ଭୁବନେଶ୍ବର, ୨୩।୭ : ଟ୍ରିବୁନାଲରେ ମହାନଦୀ ଜଳବିବାଦର ଗୁରୁବାର ଶୁଣାଣି ହୋଇଛି। ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ କେନ୍ଦ୍ର ଜଳ କମିଶନ ଏବଂ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ।
ଏହି କମିଟିରେ ଛତିଶଗଡ ଏବଂ ଓଡ଼ିଶାର ବୈଷୟିକ ଟିମ୍ ସଦସ୍ୟ ରହିବେ। ଉଭୟ ରାଜ୍ୟକୁ ଏନେଇ ଡ୍ରାଫ୍ଟ ତିଆରି କରି ଟ୍ରିବ୍ୟୁନାଲରେ ଦାଖଲ କରିବାକୁ କହିଥିବା ଏଜି ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଗତ ୨୦୨୫ ଜୁଲାଇ ୨୫ ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାର ଦେଇଥିବା ଚିଠିର ଉତ୍ତର ୨୦୨୬ ଜୁଲାଇ ୨୨ ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସେ ଚିଠିର ନକଲ ଟ୍ରିବ୍ୟୁନାଲ ଆଗରେ ଉପସ୍ଥାପନ କରାଯାଇଛି। ବିବାଦର ସମାଧାନ ପାଇଁ ୨୦ ରୁ ଅଧିକ ବୈଠକ ମାଧ୍ୟମରେ ଉଭୟ ପକ୍ଷ ଅନେକ ବିଷୟରେ ସମାଧାନ ପାଇଁ ବିଭିନ୍ନ ପ୍ରସଙ୍ଗ ରେ ସହମତି ପ୍ରକାଶ ପାଇଛି। ମହାନଦୀ ଜଳ ବିବାଦ ର ଉଭୟ ରାଜ୍ୟ ର ମଧ୍ୟରେ ହୋଇଥିବା ବୈଠକ ଏବଂ ପ୍ରୟାସ କୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ। ପରବର୍ତ୍ତି ଶୁଣାଣି ଅଗଷ୍ଟ ୨୧ରେ ହେବ ବୋଲି ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।
ଆହୁରି ପଢନ୍ତୁ : ଡିଭାଇଡରକୁ ଧକ୍କା ଦେଇ ବିଲକୁ ଓଲଟିଲା ବସ୍, ୧୫ ଯାତ୍ରୀ ଆହତ