ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ

ଭୁବନେଶ୍ୱର ୨୪/୦୧: ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ ।ଭୁବନେଶ୍ଵର ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି।
ସୂଚନା ଥାଉକି ଗତ କିଛି ଦିନ ତଳେ ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ରାଧିକା ମର୍ଚେଣ୍ଟଙ୍କ ସହ ନିର୍ବନ୍ଧ ଶେଷ ହୋଇଛି । ୨୭ ବର୍ଷୀୟ ଅନନ୍ତ ଅମ୍ୱାନୀ ହେଉଛନ୍ତି ମୁକେଶ ଅମ୍ୱାନୀ ଏବଂ ନୀତା ଅମ୍ୱାନୀଙ୍କ ସାନ ପୁଅ । ଦୀର୍ଘ ଦିନରୁ ରାଧିକାଙ୍କ ସହ ଅନନ୍ତଙ୍କ ବିବାହ ନେଇ ଚର୍ଚ୍ଚ ହୋଇ ଆସୁଥିଲା । ରାଧିକା ମର୍ଚେଣ୍ଟଙ୍କ ବାପା ବୀରେନ ମର୍ଚେଣ୍ଟ ମଧ୍ୟ ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ସେ ଏନକୋର ହେଲ୍ଥକେୟାରର ସିଇଓ ।
ଗୁଜରାଟ କଚ୍ଛର ମୂଳବାସିନ୍ଦା ମର୍ଚେଣ୍ଟ ପରିବାର ଜନ୍ମିତ ରାଧିକା ଭାରତନାଟ୍ୟମ ନୃତ୍ୟର ଶିକ୍ଷା ନେଇଛନ୍ତି । ରାଧିକା ମର୍ଚେଣ୍ଟ ମଧ୍ୟ ତାଙ୍କ ବାପାଙ୍କ କମ୍ପାନିର ବୋର୍ଡ ଅଫ୍ ଡାଇରେକ୍ଟରରେ ସଦସ୍ୟ। ମିଡିଆ ରିପୋର୍ଟ ଅନୁସାରେ ରାଧିକା ମର୍ଚେଣ୍ଟ ଦୀର୍ଘ ସମୟରୁ ଅନନ୍ତ ଅମ୍ୱାନୀଙ୍କ ସହ ସମ୍ପର୍କରେ ଥିଲେ। ଉଭୟ ପରିବାର ଆରମ୍ଭରୁ ହିଁ ଦୁହିଁଙ୍କ ସମ୍ପର୍କକୁ ସୀକୃତି ଦେଇଥିଲେ ।