PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ,୧୬।୮: ମହଙ୍ଗା ମାଡ ବୋଝରେ ସାଧାରଣ ଖାଉଟିଏ ଅସ୍ତବ୍ୟସ୍ତ ହୋଇପଡିଛି। ଦିନକୁ ଦିନ ବଢି ଚାଲିଛି ଅତ୍ୟାବଶ୍ୟକୀୟ ଜିନିଷର ଦାମ୍। ଏବେ ପୁଣିଥରେ ବଢିଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ। ବୁଧବାର ଠାରୁ ଅମୁଲ କ୍ଷୀରର ମୂଲ୍ୟ ୨ ଟଙ୍କା ମହଙ୍ଗା ହେବ । ଗତମାସରେ କ୍ଷୀରଜାତୀୟ ସାମଗ୍ରୀ ଉପରେ ସରକାର ଜିଏସଟି ଲଗାଇବା ପରେ ଏହାର ପ୍ରଭାବ ପଡିଛି। ଏନେଇ ଗୁଜୁରାଟ କର୍ପୋରେଟିଭ ମିଲ୍କ ମାକେର୍ଟିଂ ଫେଡେରେସନ ପକ୍ଷରୁ ଘୋଷଣା କରାଯାଇଛି । ଏହାଛଡା ମଦର ଡାଏରୀ ମଧ୍ୟ କ୍ଷୀର ଦାମ୍ ବଢାଇଛି। ଗୁଜୁରାଟ ସମେତ ପୂରା ଭାରତରେ ଅମୁଲ କ୍ଷୀରର ମୂଲ୍ୟ ୧୭ ଅଗଷ୍ଟରୁ ବୃଦ୍ଧି ପାଇବ।

ଅମୁଲ କ୍ଷୀର ଦାମ୍ ବଢାଇବାର ଘୋଷଣାର ଅଳ୍ପ ସମୟ ପରେ ମଦର ଡାଏରୀ ମଧ୍ୟ କ୍ଷୀର ଦାମ୍ ପ୍ରତି ଲିଟରରେ ଦୁଇ ଟଙ୍କା ବଢାଇଥିବାର ଘୋଷଣା କରିଛି। ମଦର ଡାଏରୀର ବର୍ଦ୍ଧିତ ମୂଲ୍ୟ ୧୭ ଅଗଷ୍ଟରୁ ଲାଗୁ ହେବ।  

କମ୍ପାନୀ ରେଟ୍‌ ଅନୁସାରେ, ୫୦୦ ଗ୍ରାମ୍ ଅମୁଲ ଗୋଲ୍ଡର ନୂଆ ମୂଲ୍ୟ ୩୧ ଟଙ୍କା ହୋଇଯିବ, ସେଭଳି ଅମୁଲ ତାଜାର ନୂଆ ୫୦୦ ଗ୍ରାମ୍ ପ୍ୟାକେଟ୍‌ ୨୫ ଟଙ୍କା ହୋଇଯିବ। ଅମୁଲ ଶକ୍ତି ୨୮ ହୋଇଯିବ। କମ୍ପାନୀର କହିବା ଅନୁସାରେ, ପରିଚାଳନା ଖର୍ଚ୍ଚ ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  ଗତ ୧ ମାର୍ଚ୍ଚରେ କମ୍ପାନୀ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଇଥିଲା।

ସମ୍ବନ୍ଧିତ ଖବର