PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ରଥ ଉପରେ ଅଣସେବକ, ଠାକୁର ମାହାଲ ନୋଟିସର ଉତ୍ତର ପୂର୍ବରୁ ଦେଇ ନାହାନ୍ତି

ନୀଳଗିରି,୨/୭ ନୀଳଗିରି ରଥଯାତ୍ରା ବେଳେ ରଥ ଉପରେ ରହିଛନ୍ତି ଅଣସେବକ। ନା ଅଛି ଠାକୁରମାହାଲ ତରଫରୁ ଅନୁମତି ନା ଦିଆଯାଇଛି ପ୍ରଶାସନ ତରଫରୁ ନିର୍ଦେଶ। ସମସ୍ତଙ୍କୁ ବେଖାତିର କରି ଜଣେ ଅଣସେବକ ରଥରେ ରହିଥିବାର ନଜରକୁ ଆସିଥିଲେ।

ନୀଳଗିରି ରଥଯାତ୍ରା ବେଶ ଧୁମଧାମରେ ପାଳନ ହୋଇଛି। ପୂର୍ବରୁ ପ୍ରଶାସନ ତରଫରୁ ଏକ ପ୍ରସ୍ତତି ବୈଠକରେ ରଥ ଉପରେ କେତେ ଜଣ ରହିବେ ଏନେଇ ସ୍ଥିର ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ତ୍ତବିଭାଗର ଏସଡ଼ିଓ ଉପରେ ୧୫ ଜଣ ରହିଲେ କୌଣସି ବିପଦ ନାହିଁ ବୋଲି କହିଥିଲେ। ପରେ ୨୦ ରୁ ୨୨ ଜଣ ଭିତରେ ସେବକ, ପୂଜକ, ପ୍ରଶାସନିକ ଅଧିକାରୀ ରହିବେ ବୋଲି କୁହାଯାଇଥିଲା। ହେଲେ ସବୁ ନିୟମକୁ ଫୁ କରି ଜଣେ ଯୁବକ ନଜରକୁ ଆସିଥିବା ଜଣାପଡିଛି। ଏପରିକି ୨୨ ଜଣରୁ ଊର୍ଦ୍ଧ୍ବ ଲୋକ ଥିବାରୁ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।

ଗୋପୀନାଥପୁର ଅଞ୍ଚଳର ଭବାନୀ ଶଙ୍କର ବେହେରା ଠାକୁର ମାହାଲର କୌଣସି ସେବକ ନଥାଇ ରଥ ଉପରେ ଥିବା ଦେଖିବାକୁ ମିଳିଛି। ପେସାରେ ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ନିକଟ ଅତୀତରେ ମନ୍ଦିର ପ୍ରସାଦ ୨୩ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ଟେଣ୍ଡର ଧରିଥିଲେ। କୋଭିଡ କଟକଣା ଯିବାର ଗୋଟିଏ ବର୍ଷ ଅବଧି ପୂରଣ ପରେ ତାଙ୍କୁ ୨୦ ପ୍ରତିଶତ ଟଙ୍କା ଜମା କରିବାକୁ ପତ୍ର ପ୍ରଦାନ କରାଯାଇଥିଲା। ଗତ ୨୨/୪/୨୦୨୨ ରିଖରେ ତାଙ୍କୁ ନୋଟିସ ରେଜେଷ୍ଟ୍ରି ଓ ଏଡି ପୋଷ୍ଟ ମାଧ୍ୟମରେ ଜଣାଯାଇଥିଲେ ମଧ୍ୟ ତାର ଉତ୍ତର ଦେଇ ନାହାନ୍ତି। ବର୍ଷ ବର୍ଷ ଧରି କୁଡୁଆ ପ୍ରସାଦ ବିକ୍ରି ଚାଲୁଥିବା ବେଳେ ମାସକୁ ୨.୨୫ ଲକ୍ଷ ଟଙ୍କା ଠାକୁରମାହାଲ କ୍ଷତି ସହୁଛି ।

ତେବେ ଶନିବାର ଯୁବକ ଜଣକ ରଥ ଉପରେ ଏଭଳି ବେଶରେ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଲି ସେତକ ନୁହଁ ଲୋକ ସମ୍ପର୍କ ସୂଚନା ଅଧିକାରୀ ଚୂଡାନ୍ତ ହୋଇଥିବା ସେବକ ଙ୍କୁ ଛାଡିଦେଇ ବାକି ସମସ୍ତେ ଓଲ୍ହାଇ ଯିବାକୁ କହିଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ତଳକୁ ନଆସି କ୍ୟାମେରାରେ ଧରା ପଡିବା ପରେ ମୁହଁ ଲୁଚାଇ ବୁଲୁଥିଲେ। ପୋଲିସ ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ ଏଭଳି ଘଟଣା କିପରି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରଥ ଉପରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ନେଇ କୌଣସି ଅଘଟଣ ଘଟିବା ପୂର୍ବରୁ ଉପଜିଲ୍ଲାପାଳ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।