ନୂଆଦିଲ୍ଲୀ,୨୩।୭: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରଶାସନ ବୁଧବାର ବିଳମ୍ବିତ ରାତିରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଡ୍ କନଷ୍ଟେବଳଙ୍କୁ ହତ୍ୟା ଅଭିଯୋଗରେ ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦିଆଯାଇଛି। ବୁଧବାର ବିଳମ୍ବିତ ରାତିରେ ଅଧିକାରୀମାନେ ଏହି ଅପରେସନ୍ କରିଥିଲେ। କାରଣ ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗର ଲାଲଚୌକରେ ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଆଶିକ ହୁସେନ କ୍ୟୁରେସୀଙ୍କୁ ଆତଙ୍କବାଦୀଙ୍କୁ ଗୁଳିମାରି ହତ୍ୟା କରିଥିଲେ। ଆଶିକ ହୁସେନ ଅମରନାଥ ଯାତ୍ରା ଡ୍ୟୁଟିରେ ମୁତୟନ ଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ହତ୍ୟାର ସଜା ଭାବରେ ଅଭିଯୁକ୍ତଙ୍କ ଘର ଭାଙ୍ଗି ଦେଇଛି।
ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ଜଣେ ବିଜବେହାରାର ଗୁରିର ବାସିନ୍ଦା ଆଦିଲ ଠୋକର ଏବଂ ହାସନପୋରାର ବାସିନ୍ଦା ହାରୁନ ଗଣାଇ ଭାବରେ ଚିହ୍ନଟ କରାଯାଇଛି। ଅନନ୍ତନାଗରେ, ଆତଙ୍କବାଦୀମାନେ ପୋଲିସ କର୍ମଚାରୀ ଆଶିକ ହୁସେନ କୁରେଶୀଙ୍କୁ ଅତି ନିକଟରୁ ଟାର୍ଗେଟ କରିଥିଲେ। ସେମାନେ ଲାଲ ଚୌକରେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ମୃତକ ଆାଶିକ ହୁସେନ କ୍ୟୁରେସୀ ଭାରତୀୟ ରିଜର୍ଭ ପୋଲିସରେ ମୁତୟନ ଥିଲେ। ସେ ସ୍ପେଶାଲ ଅପରେସନ୍ ଗ୍ରୁପ(ଏସଓଜି) ସହ ମଧ୍ୟ ଥିଲେ। ଆଶିକଙ୍କ ପତ୍ନୀ ଏବଂ ତିନୋଟି ସନ୍ତାନ ଅଛନ୍ତି।
ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ସମୟରେ ହେଡ୍ କନଷ୍ଟେବଳଙ୍କୁ ହତ୍ୟା କରାଯାଇଥିଲା। ସେହି ସମୟରେ ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଘର ଭଙ୍ଗା କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ସେ ଅଞ୍ଚଳରେ ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା ଏବଂ ଆତଙ୍କବାଦୀମାନଙ୍କ ଦ୍ୱାରା ବ୍ୟବହୃତ ଲଜିଷ୍ଟିକ୍ ସପୋର୍ଟ ଇନଫ୍ରାଷ୍ଟକଚରକୁ ନଷ୍ଟ କରିବା।
ଆହୁରି ପଢନ୍ତୁ : CJI Surya Kant: 'ସୋସିଆଲ୍ ମିଡିଆରେ ଲୋକପ୍ରିୟତା ମାନେ ବିଶ୍ୱସନୀୟତା ନୁହେଁ' ନୂଆ ଓକିଲଙ୍କୁ CJI ସୂର୍ଯ୍ୟକାନ୍ତଙ୍କ ପରାମର୍ଶ