ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସରିଲା ୧୭୦ କିଲୋମିଟର ଆଧ୍ୟାତ୍ମିକ ପଦଯାତ୍ରା, ୩୦ ତମ ଜନ୍ମଦିନରେ ଦ୍ୱାରକାଧୀଶ ମନ୍ଦିରରେ ପହଁଞ୍ଚିଲେ ଅନନ୍ତ ଅମ୍ବାନୀ

Published By : Harapriya Biswal | April 6, 2025 7:46 PM

ନୂଆଦିଲ୍ଲୀ,୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ୧୭୦ କିଲୋମିଟର ଲମ୍ବା ପଦଯାତ୍ରା ରବିବାର ଦ୍ୱାରକାଧୀଶ ମନ୍ଦିରରେ ପହଞ୍ଚି ଶେଷ ହୋଇଛି। ଅନନ୍ତ ତାଙ୍କର ୩୦ ତମ ଜନ୍ମଦିନରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ପ୍ରଣାମ କରିଥିଲେ। ଯାତ୍ରାର ଶେଷରେ ତାଙ୍କ ମାଆ ନୀତା ଅମ୍ବାନୀ ଏବଂ ପତ୍ନୀ ରାଧିକା ମର୍ଚାଣ୍ଟ ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ। ଅନନ୍ତ ଅମ୍ବାନୀଙ୍କ ଏହି ଧାର୍ମିକ ଯାତ୍ରା ୨୯ ମାର୍ଚ୍ଚରେ ଜାମନଗରରୁ ଆରମ୍ଭ ହୋଇଥିଲା।

ଅନନ୍ତ ଏହି ଯାତ୍ରାକୁ ଏକ ବ୍ୟକ୍ତିଗତ ଏବଂ ଆଧ୍ୟାତ୍ମିକ ଯାତ୍ରା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଯାତ୍ରା ବିଶ୍ୱାସ, ଭକ୍ତି ଏବଂ ଆଶୀର୍ବାଦରେ ପରିପୂର୍ଣ୍ଣ ଥିଲା। ଦ୍ୱାରକାଧୀଶରେ ପ୍ରାର୍ଥନା କରିବା ପରେ, ସେ ସମସ୍ତଙ୍କୁ ରାମନବମୀର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ। ଅନନ୍ତ କହିଛନ୍ତି, 'ଏହା ମୋର ନିଜସ୍ୱ ଧାର୍ମିକ ଯାତ୍ରା।' ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭଗବାନଙ୍କ ନାମ ନେଇ ଯାତ୍ରା ସମାପ୍ତ ହେଲା। ଭଗବାନ ଶ୍ରୀ ଦ୍ୱାରକାଧିଶଙ୍କ ଆମ ପ୍ରତି ଅତ୍ୟନ୍ତ କୃପା ରହିଛି। ଏଥିପାଇଁ ମୁଁ ପ୍ରଭୁ ଶ୍ରୀ ଦ୍ୱାରକାଧୀଶଙ୍କୁ  କୃତଜ୍ଞତା ଜଣାଉଛି।

ଅନନ୍ତ କହିଛନ୍ତି,, 'ଆଜି ମୋ ସ୍ତ୍ରୀ ଏବଂ ମାଆ ମଧ୍ୟ ଆସିଛନ୍ତି।' ମୋ ବାପା ମଧ୍ୟ ସବୁବେଳେ ମୋତେ ସମର୍ଥନ କରୁଥିଲେ। ଏହି ଯାତ୍ରା ପାଇଁ ସେ ମୋତେ ଶକ୍ତି ମଦେଇଥିଲେ। ମୁଁ ମୋ ଜେଜେମା, ଆଈ, ଶାଶୁ ଏବଂ ଶ୍ୱଶୁରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି। ଅନନ୍ତ ଅମ୍ବାନୀଙ୍କ ମାଆ ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ଜଣେ ମାଆ ଭାବରେ, ନିଜର ସାନ ପୁଅ ଅନନ୍ତଙ୍କୁ ଦ୍ୱାରକାଧୀଶର ଏହି ଦିବ୍ୟ ସ୍ଥାନକୁ ପଦଯାତ୍ରା ସମାପ୍ତ କରିବାର ଦେଖିବା ବହୁତ ଗର୍ବର ବିଷୟ।  'ଗତ ୧୦ ଦିନ ଧରି ଅନନ୍ତଙ୍କ ପଦଯାତ୍ରାରେ ସାମିଲ ସମସ୍ତ ଯୁବକ ଆମ ସଂସ୍କୃତିର ପ୍ରଚାର କରୁଛନ୍ତି। ଅନନ୍ତଙ୍କୁ ଶକ୍ତି ଦେବା ପାଇଁ ମୁଁ ଦ୍ୱାରକାଧୀଶଙ୍କୁ ପ୍ରାର୍ଥନା କରୁଛି।’

ଅନନ୍ତଙ୍କ ପତ୍ନୀ ରାଧିକା ମର୍ଚାଣ୍ଟ କହିଛନ୍ତି , ଅନନ୍ତ ତାଙ୍କ ବିବାହ ପରେ ଏକ ଟ୍ରେକିଂରେ ଯିବାକୁ ଚାହୁଁଥିଲେ। ଆଜି ତାଙ୍କର ୩୦ ତମ ଜନ୍ମଦିନ। ଆମେ ଗର୍ବିତ ଯେ ଆମେ ଆଜି ଏଠାରେ ଅନନ୍ତଙ୍କ ଜନ୍ମଦିନ ପାଳନ କରୁଛୁ। ଅନନ୍ତଙ୍କ ପଦଯାତ୍ରାକୁ ସଫଳ କରିବା ପାଇଁ ଯେଉଁମାନେ ତାଙ୍କୁ ଆଶୀର୍ବାଦ ଦେଇଥିଲେ, ମୁଁ ସେହି ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.