଼ି ଦେଲେ ଓଡ଼ିଶାର ଅନ୍ୟ ୧୦ଜିଲ୍ଲାରେ ମଧ୍ୟ ଆମ୍ବ ଉତ୍ପାଦନ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଲୋକାଲ ସିଜିନ୍‌ ଆମ୍ବର ବି ଚାହିଦା ବହୁତ ଅଧିକ ରହିଛି । ଗୁରୁଡ଼ି, ଚନ୍ଦ୍ରମା, ବଳଦେବ, ଫୁଲବାଣୀର ନାକେଇ, ସମ୍ବଲପୁରର ଲୋରୀ, ଢେଙ୍କାନାଳର ଦହିବସା, ଖୋର୍ଦ୍ଧାର ସୁନ୍ଦରୀ, କେନ୍ଦୁଝରର ଲାଲ୍‌ସୁନ୍ଦରୀ, କଟକର ରାଜଭୋଗ, ବାଲେଶ୍ୱରର ମୋହନବଂଶୀ, ତାଳଚେରର କାଳିଆଗଜା ହେଇଥାଏ । ଏହା ଲୋକାଲ ଆମ୍ବ ଭାବେ ବେଶ୍‌ ପରିଚିତ । ଏହି ସବୁ ଆମ୍ବର ଗୁଣବତ୍ତାକୁ ପରୀକ୍ଷା କରାଯାଇ ଅଧିକ ଉତ୍ପାଦନ କରିବାକୁ ଚିନ୍ତା କରାଯାଉଛି । ପ୍ରତିବର୍ଷ ମେ ୨୨ ତାରିଖକୁ ବିଶ୍ୱ ଆମ୍ବ ଦିବସ ଭାବେ ପାଳନ କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.