ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ମୁଣ୍ଡଳୀ ବ୍ରିଜରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧିତ କରିବ ପୋଲିସ୍

ଭୁବନେଶ୍ବର, ୧୪/୬ : ମୁଣ୍ଡଳୀ ବ୍ରିଜରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜ ଉପରୁ ଜଣେ ଯୁବକ ଆଜି ଦିନ ବେଳେ ହଠାତ୍ ଡେଇଁ ପଡ଼ିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପ୍ରମୋଦ ପାତ୍ର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରମୋଦ ଆଜି ଦିନ ବେଳେ ହଠାତ୍ ବ୍ରିଜ ଉପରୁ ତଳକ ଡେଇଁ ପଡ଼ିଥିଲେ । ପାଣିରେ ପଡ଼ି ସେ  ଛଟପଟ ହେବାକୁ ଲାଗିଥିଲେ । ଏହ ଦେଖି ସେଠାରେ ଥିବା‌ ତିନି ଜଣ ମତ୍ସ୍ୟଜୀବୀ ଧାଇଁ ଯାଇ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିବା ସହ ପୋଲିସକୁ ଖବର ଦେଇଥିଲେ । 

ସ୍ଥାନୀୟ ପୋଲିସ ଖବରପାଇ ସେମାନଙ୍କୁ କଟକ ମେଡିକାଲ ପଠାଇଥିବାବେଳେ ଯୁବକଙ୍କ ଜୀବନ ଏବେ ବିପଦମୁକ୍ତ ଅଛି। ପ୍ରମୋଦଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିବା ତିନି ମତ୍ସ୍ୟଜୀବୀଙ୍କୁ ପୋଲିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.