ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି ବିସିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। କେତେବେଳେ ନିଜ ମଜାକିୟା ଅନ୍ଦାଜ ପାଇଁ ତ କେତେବଳେ କାହକୁ କୌତୁହଳ ପୂର୍ଣ୍ଣ ଉପହାର ଦେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରୁହନ୍ତି ସେ। ତେବେ ନିକଟରେ ସେ କରିଥିବା ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। 

ସୂଚନା ମୁତାବକ, ଶନିବାର ସାମଜିକ ଗଣାମଧ୍ୟମ ଏକ୍ସରେ ଆନନ୍ଦ ମହିନ୍ଦ୍ରା  ଏଫବିଆଇର ନୂଆ ନିର୍ଦ୍ଦେଶକ କାଶ ପଟେଲଙ୍କ ଫଟୋ ସେୟାର କରି ଏକ ପୋଷ୍ଟ ଜାରି କରିଥିଲେ। ଏହି ପୋଷ୍ଟରେ “କାଶ ପଟେଲ, ଏଫବିଆଇର ନୂଆ ନିର୍ଦ୍ଦେଶକ। ମତେ ଲାଗୁଛି ୟାଙ୍କ ସହ କେହିବି ପଙ୍ଗା ନେବେ ନାହିଁ। ଏକଥା ମନେ ରଖନ୍ତୁ” ବୋଲି ଉଲ୍ଲେଖ କରିଥିଲେ। 




ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ ସେୟାର କରିଥିଲେ। କିନ୍ତୁ ହର୍ସିତ ନାମକ ଜଣେ ଏକ୍ସ ୟୁଜର ଏହି ପୋଶ୍ଟ ଉପରେ ଏକ କମେଣ୍ଟ ପ୍ରଦାନ କରି ଲେଖିଥିଲେ ଯେ “ୟାଙ୍କୁ ବି ଏକ ଥାର୍ ଉପହାର ଦିଅନ୍ତୁ ନା ସାର”। ନିଜର ଜବରଦସ୍ତ ହାସ୍ୟରସ ଭରା କମେଣ୍ଟ ଦେଇ ୟୁଜର୍ସଙ୍କୁ ନିରାଶ ହବାକୁ ଦେଇ ନାହାନ୍ତି ଆନନ୍ଦ ମହିନ୍ଦ୍ରା। ଏପାର ରିପ୍ଲାଏରେ ସେ ଲେଖିଛନ୍ତି “ଥାର୍ ପାଇଁ ଏ ଲୋକ ଜଣକ ଯୋଗ୍ୟ ବୋଲି ଜଣାପଡୁଛନ୍ତି।”

ଏହି ପୋଷ୍ଟ ଭାଇରାଲ ହେବା ପରେ ବିଭିନ୍ନ ସୋଶିଆଲ ମିଡିଆ ଯୁଜର୍ସ ଏହାକୁ ନେଇ ମିମସ୍ ବନାଇବା ଆରମ୍ଭ କରିଦେଇଛନ୍ତି। ସତରେ କଣ ମହିନ୍ଦ୍ରା ଏକ ଥାର୍ କାଶଙ୍କୁ ଉପହାର ଦେବେ ବୋଲି ୟୁଜର୍ସ ମାନେ ଚର୍ଚ୍ଚା କରିବାରେ ଲାଗି ପଡିଛନ୍ତି।

ଦେଖିବାକୁ ଗଲେ ଆନନ୍ଦ ମହିନ୍ଦ୍ରା ପୂର୍ବରୁ ଭାରତର ପ୍ରଥମ ହାତନଥିବା ତୀରନ୍ଧାଜ ଶୀତଳା ଦେବୀଙ୍କୁ ଏକ ନୂଆ ସ୍କର୍ପିଓ-ଏନ୍ ପ୍ରଦାନ କରିଥିଲେ। ଭାରତୀୟ କ୍ରିକେଟ ଖେଳାଳି ସର୍ଫରାଜ ଖାନଙ୍କ ପିତା ନୌସଦ ଖାନଙ୍କୁ ମଧ୍ୟ ସେ ଏକ ଥାର୍ ଉପହାର ଦେଇସାରିଛନ୍ତି।

ଆମେରିକୀୟ ସରକାରୀ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ଇପିଏଫ)ର ନବମ ନିର୍ଦ୍ଦେଶକ ଭାବେ କାଶ ପଟେଲ ଗୀତା ଛୁଇଁ ଶପଥ ଗ୍ରହଣ କରିଛନ୍ତି। ହ୍ୱାଇଟ ହାଉସର ଇଣ୍ଡିଆନ ଟ୍ରିଟି ରୁମରେ ଏହି ଶପଥଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଟିତ ହୋଇଥିଲା।