ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବାଘ ସହ ରାଜରାସ୍ତାରେ ବୁଲିଲେ ୟୁଟ୍ୟୁବର, ଭିଡିଓ କ୍ୟାପ୍‌ସନରେ ଲେଖିଲେ ଏମିତି କିଛି...

ମୁମ୍ବାଇ ୧୫/୦୬: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ନାଦିଆ ଖାରଙ୍କୁ ନେଇ ଏବେ  ଚର୍ଚ୍ଚା । ଇନ୍‌ଷ୍ଟାଗ୍ରାମ୍‌, ଟିକ୍‌ଟକ୍‌ ଓ ୟୁଟ୍ୟୁବ୍‌ ଭଳି ସୋସିଆଲ ସାଇଟ୍‌ରେ ଲୋକପ୍ରିୟ ନାଦିଆ  ନିଜର ଫ୍ୟାଶନେବଲ୍‌  ଅନ୍ଦାଜ୍‌ ପାଇଁ ଖୁବ୍‌  ପରିଚିତ । ଅନେକ  ସମୟରେ ବ୍ଲଗ୍‌ ଓ  ଛୋଟ ଭିଡିଓରେ ତାଙ୍କୁ  ବିଳାସପୂର୍ଣ୍ଣ କାରରେ  ଦେଖିବାକୁ ମିଳେ ।  ତାଙ୍କର ଏକ ସଦ୍ୟ  ଭିଡିଓ ଏବେ ଖୁବ୍‌  ଭାଇରାଲ ହେଉଛି ।  ଏଥିରେ ତାଙ୍କୁ ଦୁବାଇ  ରାଜରାସ୍ତାରେ ବାଘ ସହ  ଚାଲୁଥିବା ଦେଖିବାକୁ  ମିଳିଛି । 




ଭିଡିଓ ସହ ସେ କ୍ୟାପ୍‌ସନ ଲେଖିଛନ୍ତି ‘ଦୁବାଇରେ ଚାଲିବାବେଳେ ବାଘକୁ ସାଙ୍ଗରେ ନେବା ଭିନ୍ନ କଥା ।’ ଏହି ପୋଷ୍ଟ୍‌ ଏବେ ସବୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୟୁଜରଙ୍କ ଧ୍ୟାନ ଆକର୍ଷଣ କରିଛି । ଭିଡିଓରେ ନାଦିଆ ରିପ୍‌ଡ ଜିନ୍ସ ଓ ସାର୍ଟ ପିନ୍ଧି ଏକ ଚିଡ଼ିଆଖାନା ଓ ଦୁବାଇର ଏକ  ସାର୍ବଜନୀନ ପାର୍କରେ ଜଂଜିରରେ ବନ୍ଧା ହୋଇଥିବା ବାଘ ସହ ଚାଲୁଛନ୍ତି । ଭିଡିଓକୁ  ଅଦ୍ୟାବଧି ୬୦ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି । ୧ ଲକ୍ଷରୁ ଅଧିକ ୟୁଜର ଏହାକୁ  ଲାଇକ୍‌ କରିଛନ୍ତି । ଅସଂଖ୍ୟ ୟୁଜର ପ୍ରତିକ୍ରିୟା ଦେଇଛନ୍ତି । ବାଘ ସହ କେମିତି ଚାଲୁଛ ବୋଲି ଲୋକେ ତାଙ୍କୁ ପଚାରିଛନ୍ତି । ଆଉ କିଛି ତାଙ୍କୁ ଖୁବ୍‌ ସାହସୀ ମହିଳା କହିଛନ୍ତି । ଦୁବାଇରେ ବାଘ, ସିଂହ, ଭାଲୁ ଭଳି ଭୟଙ୍କର ଜଙ୍ଗଲି ଜନ୍ତୁଙ୍କୁ ପୋଷା ଭାବେ  ଘରେ ରଖିବା ଟ୍ରେଣ୍ଡ ବଢ଼ିଚାଲିଛି । ଏହି ଜନ୍ତୁଙ୍କୁ ବାସଭବନରେ ଘରୋଇ  ଚିଡ଼ିଆଘରେ ରଖାଯାଉଛି । କିନ୍ତୁ ଏହି ଟ୍ରେଣ୍ଡ୍‌ ପ୍ରାଣୀ କଲ୍ୟାଣ ଓ ସେମାନଙ୍କ  ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.